ସୁନ୍ଦର ପିଚାଇଙ୍କ ପ୍ରତିଶ୍ରୁତି, କରୋନା ମୁକାବିଲା ଲାଗି Google ଦେବେ ୫,୯୦୦ କୋଟି ଟଙ୍କା

Published By : Prameya-News7 Bureau | March 29, 2020 IST

କାଲିଫର୍ଣ୍ଣିଆ ୨୯।୩:  ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଏବେ ଚିନ୍ତାଜନକସ୍ଥିତିରେ ପହଞ୍ଚିଛି। ସ୍ଥାନୀୟ ସରକାର, ଲୋକେ, ସ୍ୱେଚ୍ଛାସେବୀ ସଙ୍ଗଠନ ନିଜନିଜ ସ୍ତରରେ ଭୂତାଣୁ ସଂକ୍ରମଣ ରୋକିବା ଓ ଲୋକଙ୍କ ଜୀବନ ରକ୍ଷା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ଗୁଗଲ ଓ ଏହାର ମଦର କମ୍ପାନୀ ଆଲ୍ଫାବେଟ୍ ସାରା ବିଶ୍ୱକୁ ସହଯୋଗର ହାତ ବଢାଇଛନ୍ତି। କରୋନା ମୁକାବିଲା ଲାଗି ଗୁଗଲ ଓ ଆଲ୍ଫାବେଟ୍ ମିସି ୮୦ କୋଟି ଡଲାର ଅର୍ଥାତ ୫ହଜାର ୯୦୦ କୋଟି ଟଙ୍କାର ସହାୟତା କରିବାକୁ ଘୋଷଣା କରିଛନ୍ତି।

wp:html /wp:html

ଗୁଗଲ ଓ ଆଲ୍ଫାବେଟ୍ ସିଇଓ ସୁନ୍ଦରପିଚାଇ ଏହି ଘୋଷଣା କରିଛନ୍ତି। ଏ ନେଇ ସେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚନା ଦେଇଥିବା ବେଳେ ସାରା ବିଶ୍ୱର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟକୁ ଗୁଗଲ ୩୪ କୋଟି ଡଲାର ପ୍ରଦାନ କରିବେ। ତେବେ ଏହି ସହାୟତା କେବଳ ସେହିମାନଙ୍କ ଲାଗି ଉପଲବ୍ଧ ହେବ ଯେଉଁମାନଙ୍କ ବ୍ୟାଙ୍କ ଖାତା ଗତ ୧ ବର୍ଷରୁ କାର୍ଯ୍ୟକ୍ଷମ ଥିବ।

{"id":245855,"width":579,"height":700,"sizeSlug":"large"}

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏବଂ ଶହେରୁ ଅଧିକ ସରକାରୀ ଏଜେନ୍ସୀଙ୍କୁ ୨୫ କୋଟି ଡଲାରର ବିଜ୍ଞାପନ ସହାୟତା ଦିଆଯିବ। ଏନଜିଓ ଓ ବ୍ୟାଙ୍କମାନଙ୍କ ଲାଗି ୨୦ କୋଟି ଡଲାରର ନିବେଶ ଫଣ୍ଡ ବ୍ୟବସ୍ଥା କରାଯିବ ବୋଲି ପିଚାଇ ତାଙ୍କ ଚ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଗବେଷକ ଓ ଆକାଡେମୀକ ସଂସ୍ଥାମାନଙ୍କୁ ଗୁଗଲ କ୍ଲାଉଡ୍ କ୍ରେଡିଟ୍‌ରେ ୨୦ ନିୟୁତ ଡଲାର ପ୍ରଦାନ କରିବେ। ଏପରି ବ୍ୟକ୍ତି ଓ ସଂସ୍ଥାମାନେ ସମ୍ଭାବିତ ଚିକିତ୍ସା ଓ ଟିକାର ଉଦଭାବନ ଲାଗି କାର୍ଯ୍ୟ କରୁଛନ୍ତି। ଏଥିଲାଗି ସେମାନେ ଗୁରୁତ୍ୱପୂର୍ଣ୍ଣ ଡାଟା ଟ୍ରାକ୍ କରୁଥିବା ବେଳେ ସିଓଭିଆଇଡି-୧୯ର ମୁକାବିଲା ଲାଗି ନୂଆନୂଆ ଉପାୟ ଅନୁସନ୍ଧାନ କରୁଛନ୍ତି। ଏହା ଛଡା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ଜୀବନ ରକ୍ଷା ଚିକିତ୍ସା ଉପକରଣର ଉତ୍ପାଦନ ବୃଦ୍ଧି ଲାଗି ମଧ୍ୟ ଗୁଗଲ ଆର୍ଥିକ ସହାୟତା ପ୍ରଦାନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.