ଲୋକଙ୍କୁ ମାଗଣା​‌ରେ ଅନେକ ଟିଭି ଚ୍ୟାନେଲ୍‌ ଦେଖାଇବ ଗୁଗଲ୍‌, ଖୁବଶୀଘ୍ର ପହଞ୍ଚିବ ଆପଣଙ୍କ ପାଖରେ !

Published By : Prameya-News7 Bureau | September 18, 2021 IST

ନୂଆଦିଲ୍ଳୀ ୧୮/୦୯: ଖୁବଶୀଘ୍ର ଆପଣଙ୍କ ଟିଭି ଚ୍ୟାନେଲ ମାଗଣାରେ ଉପଲବ୍ଧ ହୋଇପାରେ। ଏନେଇ ଗୁଗଲ ଖୋଦ ନିଜର ଚ୍ୟାନେଲ୍‌ ଲଞ୍ଚ କରିବ। ଟେଲିଭିଜନ୍‌ ଦୁନିଆରେ ଗୁଗଲ ଚ୍ୟାନେଲ୍‌ ରାଜ କରିବାକୁ ଯାଉଛି। ଏହା ପୂର୍ବରୁ ଆଣ୍ଡ୍ରଏଡ୍‌ ପ୍ଲାଟଫର୍ମ ସହ ମିଶି ଗୁଗଲ ସ୍ମାର୍ଟ ଟିଭି ସହ ବଜାରକୁ ଆସିଥିଲା। ଭାରତରେ ଟଭି ସିରିଏଲ୍‌, ଫିଲ୍ମର ଅନେକ ଚାହିଦା ରହିଛି। ଲୋ​କେ ଘରେ ବସି ଟେଲିଭିଜନ ଦେଖିବାକୁ ଭଲ ପାଆନ୍ତି।

ଏବେ ସୁଦ୍ଧା ବିଶେଷ କରି ଇଣ୍ଟରନେଟ୍‌ ଦୁନିଆରେ ବେଶ ପରିଚିତ ନାଁ ଗୁଗଲ ଟିଭି ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବ । ନିଜର କିଛି ଚ୍ୟାନେଲ ଲଞ୍ଚ କରି ଏହାକୁ ଦର୍ଶକଙ୍କୁ ମାଗଣାରେ ଦେଖାଇବା ବୋଲି ଚର୍ଚ୍ଚା ଜୋର ଧରିଛି।  ମିଳିଥିବା ସୂଚନା ଅନୁସାରେ ନିଜର ଏହି ପଦକ୍ଷେପ ସମ୍ପର୍କରେ ଗୁଗଲ୍‌ ଖୁବଶୀଘ୍ର ଘୋଷଣା କରିପାରେ।

ସ୍ମାର୍ଟ ଟିଭି ପାର୍ଟନରଙ୍କ ସହ ଆଲୋଚନା ପରେ ଗୁଗଲ ଆସନ୍ତାବର୍ଷ ଲୋକମାନଙ୍କ ପାଇଁ ଚ୍ୟାନେଲ ଆଣିପାରେ। ଗୁଗଲ ପୂର୍ବରୁ ରୋକୁ ମଧ୍ୟ ଏମିତି ପଦକ୍ଷେପ ନେଇଥଲା। ୟୁଜର୍ସଙ୍କୁ ରୋକୁ ୨୦୦ରୁ ଅଧିକ ଫ୍ରି ଚ୍ୟାନେଲ୍‌, ୧୦ ହଜାରରୁ ଅଧିକ ଶୋ ଏବଂ ଫିଲ୍ମ ଦେଉଛି। ଗୁଗଲର ଏହି ନିଷ୍ପତ୍ତିରେ ୟୁଜର୍ସ ଖୁବ ଖୁସିଥିବା ଜଣାପଡ଼ିଛି । ଗୁଗଲ ଦ୍ବାରା ଆସିଥିବା ଥିବା ଚ୍ୟାନେଲ୍ସରେ ବହୁତ ଭଲ କଣ୍ଟେଣ୍ଟ ମିଳିବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.