Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଆକ୍ଟିଭ୍ କେସ୍ ସଂଖ୍ୟା ୯ ଲକ୍ଷରୁ କମ୍, ମୃତ୍ୟୁହାର ୧.୫୩ ପ୍ରତିଶତ, ଜାଣନ୍ତୁ ଭାରତରେ କେମିତି ରହିଛି କରୋନା ସ୍ଥିତି

13/10/2020 at 5:42 PM

ନୂଆଦିଲ୍ଲୀ ୧୩।୧୦: କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ନିଜର ନିୟମିତ ସାମ୍ଵାଦିକ ସମ୍ମିଳନୀରେ ମଙ୍ଗଳବାର ସୂଚନା ଦେଇଛି ଯେ, ଭାରତରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଭାରତରେ ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ  ହୋଇ ସାରିଛନ୍ତି ଯାହା ଦୁନିଆରେ ସର୍ବାଧିକ। ସେ କହିଛନ୍ତି, ପରୀକ୍ଷଣ ହାର ବଢୁଥିଲେ ମଧ୍ୟ ପଜିଟିଭ୍ କେସ୍ ସଂଖ୍ୟା ହ୍ରାସ ହେବାରେ ଲାଗିଛି, ଯାହା ନିଶ୍ଚିତ ଭାବେ ଏକ ଭଲ ସଙ୍କେତ। ଏଥିରୁ ଜଣା ପଡୁଛି ଯେ ସଂକ୍ରମଣର ଗତି ଏବେ ଧିମା ପଡିଛି। ଏହା ବ୍ୟତୀତ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସଂପ୍ରତି ୯ ଲକ୍ଷ ତଳେ ରହିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଭାରତରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୮୭ ପ୍ରତିଶତ ସୁସ୍ଥ ହୋଇ ସାରିଛନ୍ତି। ସକ୍ରିୟ କେସ୍ ମାତ୍ର ୧୧.୬୯ ପ୍ରତିଶତ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ କିଏ ହସ୍ପିଟାଲରେ ତ କିଏ ହୋମ୍ ଆଇସୋଲେସନରେ ଅଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ କରୋନା ମୃତ୍ୟୁହାର ୧.୫୩ ପ୍ରତିଶତ ରହିଛି।

ଭୂଷଣ କହିଛନ୍ତି, ଭାରତରେ ଆକ୍ରାନ୍ତଙ୍କ ପଜିଟିଭ୍ ହାରରେ କ୍ରମାଗତ ହ୍ରାସ ଘଟୁଛି। ଭାରତରେ ଏ ପର୍ଯ୍ୟନ୍ତ ପଜିଟିଭ୍ ହାର ୮.୦୭ ପ୍ରତିଶତ ରହିଛି। ସାପ୍ତାହିକ ଆଧାରରେ ଏହା ୬.୨୪ ପ୍ରତିଶତ ହୋଇଥିବା ବେଳେ ଦୈନିକ ହାର ୫.୧୬ ପ୍ରତିଶତ ରହିଛି।

ଗତ ୫ ସପ୍ତାହ ଉପରେ ନଜର ପକାଇଲେ ଦେଖିବା ଯେ, ସପ୍ତାହ ପରେ ସପ୍ତାହ ପଜିଟିଭ୍ ହାର ୮.୫ ପ୍ରତିଶତରୁ ହ୍ରାସ ଘଟି ୬.୨୪ ପ୍ରତିଶତକୁ ଖସି ଆସିଛି। ଯେମିତି ଯେମିତି ଟେଷ୍ଟ ସଂଖ୍ୟା ବଢି ଚାଲିଛି ସେମିତ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ଘଟୁଛି। ବର୍ତ୍ତମାନ ଦିନକୁ ହାରାହାରି ୧୧ ଲକ୍ଷ ୩୬ ହଜାର ଟେଷ୍ଟ କରାଯାଉଛି, କିନ୍ତୁ ଆମର ଦୈନିକ ପରୀକ୍ଷଣ କ୍ଷମତା ୧୫ ଲକ୍ଷ ରହିଛି।

   Related Posts