ଇଞ୍ଜିନ୍ ବିନା ଗଡିଲା ଟ୍ରେନ୍, ପ୍ରାୟ ୧ କି.ମି. ଯିବା ପରେ ଓଲଟିପଡିଲା
7/06/2020 at 9:26 AM

ଝାରସୁଗୁଡା ୭।୬: ଇଞ୍ଜିନ୍ ବିନା ଗଡିଲା ଟ୍ରେନ୍ । ବିନା ଇଞ୍ଜିନରେ ମାଲବାହୀ ଟ୍ରେନ୍ ପ୍ରାୟ ୧ କିଲୋମିଟର ଯିବାପରେ ଓଲଟି ପଡିଥିବା ସୂଚନା ମିଳିଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଏମସିଏଲ କୋଇଲା ଖଣିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନାଯୋଗ୍ୟ ଯେ, ରବିବାର ଭୋର ୪ଟା ସମୟରେ କୋଇଲା ବୋଝେଇ ହୋଇ ରହିଥିବା ୬୦ଟି ବଗି ବିଶିଷ୍ଟ ମାଲବାହୀ ଟ୍ରେନ୍ ଆପେ ଆପେ ଗଡିଯାଇଥିଲା । ଲଜକୁରା କୋଲ ସାଇଡିଂରୁ ଟ୍ରେନ୍ ଯାଇ ଇବ୍ ପିଟ୍ ନିକଟରେ ଓଲଟିପଡିଥିଲା । ଫଳରେ ଟ୍ରାକରୁ ୪ଟି ବଗି ତଳକୁ ଖସି ଯାଇଥିଲା ।

ଗତ ୪ ଦିନ ତଳୁ ମାଲବାହୀ ଟ୍ରେନ୍ ରେ କୋଇଲା ବୋଝେଇ ହୋଇ ରହିଥିଲା । ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହେବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୋଇଲା ପରିବହନରେ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଏହି ଦୁର୍ଘଟଣା ଯୋଗୁଁ ଏମସିଏଲର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି ।