Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଓ୍ୱାର୍କ ଫ୍ରମ୍ ହୋମ୍‌ରେ ବଞ୍ଚୁଛି କମ୍ପାନୀର ପଇସା : ଗତବର୍ଷ ଗୁଗଲ୍‌ର ଖର୍ଚ୍ଚ ୧୦୦ କୋଟି ଡଲାର କମିଛି

29/04/2021 at 4:04 PM

ନୂଆଦିଲ୍ଲୀ,୨୯/୦୪:  ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଆତଙ୍କିତ । ଅନେକ ଲୋକ ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂ କରୁଛନ୍ତି । ଯାହା ଗୁଗଲକୁ ଅନେକ ଲାଭ ଦେଇଛି । ଗୁଗଲର ଅନେକ କର୍ମଚାରୀ ଘରେ ବସି କାମ କରୁଛନ୍ତି । ଯାହା ମଧ୍ୟ କମ୍ପାନୀକୁ ଅନେକ ଫାଇଦା ଦେଇଛି ।

ଚଳିତ ବର୍ଷର ପ୍ରଥମ ୩ ମାସରେ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ ୨୬୮ ମିଲିୟନ ଡଲାରର ଟଙ୍କା ବଞ୍ଚାଇ ପାରିଛି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଆଲଫାବେଟ୍ କହିଛି ଯେ, କମ୍ପାନୀର ବିଜ୍ଞାପନ ଓ ପ୍ରମୋସନ ଖର୍ଚ୍ଚ ୧.୪ ବିଲିୟନ ଡଲାରକୁ କମିଯାଇଛି । ସେହିପରି ଯାତାୟତ ଓ ଆମୋଦପ୍ରମୋଦ ଖର୍ଚ୍ଚ ମଧ୍ୟ ୩୭୧ ମିଲିୟନ ଡଲାର ହ୍ରାସ ପାଇଛି ।

ଏହି ଖର୍ଚ୍ଚ କମ୍ ହେବା କାରଣରୁ କମ୍ପାନୀ ଅନେକ ବ୍ୟକ୍ତିଙ୍କୁ ରୋଜଗାର ପ୍ରଦାନ କରିଛି । କରୋନା କାରଣରୁ କମ୍ପାନୀ ବିଜ୍ଞାପନ ବାବଦରେ କମ୍ ଖର୍ଚ୍ଚ କରିଛି । ଯାହା ଫଳରେ ଆୟ ୩୪ ପ୍ରତିଶତ ବୃଦ୍ଧି ପାଇଛି । ତେବେ କରୋନା ଆରମ୍ଭ ହେବା ଦିନରୁ ଅର୍ଥାତ ଗତ ବର୍ଷ ମାର୍ଚ୍ଚ ୨୦୨୦ ତାରିଖରୁ ଗୁଗଲର ଅନେକ କର୍ମଚାରୀ ଅଫିସ ଆସୁ ନାହାଁନ୍ତି । ନିଜ ଘରେ ରହି କାମ କରୁଛନ୍ତି । ଯାହା କମ୍ପାନୀ ପାଇଁ ଲାଭ ଆଣିଛି ।

କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ ରୁଥ୍ ପୋରଟ୍ କହିଛନ୍ତି ଯେ, ଚଳିତ ବର୍ଷ କର୍ମଚାରୀମାନେ ଆଫିସକୁ ଆସିବା ନେଇ ଯୋଜନା କରାଯାଉଛି । କମ୍ପାନୀ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଏକ ହାଇବ୍ରିଡ୍ ମଡେଲ୍ ଆଣୁଛି । ଯାହା ଦ୍ୱାରା ମଧ୍ୟ ପୂର୍ବାପେକ୍ଷା କମ୍ କର୍ମଚାରୀରେ କାମ ହୋଇପାରିବ । ଏହାସହ ସାରା ବିଶ୍ୱରେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ମଧ୍ୟ କମ୍ପାନୀ ନିବେଶ କରିବ ବୋଲି ସେ କହିଛନ୍ତି ।   

   Related Posts