କରୋନା ଭାଇରସକୁ ଠାବ କରିବା ଉଦ୍ୟମରେ ଫେସବୁକ୍ ଏବଂ ଗୁଗଲ୍ : ମହାମାରୀକୁ ରୋକିବ ଟେକ୍ନୋଜ୍ୟାଣ୍ଟଙ୍କ ଟେକ୍ନୋଲୋଜି

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯/୩: ଟେକ୍ନୋଲୋଜି ବାଦଶାହ ଗୁଗଲ୍ ଏବଂ ଫେସବୁକ୍ ମଧ୍ୟ କରୋନା ଭାଇରସକୁ ଟ୍ରାକ୍ କରିବାର ପ୍ରୟାସରେ ଲାଗି ପଡ଼ିଛନ୍ତି। ଏଥିପାଇଁ ଦୁଇ କମ୍ପାନୀ ଓ୍ବାଶିଂଟନ ସହ କଥାବାର୍ତ୍ତା ଚଳାଇଛନ୍ତି। ଗଣମାଧ୍ୟମରେ ସେମାନଙ୍କର ପ୍ରଭାବ ଦୃଷ୍ଟିରୁ ସେମାନେ ଲୋକଙ୍କୁ ଅଧିକ ସଚେତନ କରିପାରିବେ । ଏବଂ କରୋନା ଭାଇରସ୍ ସହ ଲଢ଼ିବାରେ ସାମିଲ ହୋଇ ପ୍ରତିରୋଧର ପ୍ରାଭାବକୁ ଅଧିକ ପ୍ରଭାବଶାଳୀ କରିପାରିବେ ବୋଲି ଗୁଗୁଲ ଏବଂ ଫେସବୁକ୍ ଆଶା ରଖିଛନ୍ତି ।

ଏହି ପ୍ରୋଜେକ୍ଟ ଜରିଆରେ ଆମେରିକୀୟ ଲୋକଙ୍କ ଲୋକେସନ ପରିଚୟ ଲୁଚାଇ ତାଙ୍କ ସ୍ମାର୍ଟଫୋନ୍ ଜରିଆରେ ଟ୍ରେସ୍ ହେବ ଏବଂ ଏହା ଆଧାରରେ ଏହା ସ୍ଥିର ହେବ ଯେ ଭାଇରସ୍ କେଉଁ ଯାଏଁ ବ୍ୟାପିଛି ଏବଂ କାହାକୁ ଚିକିତ୍ସାର ଆବଶ୍ୟକତା ରହିବ। ପରିଚୟ ଗୁପ୍ତ ରଖିବା ସହ ଲୋକେସନ୍ ଟ୍ରେସର ପ୍ରସ୍ତୁତି ଚାଲିଛି।

ଆମେରିକା ଉପରେ ଭାଇରସ ସହ ଲଢ଼ିବାର ଚାପ ବଢ଼ିଯାଇଛି। ଏହା ଅନୁସାରେ ୫୦ରୁ ଅଧିକ ବୈଜ୍ଞାନିକ ସରକାରଙ୍କୁ ଖୋଲା ପତ୍ର ଲେଖି ଟେକ୍ନୋଲୋଜି କମ୍ପାନୀଙ୍କୁ ସାହାଯ୍ୟ ସହ ଏହା ସହ ଲଢ଼ିବାର ବ୍ୟବସ୍ଥାର ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.