Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗଣେଶ ମହୋତ୍ସବର ୧୦ ଦିନ ଯାଏଁ ବୃଷ, ମିଥୁନ ସମେତ ଏହି ରାଶିରେ ରହିବ ବାପ୍ପାଙ୍କ କୃପା

10/09/2021 at 2:52 PM

ଭୁବନେଶ୍ୱର ୧୦/୦୯ : ଶୁକ୍ରବାର, ସେପ୍ଟେମ୍ବର ୧୦ ତାରିଖରୁ ଗଣେଶ ମହୋତ୍ସବ ଆରମ୍ଭ ହୋଇଛି। ସିକରବାର ଗଣେଶ ଚତୁର୍ଥୀ। ଆଜିଠାରୁ ଅନନ୍ତ ଚତୁର୍ଦଶୀ ଯାଏଁ ଗଣେଶଙ୍କର ବିଧି ବିଧାନ ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଏ। ସାରା ଦେଶରେ ଗଣେଶ ଚତୁର୍ଥୀ ଧୂମଧାମରେ ପାଳନ କରାଯାଏ। ଜ୍ୟୋତିଷ ଗଣନା ଅନୁଯାୟୀ, ଗଣେଶ ମହୋତ୍ସବର ୧୦ ଦିନ ଯାଏଁ କିଛି ରାଶି ଉପରେ ବାପ୍ପାଙ୍କ କୃପା ରହିବ। ଏହି ରାଶିମାନଙ୍କ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ ନୁହେଁ। ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ବିଘ୍ନକର୍ତ୍ତାଙ୍କ କୃପା ରହିବ…

ବୃଷ – ବୃଷ ରାଶି ବ୍ୟକ୍ତିଙ୍କ ଉପରେ ଭଗବାନ ଗଣେଶଙ୍କ ବିଶେଷ କୃପା ରହିବ। ଧନ ଲାଭ ଯୋଗ ରହିଛି। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଶିକ୍ଷା କ୍ଷେତ୍ରରେ ଜଡିତ ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ। ଭାଗ୍ୟର ସହଯୋଗ ମିଳିବ। କାରବାରରେ ଲାଭ ମିଳିବ। ନିବେଶ ପାଇଁ ଭଲ ସମୟ ରହିଛି।

ମିଥୁନ – ଆଗାମୀ ୧୦ ଦିନ ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ। ଚାକିରୀ ଓ ବ୍ୟବସାୟରେ ଉନ୍ନତି ଯୋଗ ରହିଛି। ଆର୍ଥିକ ସ୍ଥିତି ମଜବୁତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହଯୋଗ ପ୍ରାପ୍ତ ହେବ।

ସିଂହ – ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଏହି ୧୦ ଦିନ ଶୁଭ ଫଳ ପ୍ରାପ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରସଂଶିତ ହେବେ। ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଏହି ସମୟରେ ନିବେଶ କଲେ ଲାଭ ହେବ। ଭଗବାନ ଗଣେଶଙ୍କ କୃପାରୁ ସଫଳତା ପ୍ରାପ୍ତ କରିବେ।

କନ୍ୟା – କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଏହି ସମୟ ଶୁଭ ରହିବ। ଶିକ୍ଷା କ୍ଷେତ୍ର ସହ ଜଡିତ ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ। ବୈବାହିକ ଜୀବନ ସୁଖମୟ ହେବ। ଧନ ଲାଭ ଯୋଗ ରହିଛି। ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେବାକୁ ମଉକା ମିଳିବ।

   Related Posts