ଝାରସୁଗୁଡା ଲହଣ୍ଡାବୁଡ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

Published By : Prameya-News7 Bureau | September 18, 2019 IST

ଝାରସୁଗୁଡା ୧୮।୯: ଝାରସୁଗୁଡା ବସୁନ୍ଧରା ରେଳ ଲାଇନରୁ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଲହଣ୍ଡାବୁଡ ନିକଟରେ ୫ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । ଘଟଣାସ୍ଥଳରେ ପହଞ୍ଚିଲେ ରେଲୱେ ଅଧିକାରୀ ଓ ଆରପିଏଫ ।

{"id":159236}

ବସୁନ୍ଧରା କୋଇଲାଖଣିରୁ କୋଇଲା ବୋଝେଇ କରି ଟ୍ରେନ୍ ଆସୁଥିବା ବେଳେ ଆଜି ସକାଳୁ ହେଲା ଲାଇନଚ୍ୟୁତ। ଘଟଣାସ୍ଥଳରେ ଆରପିଏଫ କର୍ମଚାରୀଙ୍କ ସହ ରେଳବାଇ ଅଧିକାରୀ ପହଞ୍ଚି ଯାତାୟତକୁ ସ୍ବାଭାବିକ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.