ଭୁଲ୍ ଭାବେ ଗାଉଥିବା ଗୀତକୁ ଠିକ୍ରେ ଶୁଣାଇବ Google, ଜାଣନ୍ତୁ କଣ ଏହି ନୂଆ ଫିଚ୍ର
17/10/2020 at 5:29 PM

ନୂଆଦିଲ୍ଲୀ ୧୭/୧୦: ଗୁଗ୍ଲ ସମୟ ସମୟରେ ନିଜର ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚ୍ର ଆଣିଥାଏ। ଏବେ ସଙ୍ଗୀତ ପ୍ରେମୀଙ୍କ ପାଇଁ ନୂଆ ଫିଚ୍ର ଆଣିଛି ଗୁଗ୍ଲ। ଥରେ ଗୁଣୁଗୁଣୁ ହେଲେ ପୂରା ଗୀତ ଆପଣଙ୍କୁ ଶୁଣାଇବ ଗୁଗ୍ଲ। ଆପଣ ଭୁଲ୍ ଗାଉଥିଲେ ବି ଠିକ୍ ଗୀତ ଶୁଣାଇପାରିବ। ବାସ ଆପଣଙ୍କୁ ଗୀତର କିଛି ଶବ୍ଦ ଠିକ୍ ଗାଇବାର ଅଛି। ଏହି ନୂଆ ଫିଚ୍ର ହେଉଛି ‘hum to search’
ଏହି ଫିଚ୍ର ମାଧ୍ୟମରେ ୟୁଜର ଭାବୁଥିବା ଗୀତକୁ ଗୁଣୁଗୁଣୁ ହେଲେ, ଗାଇଦେଲେ କିମ୍ବା ସିଟି ବଜାଇଲେ ତାଙ୍କୁ ଗୀତ ଶୁଣାଇବ ଗୁଗ୍ଲ। ତେବେ ଗୁଗ୍ଲ ପକ୍ଷରୁ ଏହି ନୂଆ ଫିଚ୍ରକୁ ଶୁକ୍ରବାର ଲଞ୍ଚ କରାଯାଇଛି।
ନୂଆ ଫିଚ୍ର ବ୍ୟବହାର କରିବାକୁ ହେଲେ ୟୁଜରର୍ସଙ୍କୁ ଗୁଗ୍ଲରେ ‘what’s the song’ ଲେଖିବାକୁ ହେବ କିମ୍ବା ନୂଆ ଆଡ୍ କରାଯାଇଥିବା ସର୍ଚ୍ଚ ସଙ୍ଗ ବଟନ୍ ଉପରେ କ୍ଲିକ୍ କରିବାକୁ ହେବ। ତାପରେ ଆପଣ ଗୁଣୁଗୁଣୁ ହେଉଥିବା ଗୀତର ମ୍ୟାଚ୍ ଗୁଗ୍ଲ ଆପଣଙ୍କୁ ଦେଖାଇବ। ଏପରିକି ଭୁଲିଯାଇଥିବା ଗୀତକୁ ଥରେ ଗୁଣୁଗୁଣୁ କରିଦେଲେ ଗୁଗ୍ଲ ଲିରିକ୍ସ ସହ ଆପଣଙ୍କୁ ଗୀତ ଶୁଣାଇବ।
ଲର୍ଣ୍ଣିଂ ଟୁଲ୍ସ ସାହାଯ୍ୟରେ ଚାଲୁଥିବା ଏହି ଫିଚ୍ର ଉଭୟ ଏନଡ୍ରୋଏଡ୍ ଓ ଆଇଓଏସ୍ରେ ଉପଲବ୍ଧ ହୋଇଛି। ୟୁଜର୍ସ ଏଥିରେ ୨୦ରୁ ଅଧିକ ଭାଷାରେ ଗୀତ ଶୁଣିପାରିବେ। ଧିରେଧିରେ ଅଧିକ ଭାଷାର ଗୀତ ଏଥିରେ ଯୋଗ କରାଯିବ ବୋଲି ଗୁଗ୍ଲ ପକ୍ଷରୁ ସୂଚନା ମିଳିଛି।