ଗୁଗଲ୍ ପାଳନ କରୁଛି ନିଜର ୨୧ତମ ଜନ୍ମଦିନ: ଏହି ଅନ୍ଦାଜରେ ତିଆରି କରିଛି ଖାସ୍ ଡୁଡଲ୍, ଥରେ ଦେଖନ୍ତୁ ନିଶ୍ଚୟ

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୭/୦୯ : ସର୍ଚ୍ଚ ଇଞ୍ଜିନ ଗୁଗଲର ଆଜି ଜନ୍ମଦିନ । ଜନ୍ମଦିନ ଅବସରରେ ଗୁଗଲ ଖାସ ଡୁଡଲ୍ ଜରିଆରେ ନିଜର ୨୧ତମ ଜନ୍ମଦିନ ପାଳନ କରୁଛି । ଗୁଗଲ୍ ଓପନ୍ କରିବା ପରେ କଲରଫୁଲ ଡୁଡଲ୍ ଦେଖିବାକୁ ମିଳୁଛି । ଏହା ଉପରେ କ୍ଲିକ୍ କରିବା ପରେ ସର୍ଚ୍ଚ ରେଜଲ୍ଟ ପେଜରେ ରିଡାଇରେକ୍ଟ ହେଉଛି । Google Doodle ଉପରେ ଟ୍ୟାପ୍ କଲେ ସେୟାର ଅପ୍ସନ୍ ମଧ୍ୟ ଦିଆଯାଇଛି । ଅର୍ଥାତ ଏହାକୁ ଫେସବୁକ୍, ଟ୍ୱିଟର୍, ଇ-ମେଲ୍ ଜରିଆରେ ସେୟାର୍ ମଧ୍ୟ କରାଯାଇପାରିବ ।

{"id":335113,"width":565,"height":363,"sizeSlug":"large"}

ଡୁଡଲରେ ଗୁଗୁଲର ସମସ୍ତ ବର୍ଣ୍ଣମାଳା ପ୍ରଦର୍ଶିତ କରାଯାଇଛି, ଯେଉଁଥିରେ ଗୁଗୁଲର ପ୍ରଥମ ଅକ୍ଷରକୁ ଏକ ଲାପଟପ୍ ସ୍କ୍ରିନ୍ ସାମ୍ନାରେ ଦେଖିବାକୁ ମିଳିଛି ଯାହାର ଚାରିପାଖରେ ଉପହାର ବାକ୍ସ, କେକ୍ ଏବଂ ଟଫି ଘେରି ରହିଛି । ଏହା ଛଡା ଅନ୍ୟ ପାଞ୍ଚଟି ବର୍ଣ୍ଣମାଳାକୁ ଏକ ଫ୍ରେମରେ ପ୍ରଦର୍ଶିତ କରାଯାଇଛି ।

{"id":335109,"width":575,"height":428,"sizeSlug":"large"}

ଆଜିର ସମୟରେ ଗୁଗୁଲ୍ ହେଉଛି ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ୍ ଏବଂ ଏହା ୧୦୦ ରୁ ଅଧିକ ଭାଷାରେ କାର୍ଯ୍ୟ କରୁଛି । ଆଲଫାବେଟ୍ ଇନ୍ Alphabet Inc, ହେଉଛି ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ । ଭାରତରେ ମଧ୍ୟ ଗୁଗୁଲ ସ୍ଥାନୀୟ ସ୍ତରରେ ନିଜକୁ ପ୍ରସ୍ତୁତ କରିଛି ଏବଂ ଏଥିରେ ଅନେକ ଭାଷା ଯୋଡିହୋଇଛି ।

{"id":335110,"width":574,"height":323,"sizeSlug":"large"}

ସର୍ଚ୍ଚ ଇଞ୍ଜିନ ଗୁଗଲ ୧୯୯୮ ମସିହାରେ ଆରମ୍ଭ କରାଯାଇଥିଲା । ଏହାର ସ୍ଥାପନା କାଲିଫର୍ନିଆ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଦୁଇଜଣ ପିଏଚଡି ଛାତ୍ର ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ କରିଥିଲେ । ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ ଗୁଗଲକୁ ଅଫିସିଆଲି ଲଞ୍ଚ କରିବା ପୂର୍ବରୁ ଏହାର ନାଁ ରଖିଥିଲେ 'Backrub' । ଗୁଗଲ ଶବ୍ଦ ମ୍ୟାଥ ଶବ୍ଦ Googol ରୁ ତିଆରି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.