ସାବଧାନ : ଏହି ସାଇଟରେ ଅନଲାଇନ ପର୍ଣ୍ଣ ଦେଖୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିବ ଫେସବୁକ୍ ଏବଂ ଗୁଗଲ୍

Published By : Prameya-News7 Bureau | July 20, 2019 IST

ନୂଆଦିଲ୍ଲୀ ୨୦/୭: ଗତ ବର୍ଷ କେତେକ ଲୋକପ୍ରିୟ ପର୍ଣ୍ଣ ସାଇଟକୁ ସାଇବର ଅପରାଧ,ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ହଟାଇବା ପାଇଁ ଦେଶର ଅଧିକାଂଶ ଟେଲିକମ୍ କମ୍ପାନୀ ଦ୍ବାରା ବ୍ଲକ୍ କରାଯାଇଥିଲା। କିନ୍ତୁ ଭାରତରେ ପର୍ଣ୍ଣ ଦେଖିବା ଉପରେ କୈାଣସି କଟକଣା ଲଗାଯାଇନାହିଁ। ଏପରି କ୍ଷେତ୍ରରେ ଯଦି ଆପଣ ମଧ୍ୟ ବନ୍ଦ କରାଯାଇନଥିବା ସେହି ସାଇଟରେ ପର୍ଣ୍ଣ ଦେଖୁଛନ୍ତି ତେବେ ଆପଣଙ୍କ ସୂଚନା ସେୟାର କରାଯାଉଛି। ଏପରି ଅନେକ ପର୍ଣ୍ଣ ସାଇଟ ରହିଛି ଯେଉଁଗୁଡ଼ିକ ନିଜ ଗ୍ରାହକଙ୍କ ସୂଚନା ଗୁଗଲ ଏବଂ ଫେସବୁକକୁ ଦେଉଛି। ଆପଣ ନିଜ ସ୍ମାର୍ଟଫୋନରେ କିମ୍ବା କମ୍ପ୍ୟୁଟରରେ ହେଉ କିମ୍ବା କମ୍ପ୍ୟୁଟରରେ ଇନକଗନିଟୋରେ ମଧ୍ୟ ପର୍ଣ୍ଣ ଦେଖୁଛନ୍ତି ଯଦି ଆପଣଙ୍କୁ ଟ୍ରାକ କରାଯିବ।

ଏକ ଅନୁଧ୍ୟାନରେ କୁହାଯାଇଛି ଯେ ୨୨,୪୮୪ ପର୍ଣ୍ଣ ସାଇଟକୁ ସ୍କାନ୍ କରିବା ପରେ ଏହା ଜଣାପଡ଼ିଥିଲା ଯେ ୯୩% ଓ୍ବେବସାଇଟ ଏପରି ରହିଛି ଯାହା ଗ୍ରାହକଙ୍କ ଡାଟାକୁ ଥାର୍ଡ଼ ପାର୍ଟି ସହ ଲିକ୍ କରୁଛି। ଏଥିରୁ ୭୪% ପର୍ଣ୍ଣ ଓ୍ବେବସାଇଟକୁ ଗୁଗଲ ଏବଂ ଏହାର କମ୍ପାନୀ ଟ୍ରାକ୍ କରୁଛି। ସଫ୍ଟଓ୍ବେୟାର ଡେଭଲପର କମ୍ପାନୀ ଓରାକଲ ମଧ୍ୟ ୨୪% ପର୍ଣ୍ଣ ସାଇଟକୁ ଟ୍ରାକ କରୁଛି। ଏହା ସହିତ ସବୁଠୁ ଲୋକପ୍ରିୟ ପ୍ଲାଟଫର୍ମ ଫେସବୁକକୁ ମଧ୍ୟ ସ୍କାନିଙ୍ଗ ପରେ ୧୦% ପର୍ଣ୍ଣ ସାଇଟକୁ ଟ୍ରାକ୍ କରୁଥିବା ଦେଖାଯାଇଛି। ଏହି ପର୍ଣ୍ଣ ସାଇଟର ପ୍ରାଇଭେସି ପଲିସିକୁ ଦେଖିବା ଯଦି ଉପଭୋକ୍ତା ଏହା ବୁଝି ପାରୁନାହାନ୍ତି। ଏବେ ଯାଏଁ ବିଶ୍ବର ୧୭% ପର୍ଣ୍ଣ ସାଇଟ ପ୍ରାଇଭେସି ପଲିସିକୁ ଅନୁକରଣ କରୁଛି।

ଯେଉଁ ଉପଭୋକ୍ତା ଅଧିକ ଥର ପର୍ଣ୍ଣ ସାଇଟ୍ ବ୍ୟବହାର କରୁଛନ୍ତି ତାଙ୍କୁ ଅଧିକ ଟ୍ରାକ୍ କରାଯାଉଛି। ଟ୍ରାକିଙ୍ଗ ସମୟରେ କମ୍ପାନୀ କୁକିଜ ପଠାଉଛି  ଯାହା ସାଇଟ ଭିସିଟ କରିବାବେଳେ ଡାଉନଲୋଡ ହୋଇଯାଉଛି। କେତେକ କମ୍ପାନୀ ପିକ୍ସଲ ସାଇଟ୍ ଫଟୋ ଏବଂ ଟେକ୍ସଟ ଫାଇଲ ଜରିଆରେ ଡିଭାଇସରେ ଡାଉନଲୋଡ କରାନ୍ତି। ଏହାପରେ କୁକିସ ଟ୍ରାକିଙ୍ଗ କରିବା ପାଇଁ ଗ୍ରାହକଙ୍କୁ ସାଇଟରେ ଅଧିକ ସମୟ ରଖିବା ପାଇଁ ସାଇଟ ସମ୍ବନ୍ଧିତ ବିଜ୍ଞାପନ ଦେଖାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.