ଏତେ ବେଗରେ ‘ରାଜଧାନୀ ଏକ୍ସପ୍ରେସ୍’କୁ ଚାଲେଞ୍ଜ କରୁଛନ୍ତି ମାଲବାହୀ ଟ୍ରେନ୍, ଘଣ୍ଟାପ୍ରତି ଦୌଡୁଛନ୍ତି ୧୦୦ କିଲୋମିଟର ବେଗରେ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧।୬: ଡେଡିକେଟେଡ୍ ଫ୍ରେଟ କରିଡର (ଡିଏଫସି)ରେ ଚାଲୁଥିବା ମାଲବାହୀ ଟ୍ରେନ୍‌ଗୁଡିକ ଏବେ ରାଜଧାନୀ ଏକ୍ସପ୍ରେସ୍‌ ଠାରୁ ମଧ୍ୟ ଦ୍ରୁତ ବେଗରେ ଚାଲୁଛନ୍ତି। ଏଥିରେ ଗତ ୩ଟି ଶନିବାର କେତେକ ଗୁଡସ୍‌ ଟ୍ରେନ ଘଣ୍ଟାପ୍ରତି ୯୯.୩ କିଲୋମିଟର ବେଗରେ ଦୌଡିଥିବା ରେଳବାଇ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଅଧିକାରୀଙ୍କ ସୂଚନା ଅନୁସାରେ ବେଗର ଏହି ରେକର୍ଡ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର (ଇଡିଏଫସି)ରେ ହୋଇଛି।

ସୂଚନା ଅନୁସାରେ ୩୩୧ କିଲୋମିଟର ଦୀର୍ଘ ନ୍ୟୁ ଖୁର୍ଜା-ନ୍ୟୁ ଭାଉପୁର ସେକ୍ସନରେ ଗୁଡସ୍‌ ଟ୍ରେନ୍‌ ଏହି ନୂଆ କିର୍ତ୍ତିମାନ କାୟମ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କରିଡରକୁ ୨୯ ନଭେମ୍ବର ୨୦୨୦ରେ ଲୋକର୍ପିତ କରିଥିଲେ। ଅଧିକାରୀଙ୍କ ଅନୁସାରେ ଏହି କରିଡରରେ କିଛି ମାଲବାହୀ ଟ୍ରେନ୍‌ ସର୍ବାଧିକ ୯୯.୪୦ କିଲୋମିଟର ବେଗରେ ଦୌଡିଛନ୍ତି। ତେବେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରରେ ମାଲବାହୀ ଟ୍ରେନମାନଙ୍କର ସର୍ବାଧିକ ବେଗ ଏବେ ୮୯.୫ କିଲୋମିଟର ପ୍ରତି ଘଣ୍ଟା ଥିବା ଅଧିକାରୀ କହିଛନ୍ତି।

{"id":460017,"width":839,"height":553,"sizeSlug":"large","linkDestination":"none"}

୩୦୦ କିଲୋମିଟର ଦୂରତାକୁ  ମାଲଗାଡିଗୁଡିକ ମାତ୍ର ୩ଘଣ୍ଟା ୨୦ ମିନିଟ୍‌ରେ ପାର କରିଛନ୍ତି। ତେବେ ସାଧାରଣ ସମୟରେ ଏହି ମାର୍ଗରେ ମାଲବାହୀ ଟ୍ରେନମାନଙ୍କ ହାରାହାରି ବେଗ ୨୪ କିଲୋମିଟର ପ୍ରତିଘଣ୍ଟା ଥାଏ। ଏବେ ଦେଶରେ କେବଳ ରାଜଧାନୀ ଏକ୍ସପ୍ରେସଗୁଡିକର ସର୍ବାଧିକ ବେଗ ରହିଛି। ଏହି ଏକ୍ସପ୍ରେସ୍ ଶୃଙ୍ଖଳା ପ୍ରତିଘଣ୍ଟା ୮୦ କିଲୋମିଟର ବେଗରେ ଗତି କରୁଛନ୍ତି।

ମାଲବାହୀ ଟ୍ରେନମାନେ  ରାଜଧାନୀ ଏକ୍ସପ୍ରେସ୍‌ର ବେଗକୁ ଡିଏଫସିରେ ଚାଲେଞ୍ଜ କରୁଛନ୍ତି।  ଡିଏଫସିରେ ମାଲବାହୀ ଟ୍ରେନମାନେ ପ୍ରତି ଘଣ୍ଟା ୧୦୦ କିଲୋମିଟର ବେଗ ଛୁଇଁଛନ୍ତି। ତେବେ ମାଲବାହୀ ଟ୍ରେନମାନଙ୍କ ବେଗ ବଢିବା ପଛରେ ଅନେକ କାରଣ ମଧ୍ୟ ରହିଛି। ଏଥିରେ ଡବଲ ଲାଇନ ଇଲେକ୍ଟ୍ରିକ ଟ୍ରାକ୍‌ ଗୁଡସ୍‌ ଟ୍ରେନଙ୍କ ବେଗ ବଢାଇବାରେ ସହାୟକ ହେଉଥିବା କୁହାଯାଇଛି। 

{"id":460018,"width":838,"height":468,"sizeSlug":"large","linkDestination":"none"}

ରେୱଡି-ମଦାର ୩୦୬ କିଲୋମିଟର ୱେଷ୍ଟର୍ଣ୍ଣ ଫ୍ରେଟ କରିଡର(ଡବ୍ଲୁଏଫସି)ରେ ମାଲଗାଡ଼ଗୁଡିକ ଏବେ ବେଗରେ ପବନ ସହ କଥା ହେଉଛନ୍ତି। ଗତ ଶନିବାର ଏହି ମାର୍ଗରେ ଚାଲିଥିବା ମାଲଗାଡିର ବେଗ ଦେଶର ସବୁଠାରୁ ଦ୍ରୁତଗାମୀ ମେଲ ଏକ୍ସପ୍ରେସ୍‌ ତୁଳନାରେ ମଧ୍ୟ ବହୁତ ଅଧିକ ଥିଲା।

ଡେଡିକେଟେଡ ଫ୍ରେଟ କରିଡର ଇଣ୍ଡିଆ ଲିମିଟେଡ (ଡିଏଫସିଆଇଏଲ) ଅଧିକାରୀ ଏହି ରେଳମାର୍ଗକୁ କେବଳ ମାଲଗାଡି ଲାଗି ବିକଶିତ କରାଯାଇଥିବା କହିଛନ୍ତି। ଏଣୁ ମାର୍ଗରେ ସ୍ପିଡ ସମ୍ପର୍କିତ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି। ସେହିପରି ରେଲବାଇଙ୍କ ଜନୈକ ଅଧିକାରୀଙ୍କ ଅନୁସାରେ ଡିଏଫସିର କୌଣସି ସ୍ଥାନରେ ୨.୫ ଡିଗ୍ରିରୁ ଅଧିକ ମୋଡ ନାହିଁ। ଏଣୁ ମାଳଗାଡି ସେମାନଙ୍କ ହାରାହାରି ବେଗ ୧୦୦ କିଲୋମିଟରରେ କାୟମ  ରଖିବାରେ କୌଣସି ଅସୁବିଧା ହେଉ ନଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.