Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଗୁଡଭେଲାବାସୀଙ୍କ ଜିଦ୍ ରହିଲା, ଡାକ୍ତରଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କଲା ସ୍ୱାସ୍ଥ୍ୟ ବିଭାଗ

17/01/2021 at 2:07 PM

ବଲାଙ୍ଗୀର,୧୭/୦୧:  ସଫଳ ହେଲେ ଗୁଡଭେଲା ବାସିନ୍ଦାଙ୍କ ଦାବି । ଗୁଡ ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ବିବେକାନନ୍ଦ ଧରୁଆଙ୍କ ନୂତନ ଉଦଘାଟନ ହୋଇଥିବା ବୁଡ଼ା ବାହାଲ ସ୍ବାସ୍ଥ୍ୟ କେନ୍ଦ୍ରକୁ ଡେପୁଟେସନକୁ ବାତିଲ କରିଛି ସ୍ଵାସ୍ଥ୍ୟ ବିଭାଗ ।

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗୁଡଭେଲା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରବିବାର ସ୍ଥାନୀୟ ବାସିନ୍ଦା ଲାଗତର ଦ୍ୱିତୀୟ ଦିନ ପାଇଁ ଧାରଣା ଦେଇଥିଲେ । ସ୍ଥାନୀୟ ବାସିନ୍ଦା ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରି ପୁଣି ଥରେ ନିଯୁକ୍ତି ଦାବି କରି ମେଡିକାଲ ଗେଟ ସମ୍ମୁଖରେ ଧାରଣା ଦେବା ସହ ଓପିଡିକୁ ତାଲା କରିଦେଇଥିଲେ  ।

ସୂଚନାନୁସାରେ, ଗତ ୨ ଦିନ ତଳେ ସଇଁତଳା ବ୍ଲକ୍ ବୁଡ଼ାବାହାଲରେ ନୂତନ ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଲା । ଗୁଡଭେଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ଧରୁଆଙ୍କୁ ବୁଡ଼ାବାହାଲକୁ ଡେପୁଟେସନରେ ଯିବାକୁ ନିର୍ଦେଶ ଦେଇଥିଲା ସ୍ଵାସ୍ଥ୍ୟ ବିଭାଗ ।   ତେବେ ଗୁଡ଼ଭେଲା  ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଡ଼ାକ୍ତର ନିହାତି ଦରକାର । ଏଠାରେ କେବଳ ଜଣେ ଡାକ୍ତର ଥିବାବେଳେ କିଭଳି ଭାବରେ ତରବରିଆ ହୋଇ ଡାକ୍ତରଙ୍କୁ ବଦଳି କରିଥିଲେ ବିଭାଗ ସେ ନେଇ ତାତିଥିଲେ ସ୍ଥାନୀୟ ବାସିନ୍ଦା । ଗାଁର ଶହ ଶହ ମହିଳା ଓ ପୁରୁଷ ଡ଼ାକ୍ତର ଧରୁଅଙ୍କୁ ଫେରେ ଇବା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରାନଗଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ।

ତେବେ ଲୋକଙ୍କ ଦାବିକୁ ନଜରରେ ରଖି ଡ଼ାକ୍ତରଙ୍କ ବଦଳି ବାତିଲ ହୋଇଛି । ପୁଣି ଧାରୁଆ ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚାର୍ଜରେ ରହିବେ । ଏନେଇ  ସୁଚନା ଦେଇଛନ୍ତି ସିଡିଏମଓ ଭୀମ ସାହୁ । ସେପଟେ ନୂତନ ଭାବରେ ଉଦଘାଟନ ହୋଇଥିବା ବୁଡ଼ାବାହାଲ ସ୍ଵାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ଶୂନ୍ୟ ହୋଇ ପଡ଼ିଛି ।

   Related Posts