ଫିଲ୍ମ ‘ଗୁଡବାଏ’ ର ସୁଟିଂ ଆରମ୍ଭ, ବିଗ୍ ବିଙ୍କ ସହ ନଜର ଆସିବେ ରଶ୍ମିକା ମଣ୍ଡନ୍ନା

Published By : Prameya-News7 Bureau | April 02, 2021 IST

ମୁମ୍ବାଇ ୦୨/୦୪: ବାଲାଜୀ ଟେଲିଫିଲ୍ମ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟର ଆଗାମୀ ଫିଲ୍ମ 'ଗୁଡବାଏ'ର ସୁଟିଂ ଆଜିଠାରୁ ଆରମ୍ଭ ହୋଇଛି । ଏହି ଫିଲ୍ମଟିକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ମୁଖ୍ୟ ଭୂମିକାରେ ଅମିତାଭ ବଚ୍ଚନ ଏବଂ ସାଉଥ ଆଭିନେତ୍ରୀ ରଶ୍ମିକା ମଣ୍ଡନ୍ନା ଅଭିନୟ କରିଛନ୍ତି ।

{"id":431961,"width":625,"height":472,"sizeSlug":"large","linkDestination":"none"}

ମୁମ୍ବାଇରେ ଆଜି ଶୁଭ ଆରମ୍ଭ ସୁଟିଂ କରାଯାଇଛି । ରଶ୍ମିକା ଆଜିଠାରୁ ଫିଲ୍ମର ସୁଟିଂ ଆରମ୍ଭ କରିଥିବାବେଳେ ବିଗ୍ ବି ଏପ୍ରିଲ୍ ୪ ରୁ ସୁଟିଂର ଅଂଶ ହେବେ । 'ଗୁଡବାଏ' ସହିତ ବିକାଶ ବାହଲ ଏବଂ ଏକତା କପୁର ପୁଣିଥରେ ଏକାଠି ହେଉଛନ୍ତି, ଯେଉଁମାନେ ପୂର୍ବରୁ 'ଲୁଟେରା' ଏବଂ 'ଉଡତା ପଞ୍ଜାବ' ଭଳି ଫିଲ୍ମରେ କାମ କରିଥିଲେ ।

{"width":629,"height":419}
Amitabh Bachchan Tests Positive For COVID-19, Admitted to Nanavati Hospital  | India.com

'ଗୁଡବାଏ' ବିଷୟରେ ନିର୍ମାତା ଏକତା କପୁର କହିଛନ୍ତି, "ଗୁଡବାଏ ଏକ ବିଶେଷ ବିଷୟ, ଯେଉଁଥିରେ ଇମୋସନ୍ ଏବଂ ଏଣ୍ଟରଟେନମେଣ୍ଟ ରହିଛି ।  ଏହା ଏକ ଏପରି କାହାଣୀ ଯାହା ପ୍ରତ୍ୟେକ ପରିବାରକୁ ସଂଯୁକ୍ତ ଅନୁଭବ କରିବ । ମୁଁ ବଚ୍ଚନ ଜୀଙ୍କ ସହ କାମ କରିବାକୁ ଉତ୍ସାହିତ ଏବଂ ରଶ୍ମିକାଙ୍କୁ ଏହି ସୁନ୍ଦର ଫିଲ୍ମରେ ଉପସ୍ଥାପନ କରିବାକୁ ରୋମାଞ୍ଚିତ । "

{"width":634,"height":475}
Rashmika Mandanna pens the third part of her short story | Telugu Movie  News - Times of India

ଅନ୍ୟପକ୍ଷରେ, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଗ୍ରୁପ୍‌ର ସିଇଓ ଶିବାଶିଶ ସରକାର କହିଛନ୍ତି, 'ମୋତେ ମୋର ଆଗାମୀ ପ୍ରୋଜୋକ୍ଟ 'ଗୁଡବାଏ'କୁ ପ୍ରଦର୍ଶନ କରି ବେଶ ଖୁସି ଅନୁଭବ ହେଉଛି, ଯେଉଁଥିରେ ବାଲାଜୀ ଟେଲିଫିଲ୍ମ ଏବଂ ଫିଲ୍ମ ନିର୍ମାତା ବିକାଶ ବାହଲଙ୍କ ପରି ଦୁଇଟି ସୃଜନଶୀଳ ଶକ୍ତି ସାଥିରେ ଅଛନ୍ତି  ଏବଂ ଟିମରେ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରଶ୍ମିକା ମଣ୍ଡନ୍ନା ରହିଥିବାରୁ ମୁଁ ଗର୍ବିତ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.