ମାଲବାହୀ ଟ୍ରେନ୍ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
28/01/2021 at 1:16 PM

ମୁନିଗୁଡା ୨୮।୧: ରାୟଗଡାରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ । ରେଳଧାରଣା କାମ ଚାଲିଥିବା ବେଳେ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀମାନେ ଅନୁଧ୍ୟାନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନଟି ବିଶାଖାପାଟଣାରୁ ଛତିଶଗଡ ଅମୁଲାଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ରେଳ ଧାରଣା କାମ ଚାଲିଥିବା ବେଳେ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।

ଖବରପାଇ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଟ୍ରେନ୍ ଲାଇନଚ୍ୟୁତ୍ ହେବା ଫଳରେ ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Related Posts
ଟ୍ରାକ୍ଟର ମାଡିଯାଇ ଡ୍ରାଇଭରଙ୍କ ମୃତ୍ୟୁ
25 February 2021