ସଂକ୍ରମଣକୁ ନେଇ ଗୁଗଲ୍‌ ସିଇଓଙ୍କ ପ୍ରତିକ୍ରିୟା, କହିଲେ- ଭାରତରେ କରୋନାର ସବୁଠୁ ଖରାପ ସ୍ଥିତି ଆସିବା ବାକି ଅଛି

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୩/୫:  ଭାରତରେ କରୋନା ସ୍ଥିତିକୁ ନେଇ ବିଶ୍ବରେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଗୁଗଲ୍‌ ସିଇଓ ସୁନ୍ଦର ପିଚାଇଙ୍କ ମନ୍ତବ୍ୟ ଭୟ ସୃଷ୍ଟି କରିଛି । ଏବେ ଭାରତରେ କରୋନାରେ ହାଲ ବେହାଲ ହେବାର ସମୟ ଆସିବା ବାକି ଅଛି ବୋଲି ସେ କହିଛନ୍ତି। ନ୍ୟୁଜ୍‌ ଚ୍ୟାନେଲ୍‌ ସିଏନଏନ୍‌କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି , ଏବେ ଭାରତର ସ୍ଥିତି ହୃଦୟ ବିଦାରକ। ଆମେରିକା ପକ୍ଷରୁ ଭାରତକୁ କରାଯାଉଥିବା ସହାୟତା ଉପରେ ମଧ୍ୟ ଆଲୋଚନା କରିଛନ୍ତି ପିଚାଇ।

ଭାରତର ସ୍ଥିତି ଉପରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ବୈଦେଶିକ ମନ୍ତ୍ରୀ ନଜର ଦେବା ନିହାତି ସୁଖଦ।  ଗୁଗୁଲ ଭାରତୀୟଙ୍କ ମଧ୍ୟରେ ସଠିକ୍‌ ସୂଚନା ପହଞ୍ଚାଇବା ପାଇଁ ଅନବରତ କାର୍ଯ୍ୟ କରୁଛି ବୋଲି ସୁନ୍ଦର ପିଚାଇ କହିଛନ୍ତି। ଭାରତ ସମସ୍ୟାର ସମାଧାନ କରିବାରେ କେବଳ ଆମେରିକା ପାଖରେ କ୍ଷମତା ଥିବା ଭାରତୀୟ-ଆମେରିକୀୟ ପିଚାଇ କହିଥିବା ଇଣ୍ଟରଭ୍ୟୁ ସମୟରେ ସାମ୍ବାଦିକ କହିଛନ୍ତି।

ବୈଦେଶିକ ମନ୍ତ୍ରୀଙ୍କୁ କଣ ସବୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରଶ୍ନରେ ପିଚାଇ କହିଛନ୍ତି, ଭ୍ୟାକସିନ୍‌ ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ବହୁତ କିଛି କରିହେବ। ଅକ୍ସିଜେନ୍‌ କନସେନଟ୍ରେଟର ଏବଂ ଅନ୍ୟ ମେଡିକାଲ୍‌ ଉପକରଣ ଭାରତକୁ ସପ୍ଲାଏ କରାଯାଉଛି ।  କହିରଖୁଛୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ବିରୋଧୀ ଲଢ଼େଇରେ ଭାରତକୁ ୧୦୦ ମିଲିୟନ୍‌ ଡଲାରର ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଶନିବାର ଆମେରିକାରୁ ଚିକିତ୍ସା ସମ୍ବନ୍ଧୀୟ ଉପକରଣର ତୃତୀୟ ଫେଜ୍‌ ନୂଆଦିଲ୍ଲୀରେ ପହଞ୍ଚିଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଆହୁରି ଉପକରଣ ଆସି ପହଞ୍ଚିବ। ଶୁକ୍ରବାର ପ୍ରଥମ ଫେଜ୍‌ ମେଡିକାଲ୍‌ ସପ୍ଲାଏ ଭାରତରେ ପହଞ୍ଚିଥିଲା। ଏଥିରେ ୪୦୦ ଅକ୍ସିଜେନ୍‌ ସିଲିଣ୍ଡର, ୯,୬୦,୦୦୦ ରାପିଡ୍‌ ଡାଏଗ୍ନୋଷ୍ଟିକ୍‌ ଟେଷ୍ଟ କିଟ୍‌, ଏକ ଲକ୍ଷ ଏନ୯୫ ମାସ୍କ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ମେଡିକାଲ ଉପକରଣ ସାମିଲ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.