ପ୍ଲେଷ୍ଟୋରରୁ ୨୪୦ରୁ ଅଧିକ ଆପ୍‌ ବ୍ଲକ୍‌ କଲା ଗୁଗଲ୍‌, ନିଜ ଫୋନ୍‌ରୁ ଶୀଘ୍ର କରନ୍ତୁ ଡିଲିଟ୍‌

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧/୧୦: ଗୁଗଲ୍ ବଭିନ୍ନ ସମୟରେ ୟୁଜର୍ସଙ୍କ ସୁରକ୍ଷାକୁ ନଜରରେ ରଖି ପ୍ଲେଷ୍ଟୋରରୁ ଆପ୍‌ ବ୍ଲକ୍‌ କରିଥାଏ । ନିକଟରେ ସେମିତି କିଛି ଆପ୍‌ ଡିଲିଟ୍‌ କରିଥିଲା ଗୁଗଲ୍‌ । ପୁଣିଥରେ ଏବେ ଗୁଗଲ୍‌ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। ପ୍ଲେଷ୍ଟୋରରୁ ୨୪୦ରୁ ଅଧିକ ଆପ୍‌ ବ୍ଲକ୍‌ କରିବ ଗୁଗଲ୍‌। ଏହି ସବୁ ଆପ୍‌ ଏନ୍‌ଡ୍ରୋଏଡ୍‌ ଫୋନ୍‌ରେ ଉପଲବ୍ଧ ରହିଛି। ଯଦି ଆପଣଙ୍କ ଫୋନ୍‌ରେ ଏହି ସବୁ ଆପ୍‌ ଏବେ ବି ଅଛି ତେବେ​‌ ସେଗୁଡ଼ିକୁ ତୁରନ୍ତ ଡିଲିଟ୍‌ କରିଦିଅନ୍ତୁ। ଏହାଦ୍ବାରା ଆପଣ ଓ ଆପଣଙ୍କ ଫୋନ୍‌ ସୁରକ୍ଷିତ ରହିପାରିବ।

ଗୁଗଲ୍ ଏଭଳି ନିଷ୍ପତ୍ତି ନେବାର କାରଣ ହେଉଛି , ଏହି ସବୁ ଆପ୍‌ ୟୁଜର୍ସଙ୍କୁ ବିଭିନ୍ନ ପ୍ରକାର ଅସୁରିକ୍ଷିତ ବିଜ୍ଞାପନ ଦେଖାଇବା ସହ ଗୁଗଲ୍‌ ନିୟମର ଉଲ୍ଲଂଘନ କରୁଥିଲା। ଗୁଗଲ୍‌ର ସିକ୍ୟୁରିଟି ଟିମ୍‌ ଏହି ସବୁ ଆପ୍‌ଗୁଡ଼ିକୁ ଚିହ୍ନଟ କରି ବ୍ଲକ୍‌ କରିଛନ୍ତି। ସେଥିମଧରୁ ଅଧକ ଆପ୍‌ RAINBOWMIX କମ୍ପାନୀର । ଯାହାକି ବିଭିନ୍ନ ପ୍ରକାର ପୁରୁଣା ଗେମ୍‌ ଓ ଅନ୍ୟ ସେବା ଯୋଗାଉଥିବା ଆପ୍‌ ଉପଲବ୍ଧ କରାଉଥିଲା। ଏହି କମ୍ପାନୀର ପ୍ରତି ଆପ୍‌ ପ୍ରତି ଦିନ ପାଖାପାଖି ୧.୪ କୋଟି ଲୋକଙ୍କ ପାଖରେ ପହଞ୍ଚୁଥିଲା। ଏହା ସହ ପ୍ୟାକର ସଫ୍ଟଓ୍ବାୟର ମାଧ୍ୟମରେ ପାଖାପାଖି ଦେଢ଼ କୋଟି ୟୁଜରଙ୍କ ପାଖରେ ବିଭିନ୍ନ ବିଜ୍ଞାପନ ପହଞ୍ଚାଉଥିଲା।

ଅନ୍ୟପଟେ ଗୁଗଲ୍‌ ନିଜର ୟୁଜର୍ସଙ୍କୁ ଏହି କମ୍ପାନୀର ଆପ୍‌ଗୁଡ଼ିକୁ ନିଜ ସ୍ମାର୍ଟଫୋନ୍‌ରୁ ଡିଲିଟ କରିବା ପାଇଁ ପରାମର୍ଶ ଦେଇଛି। ଅନେକ ସମୟ ଧରି ଏହି କମ୍ପାନୀ ଗୁଗଲ୍‌ ନିୟମର ଉଲ୍ଲଂଘନ କରୁଥିଲା। ଯେତେବେଳେ White Ops  ଜରିଆରେ ଏହାର କାରନାମା ଜଣାପଡ଼ିଲା ସେତେବେଳେ ଗୁଗଲ୍‌ ଏଭଳି ନିଷ୍ପତ୍ତି ନୋବକୁ ବାଧ୍ୟ ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ଏହି ଆପ୍‌ଗୁଡ଼ିକ ୟୁଜର୍ସଙ୍କୁ ଅସୁବିଧାରେ ପକାଉଥିଲେ। କାରଣ ଅଜଣା ଆପ ଜରିଆରେ ବିଭିନ୍ନ ବିଜ୍ଞାପନ ଆସିବା ଦ୍ବାରା ଫୋନ୍‌ ସ୍ପିଡ୍‌ କୁମଥିଲା। ଯାହାଫଳରେ ୟୁଜର୍ସଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ ବହୁ ଥର ଗୁଗଲ୍‌ ଏଭଳି ନିଷ୍ପତ୍ତି ନେଇସାରିଛି ଓ ବହୁ ଆପ୍‌କୁ ବ୍ଲକ୍‌ କିମ୍ବା ବ୍ୟାନ୍‌ କରିଛି। ଏବେ କମ୍ପାନୀ ପାକଁ ନକଲି ଆପ୍‌ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା କୁହାଯାଉଛି। ତେବେ ଏହିସବୁ ଆପ୍‌ ପାଇଁ ୟୁଜରଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିବା ବେଳେ ଅନ୍ୟ ଭଲ ଆପ୍‌ ମଧ୍ୟ ପ୍ରଭାବିତ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.