ସେରୋ ସର୍ଭେରୁ ମିଳିଛି ଭଲ ରେଜଲ୍ଟ, ଟ୍ୱିନସିଟିରେ ସଂକ୍ରମଣ କମାଇବା କାମ କରୁଛି ସ୍ୱାସ୍ଥ୍ୟ ବିଭାଗ : ସ୍ୱାସ୍ଥ୍ୟ ନିର୍ଦେଶକ

Published By : Prameya-News7 Bureau | July 24, 2021 IST

ଭୁବନେଶ୍ୱର ୨୪/୭: ପ୍ରଥମ ଲହର, ଦ୍ୱିତୀୟ ଲହର ଓ ତୃତୀୟ ଲହର ମଧ୍ୟରେ ସମ୍ପୂର୍ଣ୍ଣ ବାଉଣ୍ଡରୀ ଟାଣିବା ବଡ଼ କଷ୍ଟ । ପ୍ରତି ପାଣ୍ଡେମିକରେ ଏମିତି ଲହର ଆସେ । ତାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବନି । ପାଣ୍ଡେମିକର ପ୍ରଭାଵ କମ୍ୟୁନିଟି ଭିତରେ କିଛିଟା ରହିବ । ଏମତି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ଆମର ସଂକ୍ରମଣ ହାର ୨.୪ ପ୍ରତିଶତ ଚାଲୁଛି । କିନ୍ତୁ ଏଥିପାଇଁ ଆମେ ଖୁସି ହେବା କଥା ନୁହେଁ ।

ତଥାପି ରାଜ୍ୟର ଦୁଇ ତିନିଟି ଜିଲ୍ଲାରେ ୩ ଡ଼ିଜିଟରେ ସଂକ୍ରମଣ ସଂଖ୍ୟା ରହୁଛି । ଏଠି ପିଜେଟିଭ ରେଟ ହାଇ ରହୁଛି । ସେଥିପାଇଁ ସବୁବେଳେ ଆମକୁ ସଜାଗ ରହିବାକୁ ହେବ । କଟକ ଓ ଭୁବନେଶ୍ୱରରେ କେମିତି ସଂକ୍ରମଣ କମିବ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସେ ଦିଗରେ କାର୍ଯ୍ୟ କରୁଛି । ସେରୋ ସର୍ଭିଲାନ୍ସରେ ଭଲ ରେଜଲ୍ଟ ମିଳିଛି । କୁହାଯାଇ ପାରିବ ଏହା ଟିକାର ପ୍ରଭାବ ଓ ଦୁଇଟି ଲହର ଦ୍ୱାରା କମ୍ୟୁନିଟିରେ ଇନଫେକ୍ସନ ହୋଇଛି ।

ତେଣୁ ଲୋକମାନଙ୍କ ଭିତରେ ଆଣ୍ଟିବଡ଼ି ଡେଭଲପ ହେଉଛି । ଜାତୀୟ ହାର ତୁଳନାରେ ଆମର ସେରୋ ସର୍ଭେ ରିପୋର୍ଟ ଭଲ ଅଛି । ବରିଷ୍ଠ ଲୋକମାନଙ୍କର ଆଣ୍ଟିବଡ଼ି ଅଧିକ ଡେଭଲପ ହୋଇଛି । କାରଣ ସେମାନଙ୍କୁ ପ୍ରଥମେ ଟିକା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.