ଗୁଗୁଲ କରୁଛି ଏଣ୍ଡରୋଏଡ୍‌ କ୍ୟୁ କାର କ୍ରାଶ ଡିଟେକ୍ସନର ପରୀକ୍ଷଣ, କାର ଦୁର୍ଘଟଣା ସମ୍ପର୍କରେ ମିଳିବ ସୂଚନା

Published By : Prameya-News7 Bureau | May 14, 2019 IST

wp:heading {"level":5}
ଅନେକ ସମୟରେ ଜାତୀୟ ରାଜପଥ ହେଉ ବା ଜଂଗଲିଆ ଓ ଲୋକନତିବା ଅଂଚଲରେ କାର ଦୁର୍ଘଟଣାଗ୍ରସ୍ତ ହେଲେ ଯାତ୍ରୀମାନେ ତ୍ବରିତ ସେବା ନପାଇବା ଯୋଗୁଁ ମୃତ୍ୟୁମୁଖରେ ପଡିଥାନ୍ତି । ତେବେ ଏକ ନିର୍ଦ୍ଦିଷ୍ଟ ଅଂଚଳରେ ଯେ କୌଣସି ସ୍ଥାନରେ ଯଦି କୌଣସି କାର ଦୁର୍ଘଟଣାଗ୍ରସ୍ତ ହୁଏ ତାହେଲେ ନିକଟସ୍ଥ କଣ୍ଟ୍ରୋଲ ରୁମକୁ ତୁରନ୍ତ ଏହାର ସୂଚନାମିଳିବ । ଫଲରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଛଳରେ ପହଞ୍ଚି ପାରିବେ । ଏଭଳି ହେଲେ ବହୁ ମୂଲ୍ୟୂାନ ଜୀବନ ରକ୍ଷା ପାଇଯିବ । ସେହିଭଳି ଦୁର୍ଘଟଣା ସମ୍ପର୍କରେ ଚାଳକ ନିଜ ଏଣ୍ଡ୍ରଏଡ ଫୋନ ଜରିଆରେ ମଧ୍ୟ ଆଗୁଆ ସୂଚନା ହାସଲ କରିପାରିବେ । ଏଭଳି ବୈଷୟିକ ଜ୍ଞାନ କୌଶଳ ଉପରେ ଗୁଗୁଲ କାମ କରିବା ଆରମ୍ଭ କରିଛି ।
/wp:heading {"id":111784}
wp:heading {"level":5}
 ଗୁଗୁଲ “ଏଣ୍ଡରଏଡ୍‌ କ୍ୟୁ” ଅପରେଟିଂ ସିସଟମ୍‌(ଓଏସ)ରେ ପିକସଲ୍‌ ଫୋନ୍‌ ପାଇଁ ଅଟୋମେଟିକ୍‌ କାର କ୍ରାଶ ଡିଟେକସନର ପରୀକ୍ଷଣ କରୁଛି। ଏକ୍ସଡିଏ ଡେଭଲପର୍ସ ଏହି ସୂଚନା ଦେଇଛନ୍ତି। ଏଣ୍ଡରଏଡ୍‌ କ୍ୟୁ ବିଟା ୩ରେ ସେଫଟି ହବ୍‌ ନାମକ ଏକ ନୂଆ ଗୁଗୁଲ ଆପ୍‌ ଅଛି। ଏହାର ପ୍ୟାକେଜ ନାଁ ହେଉଛି କାମ୍‌ଡଟ୍‌ଗୁଗୁଲ୍‌ଡଟ୍‌ଏଣ୍ଡରଏଡ୍‌ଡଟ୍‌ଏପ୍ସଡଟ୍‌ସେଫ୍ଟିହବ୍‌।
/wp:heading {"id":111785,"width":583,"height":371}
wp:heading {"level":5}
ରିପୋର୍ଟ ଅନୁସାରେ ଏହି ଆପ୍‌ର କାର୍ଯ୍ୟ କ୍ଷମତା ପିକ୍ସଲ ଏକ୍ସକ୍ଲୁସିଭ ଯାହା ଏହି ଆପ୍‌ର ଘୋଷଣା କରିବା ସମୟରେ ଦେଖାଯାଇଛି । ଏହା କାର ଦୁର୍ଘଟଣାର ଅଟୋମେଟିକ୍‌ ଡିଟେକ୍ସନ କରେ। କିନ୍ତୁ ଏହାର ପ୍ରକ୍ରିୟା କେମିତି ହେବ ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଯେ, କମ୍ପାନୀ ଏହାର ଏକ୍ସେଲେରମିଟର ଓ ମାଇକ୍ରଫୋନ୍‌ରୁ ନିଆଯାଇଥିବା ସୂଚନାର ସାହାଯ୍ୟ ନେଇପାରେ। ତଥାପି ଏହି ଡିଟେକ୍ସନ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ନୁହେଁ ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.