Gmail ଆକାଉଣ୍ଟ ବନ୍ଦ କରିପାରେ ଗୁଗଲ୍‌, ୨୦୨୧ ଜୁନ୍‌ ପହିଲାରୁ ବଦଳିଯିବ ଏହି ସବୁ ନିୟମ

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭/୧୧: ନୂଆ ପଲିସି ଆଣିଛି ଗୁଗଲ୍‌। ଏହି ପଲିସି ଅଧିନରେ ଗୁଗଲ୍‌ ଆପଣଙ୍କ ଜିମେଲ୍‌ ଆକାଉଣ୍ଟ ବନ୍ଦ କରିଦେଇପାରେ। ତେବେ ଏଥିରୁ ନିଜର ଜିମେଲ୍‌ ଆକାଉଣ୍ଟକୁ ସୁରକ୍ଷିତ ରଖିବାକୁ ହେଲେ ନୂଆ ନିୟମ ସମ୍ପର୍କରେ ଜାଣିବା ଜରୁରୀ।

ନୂଆ ପଲିସି ଅନୁସାରେ ଯଦି ଜଣେ ୟୁଜରଙ୍କ ଜିମେଲ୍‌ ଆକାଉଣ୍ଟ ଦୁଇ ବର୍ଷ ହେଲା ନିଷ୍କ୍ରିୟ ରହିଛି ତେବେ ଏହି ଆକାଉଣ୍ଟରୁ ସମସ୍ତ କଣ୍ଟେଣ୍ଟ ହଟାଇଦେବ ଗୁଗଲ୍‌। କିନ୍ତୁ ୟୁଜର ଚାହିଁଲେ ନିଜର ଆକାଉଣ୍ଟକୁ ବନ୍ଦ ହେବାରୁ ରକ୍ଷା କରିପାରିବେ। କାରଣ ଗୁଗଲ୍‌ କେଣ୍ଟଣ୍ଟ ଡିଲିଟ୍‌ କରିବା ପୂର୍ବରୁ ୟୁଜରଙ୍କୁ ଏନେଇ ସୂଚନା ଦେବ।

{"id":349489,"sizeSlug":"large"}

ଦୁଇ ବର୍ଷ ପୂରୁଣା କିମ୍ବା ନିଷ୍କ୍ରିୟ ଆକାଉଣ୍ଟ ସବୁ ବନ୍ଦ କରିବ ବୋଲି ଗୁଗ୍‌ଲ୍‌ ପକ୍ଷରୁ ଘୋଷଣା କରାଯାଇଛି। ୨୦୨୧ ଜୁନ ପହିଲାରୁ ଏଭଳି ଏକ ନିୟମ ଲାଗୁ କରିବାକୁ କମ୍ପାନୀ ପକ୍ଷରୁ ଯୋଜନା ହୋଇଥିବା ଜଣାପଡ଼ିଛି। ଏହା ସହ ଯେଉଁ ୟୁଜର ନିଜର ଜିମେଲ୍‌ ଆକାଉଣ୍ଟ ୨ ବର୍ଷ ହେଲା ବ୍ୟବହାର କରିନାହାନ୍ତି ସେମାନେ ୨୦୨୧ ପୂର୍ବରୁ ନିଜର ଜିମେଲ୍‌, ଗୁଗଲ୍‌ ଡ୍ରାଇଭ୍‌ ଓ ଗୁଗଲ୍‌ ଫଟୋ ଫିଚର ଉପଯୋଗ କରନ୍ତୁ ବୋଲି ନିଜର ୟୁଜରଙ୍କୁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

ନୂଆ ପଲିସି ଅନୁସାରେ ଗୁଗଲ୍‌ ଡ୍ରାଇଭ୍‌ ଓ ଗୁଗଲ୍‌ ଫଟୋରେ ସେଭ୍‌ ପାଇଁ ୟୁଜରଙ୍କୁ ୧୫ ଜିବି ଡାଟା ମାଗଣା ମିଳୁଛି। ଯଦି ୟୁଜର୍ସ ୧୫ ଜିବି ସୀମା ଅତିକ୍ରମ କରୁଛନ୍ତି ତେବେ ସେମାନଙ୍କୁ ଅତିକମ୍‌ରେ ୧୦୦ ଜିବି ଡାଟା ଷ୍ଟୋରେଜ୍‌ ସୁବିଧା ନେବାକୁ ପଡ଼ିବ। ତେବେ ଏଥିପାଇଁ ୟୁଜରଙ୍କୁ ଚାର୍ଜ ଦେବାକୁ ପଡ଼ିବ। ପ୍ରତିମାସରେ ୧୩୦ ଓ ବର୍ଷକୁ ୧୩୦୦ ଟଙ୍କା ଦେବାକୁ ପଡ଼ବ। ୨୦୦ ଜିବି ଷ୍ଟୋରେଜ୍‌ ପାଇଁ ପ୍ରତିମାସ ୨୧୦ ଟଙ୍କା ,  ୨ଟିବି ପାଇଁ ପ୍ରତିମାସ ୬୫୦ ଓ ୧୦ ଟିବି ପାଇଁ ୩,୨୫୦ ଟଙ୍କା ପ୍ରତିମାସ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.