Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଭାରତକୁ ସହଯୋଗ କରିବ GOOGLE: ୧୩୫ କୋଟିର ଆର୍ଥିକ ସହାୟତା ଘୋଷଣା

26/04/2021 at 11:38 AM

ନୂଆଦିଲ୍ଲୀ ୨୬/୪: ଭାରତରେ ଦିନକୁ ଭୂତାଣୁର ପ୍ରକୋପ ଏତେ ମାତ୍ରା ବଢିଯାଇଛି ଯେ, ଲୋକଙ୍କ ବଞ୍ଚିବା ମୁସ୍କିଲ୍ ହୋଇପଡୁଛି । ଯେମିତି ଲାଗୁଛି ଦୁଃଖର ପାହାଡ ଉପରେ ଛିଡା ହୋଇଛି ଭାରତ । ଏହାରି ଭିତରେ ସହଯୋଗର ହାତ ବଢାଉଛନ୍ତି ବଡ ବଡ ଦେଶ । ତେବେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି GOOGlE ଭଳି କମ୍ପାନୀ । ସଂକଟ ସମୟରେ ୧୩୫ କୋଟିର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି ଗୁଗୁଲ୍ ।

ଗୁଗୁଲ ସିଇଓ ସୁନ୍ଦର ପିଚାଇ ଟ୍ୱିଟ କରି ଏକଥା ସ୍ପଷ୍ଟ କରିଛନ୍ତି  । ସେ କହିଛନ୍ତି ଭାରତର ବିପତ୍ତି ସମୟରେ ଆମେ ଛିଡା ହେବାକୁ ନିଷ୍ପତ୍ତି ନେଇଛି । ‘GIVE INDIA’ ଓ ୟୁନିସେଫ ଜରିଆରେ ଏହି ଆର୍ଥିକ ସହାୟତା ଭାରତକୁ ପ୍ରଦାନ କରାଯିବ । ଏହି  ସହାୟତା ଦ୍ୱାରା ଅନକ ଲୋକ ଉପକୃତ ହୋଇପାରିବେ । କରୋନ କାଳରେ ଅଧିକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଯୋଗାଇ ଦିଆଯିବ ଏହି ଲହାୟତା । ଏହା ବାଦ୍ ୟୁନିସେଫ ଜରିଆରେ ଅକ୍ସିଜେନ୍ ଏବଂ ମେଡିକାଲ ଟେଷ୍ଟିଂ ଉପକରଣ ବି ଯୋଗାଇ ଦିଆଯିବ । ଗୁଗୁଲର ପ୍ରତିଟି କର୍ମଚାରୀ ଏଥିପାଇଁ ଚାନ୍ଦା ଆଦାୟ କରିବାରେ ଲାଗିପଡିଛନ୍ତି । ଏଯାବତ୍ ୯୦୦ କର୍ମଚାରୀ ୩.୭ କୋଟି ଟଙ୍କା ଫଣ୍ଡକୁ ଦେଇସାରିଲେଣି ।  ଏଇଠି କହିରଖୁଛୁ ଯେ, ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି । ଏ ସମସ୍ତ କେସ୍ ପ୍ରାୟତଃ ଲୋକାଲ ସଂକ୍ରମଣ । ପାଖାପାଖି ୨୮୦୦ ଲୋକଙ୍କ ଜୀବନ ନେଇଛି କିଲର ଭାଇରସ ।

   Related Posts