ଶ୍ୱଶୁରଙ୍କ ମହାନ କାମ- ବିଧବା ବୋହୂକୁ ଅନ୍ୟ ଯୁବକଙ୍କ ସହ ବିବାହ କରାଇ ସଧବା କଲେ

Published By : Prameya-News7 Bureau | September 19, 2019 IST

ନବରଙ୍ଗପୁର ୧୯।୦୯- ଜୀବନର ଶେଷ ସମୟରେ ସାହାରା ସାଜିବ ରୋଜଗାରିଆ ପୁଅ ଏହି ଆଶା ରଖିଥିଲେ ପରିବାର ଲୋକେ କିନ୍ତୁ ସଂସାର ଦେଖିବା ଆଗରୁ ଆରପାରିକୁ ଚାଲିଗଲେ ପୁଅ । ଆଉ ଅଭାଗା ବାପା ଙ୍କ ନିକଟରେ ବର୍ଷକର ପୁଅ ଆଉ ସ୍ତ୍ରୀ କୁ ଛାଡି ଦେଇଗଲେ । ରୋଜଗାରିଆ ପୁଅ କୁ ହରାଇ ସାରା ପରିବାର ସଦସ୍ୟ ଙ୍କ ଛାତି ଫାଟି ପଡୁଥିବା ବେଳେ ବିଧବା ବୋହୁ ଓ ନାତିର ଭବିଷ୍ୟତ ନେଇ ଚିନ୍ତାରେ ବୁଡି ରହିଥିଲେ ଶାଶୁ ଓ ଶ୍ୱଶୁର । ଶେଷରେ ମନରେ ସ୍ଥିର କରି ଛାତି କୁ ଦୃଢ଼ କରି ବିଧବା ବୋହୂକୁ ନିଜ ଝିଅ ଭଳି ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧାଇ ବୋହୁ ବେଶରେ ସଜାଇ ଅନ୍ୟ ଜଣେ ଯୁବକ ଙ୍କୁ ନିଜ ସାମାଜିକ ରୀତିନୀତି ରେ ବିବାହ କରାଇଛନ୍ତି ।
ବିଧବା ବୋହୂକୁ କନ୍ୟାଦାନ କରିଥିବା ବ୍ୟକ୍ତି ଜଣକ ଜଣେ ନିର୍ବାଚିତ ଜନପ୍ରତିନିଧି ସମିତିସଭ୍ୟ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଏକରି ପଞ୍ଚାୟତର ସମିତିସଭ୍ୟ କମଳଲୋଚନ ମାଝୀ । ବିଧବା ବୋହୂକୁ ଅନ୍ୟ ଯୁବକ କୁ ବିବାହ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ।
ଜଣେ ପୂର୍ବତନ ମହିଳା ସରପଞ୍ଚ ନିଜ ର ପୁଅ ମୃତ୍ୟୁର ଦୁଇ ମାସ ପରେ ନିଜ ବିଧବା ବୋହୂକୁ ଅନ୍ୟତ୍ର ବିବାହ ଦେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଜଣେ ସମିତିସଭ୍ୟ ନିଜ ବିଧବା ବୋହୂକୁ ଅନ୍ୟତ୍ର ବିବାହ କରିଛନ୍ତି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଏକରି ଗ୍ରାମ ପଞ୍ଚାୟତ ର ସମିତିସଭ୍ୟ କମଳଲୋଚନ ମାଝୀ ଙ୍କ ପୁଅ ଲଳିତ ମାଝୀ ପୋଲିସ ବିଭାଗରେ ଏସପିଓ ଭାବେ କାର୍ଯ୍ୟ କରୁଥିଲେ । ଗତ ସାତ ବର୍ଷ ପୂର୍ବେ ଲଳିତ ପାପଡାହାଣ୍ଡି ବ୍ଲକ ଜଟାବାଲ ଅନ୍ତର୍ଗତ ବାରିଗୁଡା ଗ୍ରାମର କମଳସାଇ ଭତ୍ରା ଙ୍କ ଝିଅ ନୟନା ଙ୍କୁ ବିବାହ କରିଥିଲେ । ବିବାହର ବର୍ଷକ ପରେ ଲଳିତ ଓ ନୟନା ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ପୁଅର ନାମ କରଣ ପାଇଁ ଧୁମ ଧାମରେ ପ୍ରସ୍ତୁତି ଚାଲିଥିବା ବେଳେ କିନ୍ତୁ ବିଧିର ବିଧାନ ଥିଲା ବଡ଼ ବିଚିତ୍ର । ଲଳିତ ପୁଅର ନାମକରଣ ଉତ୍ସବ କୁ ନିମନ୍ତ୍ରଣ ଦେବାକୁ ବାରିଗୁଡା କୁ ଯିବା ସମୟରେ ଏକ ସଡକ ଦୁର୍ଘଟଣା ର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ । ଲଳିତ ଙ୍କ ଦୁଃଖଦ ମୃତ୍ୟୁ ରେ ଅଧାରେ ରହିଯାଇଥିଲା ପୁଅର ନାମକରଣ । ତେବେ ନାତି ଓ ବିଧବା ବୋହୂର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଥିଲେ ସମିତିସଭ୍ୟ କମଳଲୋଚନ । ଶେଷରେ ନିଜ ବିଧବା ବୋହୂକୁ ବିବାହ କରିବାକୁ ସ୍ଥିର କରିଥିଲେ କମଳଲୋଚନ ଏବଂ ବାଲେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସନ୍ଧିଭଟ୍ଟା ଗ୍ରାମର ନିଜ ର ସମ୍ପର୍କୀୟ ଘାସିଆ ମାଝୀ ଙ୍କ ପୁଅ କହ୍ନେଇ ମାଝୀ ଙ୍କୁ ନିଜ ବିଧବା ବୋହୂକୁ ବିବାହ ଦେଇଛନ୍ତି । ଆଉ ରୀତିନୀତି ଅନୁସାରେ ଏହି

ଜଣେ ଜନପ୍ରତିନିଧି ଙ୍କ ଏହି ମହତକାମ କୁ ଭୁରୀ ଭୁରୀ ପ୍ରଶଂସା ମିଳିଥିବା ବେଳେ ନିଜ ବିଧବା ବୋହୂକୁ କନ୍ୟାଦାନ ଦେଇ ଶ୍ୱଶୁର ନିଜ କୁ ଧନ୍ୟ ମନେ କରିଛନ୍ତି । କନ୍ୟାଦାନ ମହତ କାମ କୁ ସେ ସିଦ୍ଧ କରି ଦେଖାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.