ଡୁଡଲ ଜରିଆରେ ଲୋକଙ୍କୁ ମତଦାନ ପାଇଁ ଅପିଲ୍ କଲା ଗୁଗଲ

Published By : Prameya-News7 Bureau | April 11, 2019 IST

ନୂଆଦିଲ୍ଲୀ ୧୧|୪: ଲୋକସଭା ନିର୍ବାଚନକୁ ସମ୍ମାନ ଜଣାଇ ଗୁଗଲ ସଚେତନତା ବାର୍ତ୍ତା ଜାରି କରିଛି । ଗୁଗଲ ପକ୍ଷରୁ ଡୁଡଲ ପ୍ରସ୍ତୁତ କରାଯାଇଛି । ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଆଜି ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଚଂଳରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ଅତି ସମ୍ବେଦଶୀଳ ଅଂଚଳରେ ଅପରାହ୍ନ ୩ଟା ଓ ସମ୍ବେଦନଶୀଳ ଅଂଚଳରେ ଅପରାହ୍ନ ୪ଟା ଯାଏଁ ମତଦାନ ଜାରି ରହିବ । ଏହି ଅବସରରେ ଗୁଗଲ ଡୁଡଲ ପ୍ରସ୍ତୁତ କରି ମତଦାତାଙ୍କୁ ମତଦାନ କରିବାକୁ ସନ୍ଦେଶ ଦେଇଛି ।

ଭାରତରେ ମତଦାନ ପରେ ମତଦାତାଙ୍କର ଆଙ୍ଗୁଠିରେ ନୀଳ ଶ୍ୟାହୀ ଲଗାଇ ଦିଆଯାଇଥାଏ । ସାଧାରଣ ଭାବେ ଆଙ୍ଗୁଠିରେ ନୀଳ ରଂଗର ଶ୍ୟାହୀକୁ ଗଣତନ୍ତ୍ର ପ୍ରକ୍ରିୟାରେ ସାଧାରଣ ଜନତାଙ୍କର ଭାଗିଦାରୀକୁ ସ୍ପଷ୍ଟ କରିଥାଏ । ଆଜି ଗୁଗଲ ଗଣତନ୍ତ୍ରର ସବୁଠାରୁ ବଡ ପର୍ବକୁ ଡୁଡଲ କରି ଭୋଟରଙ୍କୁ ଅପିଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.