ଗୁଗଲ ଉପରେ ପେଟିଏମ୍‌ ଲଗାଇଲା ଭେଦଭାବର ଆରୋପ, କହିଲା- କ୍ୟାସବ୍ୟାକ ଦେବା ଜୁଆ କେବେ ଠାରୁ ହେଲା

Published By : Prameya-News7 Bureau | September 22, 2020 IST

ନୂଆଦିଲ୍ଲୀ ୨୨/୦୯: ଗୁଗଲ ପ୍ଲେ-ଷ୍ଟୋରରୁ ପେଟିଏମକୁ ହଟାଇବା ପରେ ଏବେ ଡିଜିଟାଲ ପେମେଣ୍ଟ ଆପ ପେଟିଏମ ଗୁଗଲକୁ ଟାର୍ଗେଟ କରିଛି। ପେଟିଏମ ଗୁଗଲ ଉପରେ ଭେଦଭାବର ଆରୋପ ଲଗାଇଛି। ଆପ ମାମଲାରେ ଗୁଗଲର ନିୟମ ଅଲଗା ହୋଇଯାଏ ବୋଲି ପେଟିଏମ୍ କହିଛି। ଏହା ସହ ଗୁଗୁଲ ନିଜେ ଗୋଟିଏ କ୍ରିକେଟ ଥିମ୍ ଉପରେ ଏକ କ୍ୟାସବ୍ୟାକ୍ ଅଭିଯାନ ଚଳାଉଛି। ତେଜ ସଟ୍ସ ନାମକ ଏ କ୍ୟାମ୍ପେନ ପଏଣ୍ଟ ଓ ଲକି ଡ୍ର ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଓ୍ବାର୍ଡ ଦେଉଛି। ମାତ୍ର ଯେତେବେଳେ କଥା ଆପର ଉଠିଲା ଗୁଗଲ କହିଲା ନିୟମ ଉଲ୍ଲଂଘନ କରୁଥିବାରୁ ଗୁଗଲ ପ୍ଲେ-ଷ୍ଟୋରରୁ ପେଟିଏମକୁ ହଟାଇଲା।

ଗତ ଶୁକ୍ରବାର ଗୁଗଲ ତା’ ପ୍ଲେ-ଷ୍ଟୋରରୁ କିଛି ଘଣ୍ଟା ପାଇଁ ପେଟିଏମକୁ ହଟାଇ ଥିଲା। ଗୁଗଲ କହିଥିଲା କି ପେଟିଏମ ତା’ ପେମେଣ୍ଟ ଆପରେ କ୍ରିକେଟ୍ ଷ୍ଟିକର ପ୍ରମୋ ଚଲାଉ ଥିଲା। ଏହା ଡ୍ରିମ ୧୧ର ଫାନଟାସି ସପୋର୍ଟ ପ୍ଲାଟଫର୍ମ ଲାଇନରେ ଥିଲା। ଡ୍ରିମ ୧୧ ହିଁ ଆଇପିଏଲର ଟାଇଟଲ ସ୍ପନସର। ଏହାକୁ ପ୍ଲେ ଷ୍ଟୋର ନିୟମ ବିରୋଧର ବିଚାର କରାଯାଉ ଥିଲା। ଏହା ପରେ ହିଁ ଗୁଗଲ ପେଟିଏମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ଗୁଗଲ କହିବା କଥା କ୍ୟାସବ୍ୟାକ ଓ ଭାଉଚରରେ ନିୟମ ଉଲ୍ଲଂଘନ ହୋଇ ନାହିଁ ବରଂ ପେଟିଏମ ଫାଟାନ୍ସି ଗେମିଂ ଅପର କରିବା ହେଉଛି ନିୟମ ବିରୋଧୀ। ଗୁଗଲ ଜୁଆ ଖେଳକୁ ସମର୍ଥନ କରେ ନାହିଁ କି ଜୁଆ ସହ ସମ୍ବନ୍ଧିତ ସେହି ନୀତି ଉଲ୍ଲଂଘନ କରିବା ଯୋଗୁ ପେଟିଏମକୁ ହଟାଇ ଥିବା ଗୁଗଲ କହିଥିଲା।

କ୍ୟାସବ୍ୟାକ ସୁବିଧା ହଟାଯିବା ପରେ ପେଟିଏମ କହିଛି ‘ଯଦି କ୍ୟାସବ୍ୟାକ ଦେବା ଜୁଆ, ତାହାଲେ ଏ ପ୍ରସଙ୍ଗରେ କିଛି କହିବାର ନାହିଁ। ଏହା ଜୁଆ ଏଇଥିପାଇଁ ଯେ ଗୁଗୁଲ ପ୍ଲେ ଷ୍ଟୋରର ମାଲିକ ଓ ଆମ ପାଖରେ ଏହାର ଦ୍ବିତୀୟ ବିକଳ୍ପ କିଛି ନାହିଁ। ପେଟିଏମ ଅଭିଯୋଗ କରିଛି ଯେ ଗୁଗଲ ପ୍ଲେ ଷ୍ଟୋରର ପଲିସି ଭେଦଭାବ ଯୁକ୍ତ।  ଯାହା ଅପ୍ରତ୍ୟକ୍ଷ ଭାବେ ଡିଜିଟାଲ ମାର୍କେଟରେ ଗୁଗଲକୁ ଭାରି ହେବା ପାଇଁ ତିଆରି କରିଛି। ପେଟିଏମ ଗୁଗଲ ଉପରେ ବଡ଼ ଆରୋପ ଲଗାଇ ଗତ ରବିବାର ଏକ ବ୍ଲଗ୍ ପୋଷ୍ଟରେ କହିଛି ଗୁଗଲ ଭାରତର ଡିଜିଟାଲ ଇକୋସିଷ୍ଟମ ଉପରେ ଭାରି ହେବାକୁ ଚାହୁଁଛି।

ପେଟିଏମ କହିଛି ଭାରତରେ ଲିଗାଲ ହେବା ସତ୍ବେ ମଧ୍ୟ ଗୁଗଲ କ୍ୟାସବ୍ୟାକ ଅଫର ହଟାଇବାକୁ ବାଧ୍ୟ କଲା। ଗୁଗଲ ପେମେଣ୍ଟ ସର୍ଭିସ ଫିଚର ଗୁଗଲ ପେ’ ନିଜେ ହିଁ ଏପ୍ରକାର ଅଫର ଦିଏ। ପେଟିଏମ କହିଛି ଏହା ପ୍ରଥମଥର ପାଇଁ ହୋଇଛି ଯେତେ​‌ବେଳେ ଗୁଗଲ ୟୁପିଆଇ କ୍ୟାସବ୍ୟାକ ଓ ସ୍କ୍ରାଚକାର୍ଡ କ୍ୟାମ୍ପେନ ସମ୍ପନ୍ଧିତ ନୋଟିଫିକେସନ ପଠାଇ ଥିଲା ଓ ଆମକୁ ଏ ମାମଲାରେ ନିଜ ପକ୍ଷ ରଖିବାକୁ ଅବସର ଦିଆଗଲା ନାହିଁ। ଯେତେ​‌ବେଳେ ଗୁଗଲ ପେ ମଧ୍ୟ ଭାରତରେ ଏହି ପ୍ରକାର ଅଫରକୁ ପରିଚାଳିତ କରୁଛି ବୋଲି କହିଛି ପେଟିଏମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.