ସିଟି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ
1/02/2020 at 3:49 PM

ସମ୍ବଲପୁର ୦୧।୦୨: ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି । ମାଲଗାଡିର ଗୋଟିଏ ବଗି ଧାରଣାରୁ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି । ଖବର ପାଇ ଡିଆରଏମ୍ଙ୍କ ସମେତ ବରିଷ୍ଠ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ଲାଇନଚ୍ୟୁତ ହେବାର ଚାରିଘଣ୍ଟା ଭିତରେ ମରାମତି କରି ଲାଇନ୍ ଖାଲି କରାଯାଇଛି ବୋଲି ଡିଆରଏମ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମାଲବାହୀ ଟ୍ରେନଟି ସରଲା ଷ୍ଟେସନ ପଟୁ ବିଲାସପୁର ଆଡକୁ ଯାଉଥିବା ବେଳେ ଗୋଟିଏ ବଗି ଚକ ରେଳ ଧାରଣାରୁ ଖସିଯାଇଥିଲା । ତେବେ ଦୁର୍ଘଟଣା ସତ୍ତ୍ବେ ରେଳ ଚଳାଚଳରେ କୌଣସି ବାଧାପ୍ରାପ୍ତ ହୋଇନଥିବା କୁହାଯାଇଛି ।

Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021