Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଗୁଗଲଙ୍କ ବଡ଼ ଆକ୍ସନ୍, ପ୍ଲେ ଷ୍ଟୋରରୁ ହଟିଲେ ମୋବାଇଲ ଲୋନ ଆପ୍ଲିକେସନସ୍

14/01/2021 at 8:51 PM

ନୂଆଦିଲ୍ଲୀ ୧୪।୧: ମୋବାଇଲ ଫୋନରେ ଲୋନ ଏପ୍‌କୁ ନେଇ ଉପୁଜିଥିବା ସମସ୍ୟାରେ ଗୁଗଲ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏପରି ଆର୍ଥିକ କାରବାର କରୁଥିବା ଆପ୍ଲିକେସନସ୍‌କୁ ଗୁଗଲ ପ୍ଲେ ଷ୍ଟୋରରୁ ବାହାର କରିଦେଇଛନ୍ତି। ଏଥିରେ ସେହି ସବୁ ଆପ୍ଲିକେସନସ୍‌ କୁ ହଟାଇ ଦିଆଯାଇଛି ଯେଉଁମାନେ ସ୍ଥାନୀୟ ନିୟମ କାନୁନର ପାଳନ କରୁନାହାନ୍ତି।

ଏପରି ଏପ୍‌ ଜରିଆରେ ଋଣ ନେଇ ଲୋକେ ସେମାନଙ୍କ ଜାଲରେ ଛନ୍ଦିହୋଇଯାଉଥିବାର ପ୍ରଚାର ପରେ ଲୋକେ ୧୦ଟି ଲୋନ୍‌ ଆପ୍‌କୁ ଫ୍ଲାଗ୍‌ କରିବା ଆରମ୍ଭ କରିଦେଇଛନ୍ତି। ଏଥିରୁ ୩ଟିକୁ କମ୍ପାନୀ ପ୍ଲେଷ୍ଟୋରରୁ କାଢି ସାରିଲେଣି। ଏହି ସବୁ ଏପ୍‌କୁ ଲୋକେ ଲକ୍ଷଲକ୍ଷବାର ସେମାନଙ୍କ ମୋବାଇଲରେ ଡାଉନଲୋଡ କରିଛନ୍ତି। ଏହି ସବୁ ଏପ୍‌ ଗୁଗଲଙ୍କ ଋଣ ଚୁକ୍ତାଠାରୁ ଆରମ୍ଭ କରି ସବୁ ନିୟମ ଭାଙ୍ଗିଥିଲେ।

ମୋବାଇଲ ଲୋନ୍‌ ଏପ୍‌ ପ୍ଲେଷ୍ଟୋରରୁ ବାହାର କରାଯିବା ନେଇ ଗୁଗଲ ଇଣ୍ଡିଆଙ୍କ ଏଣ୍ଡ୍ରଏଡ୍ ସିକ୍ୟୁରିଟି ଏଣ୍ଡ ପ୍ରାଇଭେସିର ଭାଇସ୍ ପ୍ରେସିଡେଣ୍ଟ ସୁଜେନ ଫ୍ରେ ଏକ ବ୍ଲଗ୍ ଲେଖି ସେମାନଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ଯେଉଁଥିରେ ସେ ଏପରି ଶତାଧିକ ଏପ୍‌ର ବ୍ୟକ୍ତିଗତ ସମୀକ୍ଷା କରିଥିବା ଉଲ୍ଲେଖ କରିଛନ୍ତି। ଏଥିରେ ସରକାରୀ ଏଜେନ୍ସୀ ଓ ଲୋକଙ୍କଦ୍ୱାରା ଫ୍ଲାଗ କରାଯାଇଥିବା ଏପ୍‌ଙ୍କର ମଧ୍ୟ ସେ ସମୀକ୍ଷା କରିଛନ୍ତି।  ଯେଉଁମାନେ ୟୁଜର ସେଫ୍ଟିର ଉଲ୍ଲଂଘନ କରିଥିଲେ ସେମାନଙ୍କୁ ତୁରନ୍ତ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଥିବା ସେ କହିଛନ୍ତି।

ଏଭଳି ଆପ୍ଲିକେସନସ୍‌ଙ୍କ ଡେଭଲପର୍ସଙ୍କୁ ସ୍ଥାନୀୟ ଆଇନ ଓ ନିୟମ ପାଳନନେଇ ପ୍ରମାଣ ଉପସ୍ଥାପନ ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଏପ୍‌ କଡାକଡି ନିୟମ ପାଳନ ନ କରିବେ ସେମାନଙ୍କୁ ମଧ୍ୟ ପ୍ଲେଷ୍ଟୋରରୁ ହଟାଇ ଦିଆଯିବ ବୋଲି ଫ୍ରେ ସତର୍କ କରିଛନ୍ତି। ଏହା ଛଡା ଗୁଗଲ ସମୟସମୟରେ ଏପରି ଏପ୍‌ଙ୍କୁ ଲ ଏଜେନ୍ସୀଙ୍କ ଦ୍ୱାରା ରିଭ୍ୟୁ କରିବେ ବୋଲି ମଧ୍ୟ କହିଛନ୍ତି।

ତେବେ ଗୁଗଲ ଯେଉଁ ଏପ୍‌ଙ୍କୁ ହଟାଇଛନ୍ତି ସେମାନେ ଲୋକଙ୍କ ଋଣ ସୁଝିବା ଲାଗି ୬୦ ଦିନରୁ ବି କମ୍‌ ସମୟ ଦେଉଥିଲେ। କେବଳ ଏହି ୩ଟି ଏପ୍‌ ନୁହନ୍ତି ଆହୁରି ୬ଟି ଏପ୍‌ ଅଛନ୍ତି ଯେଉଁମାନେ ଋଣ ଚୁକ୍ତା କରିବାକୁ ବହୁତ କମ ସମୟ ଦେଉଛନ୍ତି। ଏମାନଙ୍କ ମଧ୍ୟରୁ ଏପରି କେତେକ ଏପ୍‌ ଅଛନ୍ତି ଯେଉଁମାନେ ଋଣ ସୁଝିବାକୁ ୭ ଦିନରୁ ମଧ୍ୟ କମ୍‌ ସମୟ ଦେଉଛନ୍ତି।

ଏହାଛଡା ଏମିତି କିଛି ଲୋନ୍‌ ଏପ୍ ଅଛନ୍ତି ଯେଉଁମାନେ ୧୦ ହଜାର ଟଙ୍କାର କ୍ଷୁଦ୍ର ଋଣ ଲାଗି ପ୍ରୋସେସିଂ ଫି ବାବଦକୁ ଗ୍ରାହକଙ୍କଠାରୁ ୨ହଜାର ଟଙ୍କା ଅସୁଲ କରୁଛନ୍ତି। କେବଳ ଏତିକି ନୁହେଁ ଏହି ଏପ୍‌ ମାନେ  ୩୦ ଦିନିଆ ଋଣ ଦେଉଥିବା ବେଳେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଆଦାୟ କରୁଥିବା ସମୀକ୍ଷା ବେଳେ ଜଣାପଡିଛି। ଭାରତରେ ବ୍ୟାଙ୍କମାନେ ଋଣ ଲାଗି ବାର୍ଷିକ ୧୦ରୁ ୨୦ ପ୍ରତିଶତ ସୁଧ ନେଉଥିବା ବେଳେ ଏପ୍‌ ମାନେ ସହଜ  ଋଣ ଲୋଭ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି।

   Related Posts