Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

୨୫ଟି ଆପ୍‌କୁ ବ୍ୟାନ୍ କଲା ଗୁଗଲ: ଡିଲିଟ୍‌ର କାରଣ, ଏସବୁ ଫେସବୁକ ପ୍ରୋଫାଇଲ୍ ପାଇଁ ଡେଞ୍ଜର

4/07/2020 at 9:31 PM

ନୂଆଦିଲ୍ଲୀ, ୦୪|୦୭: ଗୁଗୁଲ ପ୍ଲେ ଷ୍ଟୋରରୁ ୨୫ଟି ଆପ୍ଲିକେସନକୁ ହଟାଇ ଦେଇଛି ।  ଫ୍ରାନ୍ସର ଏକ ସାଇବର୍ ସିକ୍ୟୁରିଟୀ ସଂସ୍ଥା ଏଭିନା ଏହି ସବୁ ଆପ୍ ଫେସବୁକରୁ ତଥ୍ୟ ଚୋରି କରୁଥିବା ଅଭିଯୋଗ କରିବା ପରେ ଗୁଗୁଲ ଏହି ନିଷ୍ପତ୍ତି ନେଇଛି । ଏହି ୨୫ଟି ଆପ୍ଲିକେସନ ୨.୩୪ ମିଲିୟନ ଥର ଡାଉନଲୋଡ୍ ହୋଇଛି ।

ଏହି ଆପ୍ ଗୁଡିକ ବିଭିନ୍ନ କାମରେ ବ୍ୟବହାର କରାଯାଉଥିଲା । ଏହା ମଧ୍ୟରୁ କିଛି ଫଟୋ ଏଡିଟର, ଭିଡିଓ ଏଡିଟର୍, ଓ୍ୱାଲପେପର୍ ଆପ୍ ରହିଥିଲା । ଏପରିକି କିଛି ଗେମିଂ ଆପ୍‌କୁ ମଧ୍ୟ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ।

ଏହି ଆପ୍ ଗୁଡିକ ଡାଟା ଲିକ୍ କରୁଥିବା ଗତ ମେ ମାସରେ ଅଭିଯୋଗ ହୋଇଥିଲା । ତେବେ ଚଳିତ ମାସରେ ଗୁଗୁଲ ଏହାକୁ ଷ୍ଚୋରରୁ ହଟାଇ ଦେଇଛି । ଏହା ସତ୍ନେ ଗୁଗୁଲ କିପରି ଏହି ସବୁ ଆପ୍‌କୁ ଆପ୍ରୁଭ୍ କରିଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ହଟାଯାଇଥିବା ଆପ୍

ସୁପର୍ ଓ୍ୱାଲପେପର୍ ଫ୍ଲାସଲାଇଟ୍

ପାଡେନାଟେଫ୍

ଓ୍ୱାଲପେପର୍ ଲେବୁଲ୍

କଣ୍ଟୋର ଲେବୁଲ୍ ଓ୍ୱାଲପେପର୍

ଭିଡିଓ ମେକର

କଲର୍ ଓ୍ୱାଲପେପରସ୍

ପେଡୋମିଟର୍

ପାଓ୍ୱାରଫୁଲ୍ ଫ୍ଲାସଲାଇଟ୍

ସୁପର୍ ବ୍ରାଇଟ୍ ଫ୍ଲାସଲାଇଟ୍

ସୁପର୍ ଫ୍ଲାସଲାଇଟ୍

ସୋଲିଟାୟାର

ଆକ୍ୟୁରେଟ୍ ସ୍କାନିଂ ଅଫ୍ କ୍ୟୁଆର୍ କୋଡ୍

କ୍ଲାସିକ୍ କାର୍ଡ ଗେମ୍

ଜଙ୍କ୍ ଫାଇଲ୍ କ୍ଲିନିଂ

ସିନ୍ଥେଟିକ୍ ଜେଡ୍

ଫାଇଲ୍ ମ୍ୟାନେଜର୍

କମ୍ପୋଜିଟ୍ ଜେଡ୍

ସ୍କ୍ରିନସଟ୍ କ୍ୟାପଚର୍

ଡେଲି ହରୋସ୍କୋପ୍ ଓ୍ୱାଲପେପରସ୍

ଉଗଜିଆ ରିଡର୍

ପ୍ଲସ୍ ଓ୍ୱେଦର୍

ଆନିମି ଲାଇଭ୍ ଓ୍ୱାଲପେପର୍

ଆଇହେଲଥ୍ ଷ୍ଟେପ୍ କ୍ୟାପଚର୍

କମ୍, ଟିଆପ୍. ଫିକ୍ସନ୍

   Related Posts