Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଗୁଗଲ୍ କ୍ରୋମ୍ ଆଉଟ୍, ଗୁଗଲ କିପ୍ ଇନ୍: ଖୁବ ଶୀଘ୍ର ବନ୍ଦ ହୋଇଯିବ chrome app

5/11/2020 at 5:20 PM

ନୂଆଦିଲ୍ଲୀ ୦୫/୧୧ : ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ଅପଡେଟ୍ ସହ ନୂଆ ନୂଆ କୌଶଳ ଲଞ୍ଚ କରୁଛି। କମ୍ପାନୀ ବର୍ତ୍ତମାନ ଗୁଗଲ୍ କ୍ରୋମ୍ ଆପ୍ ବନ୍ଦ କରିବାକୁ ଯାଉଛି। କମ୍ପାନୀ ଅନୁଯାୟୀ, କ୍ରୋମ୍ ଆପ୍ ସେବା ଆସନ୍ତା ବର୍ଷ ଫେବୃଆରୀରେ ଅର୍ଥାତ ୨୦୨୧ ଫେବୃଆରୀରେ ସମାପ୍ତ ହୋଇଯିବ। କମ୍ପାନୀ ଗୁଗଲ୍ କିପ୍ ଆପ୍ ପାଇଁ କ୍ରୋମ୍ ଆପ୍ ବନ୍ଦ କରିବାକୁ ଯାଉଛି। ଏ ସମ୍ପର୍କରେ କମ୍ପାନୀ ନିଜ ସପୋର୍ଟ ପେଜ୍ ମାଧ୍ୟମରେ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ କ୍ରୋମ୍ ଆପ୍ ପୂର୍ବରୁ ହିଁ ୟୁଜର୍ସଙ୍କୁ ସତର୍କ କରିଛି କ୍ରୋମ୍ ଆପ୍ ଖୁବ ଶୀଘ୍ର ବନ୍ଦ ହୋଇଯିବ। ଏହାସହ କମ୍ପାନୀ ଗୁଗଲ୍ କ୍ରୋମ୍ ଲକ୍ ସ୍କ୍ରିନ୍ ଆକ୍ସେସ୍ ମଧ୍ୟ ବନ୍ଦ କରିବାକୁ ଯାଉଛି।

କମ୍ପାନୀ ଗୁଗଲ୍ କିପ୍ (Google Keep) ଅଫଲାଇନ୍ ଆକ୍ସେସକୁ ମଧ୍ୟ ବନ୍ଦ କରିବାକୁ ଯାଉଛି। ପୂର୍ବରୁ ୟୁଜର୍ସ ଗୋଟିଏ କ୍ଲିକରେ ଏହି ଆପ୍ ବ୍ୟବହାର କରୁଥିଲେ। କିନ୍ତୁ ବର୍ତ୍ତମାନ ୟୁଜର୍ସ କ୍ରୋମରେ ଗୁଗଲ୍ କିପ୍ ୱେବ୍ ଭର୍ସନକୁ ବୁକମାର୍କ କରିପାରିବେ। ଏଥିପାଇଁ ୟୁଜର୍ସଙ୍କୁ ଆଡ୍ରେସ୍ ବାରର ଡାହାଣ ପଟେ ଷ୍ଟାର୍ଟ ଆଇକନରେ କ୍ଲିକ୍ କରିବାକୁ ହେବା ଏବଂ ନାଁ ବୁକମାର୍କ କରିବାକୁ ହେବ। ଗୁଗଲ୍ ନିଜ କିପ୍ ୟୁଜର୍ସଙ୍କୁ ୱେବ୍ ଭର୍ସନ୍ ବ୍ୟବହାର କରିବାକୁ ପ୍ରୋତ୍ସାହିତ ମଧ୍ୟ କରୁଛି। ଗୁଗଲ୍ କିପ୍ ଆପରେ କ୍ରୋମ୍ ୮୬ (Chrome 86) ୟୁଜର୍ସ ବ୍ରାଉଜରରେ ଗୁଗଲ୍ ମାଇଗ୍ରେସନର ଏହି ପ୍ରକ୍ରିୟା ସହଜରେ ପୁରା କରିପାରିବେ।

କିପ୍ କ୍ରୋମ୍ ଡେସ୍କଟପ୍ ସର୍ଟକଟ୍ କୁ ସର୍ଟକଟ୍ ଲଞ୍ଚରରେ ବଦଳାଇ ଦିଆଯିବ ଯାହା ୟୁଜର୍ସଙ୍କୁ ଡେସ୍କଟପ୍ ସର୍ଟକଟରେ କ୍ଲିକ୍ କରି ଗୁଗଲ୍ କିପକୁ ସିଧା ପେସ କରିବାକୁ ଅନୁମତି ଦେବ। ସୂଚନାଯୋଗ୍ୟ ଯେ, ଗୁଗଲ୍ ନିକଟରେ ଗୁଗଲ୍ କିପ୍ ଲୋଗୋ ମଧ୍ୟ ବଦଳାଇ ଦେଇଛି ଯାହା କମ୍ପାନୀର ନୂଆ ଗୁଗଲ୍ ୱାର୍କସ୍ପେସ୍ ରିବ୍ରେଡିଂର ଏକ ଅଂଶ। ନୂଆ ଲୋଗୋ ଏକ ବଲ୍ବ ଲୋଗୋ ଭଳି। ଏହା ଲାଇଟବଲ୍ବର ପୁର୍ଣ ଭର୍ସନ। ନୂଆ ଆଇକନ୍ ଗୁଗଲ୍ କିପ୍ ୟୁଜର୍ସଙ୍କୁ ଆଗରୁ ହିଁ ଦେଖାଦେଉଛି। କିନ୍ତୁ ନୂଆ ଲୋଗୋ ମୋବାଇଲ୍ ଆପ୍ ପାଇଁ ଲାଗୁ କରାଯାଇନାହିଁ।

   Related Posts