ଗୁଡ ନ୍ୟୁଜ୍ ଇଣ୍ଡିଆରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା: ଡାଡିଙ୍କ ସାଂଘାତିକ ରୋମାଣ୍ଟିକ ଭିଡିଓ ଓ ଫଟୋ ନ୍ୟୁଜ-୭ ହାତରେ, ଦେଖନ୍ତୁ
3/12/2018 at 1:57 PM

ଢେଙ୍କାନାଳ ୩|୧୨: ଗୁଡ ନ୍ୟୁଜ୍ ଇଣ୍ଡିଆର ସେଣ୍ଟରରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ସଂସ୍ଥାର ଅଧ୍ୟକ୍ଷ ଫୈଜ ରେହମାନ ଓ ଅନ୍ୟ ଦୁଇ କର୍ମଚାରୀ । ତେବେ ଫୈଜ ରେହମାନର ଯୌନ କେଳେଙ୍କାରୀର କିଛି ସାଂଘାତିକ ଫଟୋ ଓ ଭିଡିଓ ନ୍ୟୁଜ -୭ ହାତରେ ଲାଗିଛି । ଦେଖନ୍ତୁ ଏହି ସବୁ ଛବି ଓ ଭିଡିଓକୁ । କିଛି କହିବା ଦର୍କାର ନାହିଁ କେମିତି ଚାଲିଥିଲା ସେଲଟର ହୋମ୍ରେ ଯୌନ ନିର୍ଯ୍ୟାତନା ।
ଗତ କାଲି ଛାନଭୀନ ପରେ ପିଲା ମାନଙ୍କୁ ବିଭିନ୍ନ ସେଲଟର ହୋମରେ ଥଇଥାନ କରାଯାଇଛି। ସେପଟେ ବିଭିନ୍ନ ଜିଲ୍ଲାରେ ସଂସ୍ଥାର ଥିବା ଶାଖାଗୁଡ଼ିକରେ ବି ଚଢ଼ାଉ ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଢେଙ୍କାନାଳ ଯାଇ ସେଠାରେ ବିକ୍ଷୋଭ କରିଛି।
ଶେଷରେ ଫୈଜ ରେହମାନ ବା ଡାଡି ହୋଇଛନ୍ତି ଗିରଫ। ଢେଙ୍କାନାଳ ସେଲ୍ଟର ହୋମ୍ର ସେହି ପରିଚିତ ନାଁ ଡାଡି। ଯାହାଙ୍କ ନାଁରେ ଆସିଛି ନାବାଳିକାମାନଙ୍କୁ ଯୌନ ନିର୍ଯାତନା ଦେବାର ସାଂଘାତିକ ଅଭିଯୋଗ । ଡାଡି ବା ଗୁଡ ନ୍ୟୁଜ୍ ଇଣ୍ଡିଆ ସେଣ୍ଟରର ଅଧ୍ୟକ୍ଷ ଫୈଜ ରେହମାନ । ଫୈଜ ରେହମାନଙ୍କ ସହିତ ସେଲଟର ହୋମ ଇନଚାର୍ଜ ସୀମାଞ୍ଚଳ ନାଏକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଉଦିତ ଲିମା ମଧ୍ୟ ଗିରଫ ହୋଇଛନ୍ତି । ଢେଙ୍କାନାଳ ସଦର ଥାନାରେ ୩ଟି ମାମଲା ରୁଜୁ ହୋଇଛି । ବେଲଟିକିରିରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ କୁ ସିଲ କରାଯାଇଛି ।
ଏହି ମାମଲାରେ ପୁଲିସ ୩ ଜଣ ନାବାଳିକାଙ୍କର ବୟାନ ସ୍ବତନ୍ତ୍ର ପୋକସୋ ଆଇନର ୧୬୪ଧାରାରେ ରେକର୍ଡ କରାଯାଇଛି । ଗୁଡନ୍ୟୁଜ ଇଣ୍ଡିଆକୁ ନେଇ ହଇଚଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ କହିଛନ୍ତି ଏହି ସେଣ୍ଟରକୁ ପୂର୍ବରୁ ବହୁ ବିଦେଶୀ ଆସୁଥିଲେ। ଯାହାକୁ ନେଇ ଏହାର ବିଦେଶୀ ଲିଙ୍କ ଥିବା ସନ୍ଦେହ କରାଯାଇଛି ।
ଗୁଡ ନ୍ୟୁଜ୍ ଇଣ୍ଡିଆ ସେଣ୍ଟର ରାଜ୍ୟରେ ୨୨ଟି ଶାଖା ରହିଛି। ଏ ମଧ୍ୟରୁ ଆଜି କିଛି ଶାଖା ଉପରେ ଚଢ଼ାଉ ହୋଇଛି। ଘଟଣା ପଦାକୁ ଆସିବା ପରଠାରୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ। ଗତକାଲି ଗଜପତି ଏବଂ ବରଗଡରେ ଥିବା ଶାଖାରେ ଚଢାଉ କରାଯାଇିବାବେଳେ ଭଦ୍ରକ, କନ୍ଧମାଳ ଏବଂ ମୟୂରଭଂଜ ଶାଖାରେ ମଧ୍ୟ ଚଢଉ ହୋଇଛି । ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ ଉପସ୍ଥିତ ରହିଥିଲେ।
ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିବା ବଳେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଛନ୍ତି । ପୂର୍ବରୁ ଘଟଣା ସ୍ଥଳକୁ ଜିଲ୍ଲା କଂଗ୍ରେସର ଏକ ଦଳ ଯାଇ ଏହି ଘଟଣାକୁ ନିନ୍ଦା କରିଥିବା ବେଳେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ଦଳ ମଧ୍ୟ ଯାଇଛି । ସତ୍ୟାସତ୍ୟକୁ ଲୁଚାଇବା ପାଇଁ ରାତି ଅଧିଆ ପ୍ରଶାସନ ପକ୍ଷରୁ ଏହି ସେଲଟର ହୋମ ଏପରି ଖାଲି କରିଦିଆଯିବାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛି । ଅପରପକ୍ଷରେ ଗତକାଲି ଅନ୍ତର୍ଜାତୀୟ ମାନବାଧିକାର ସୁରକ୍ଷା ପରିଷଦର ରାଜ୍ୟ ସଭାନେତ୍ରୀ ସସ୍ମିତା ଦାସଙ୍କ ସମେତ ଏକ ଟିମ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ସେପଟେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ରାଜ୍ୟରେ ଚାଲିଥିବା ସେଲ୍ଟର ହୋମଗୁଡ଼ିକର ଅନୁଧ୍ୟାନ କରାଯିବ। ଏସବୁକୁ କିଏ ଫଣ୍ଡିଂ କରୁଛନ୍ତି, ଏହାର ପରିଚାଳନା କେମିତି ଚାଲିଛି। ଏସବୁର ତର୍ଜମା କରାଯିବ। ଏହି ଘଟଣା ସମ୍ବେଦନଶୀଳ ତେଣୁ ଆହାକୁ ନେଇ ରାଜନୀତି କରାନଯାଉ ବୋଲି ମନ୍ତ୍ରୀ କହିଛନ୍ତି ।
ବିହାର ସେଲଟର ହୋମ୍ ଟ୍ରାଜେଡି ସାମ୍ନାକୁ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ସେତେବେଳେ ବି ରାଜ୍ୟ ସରକାର କହିଥିଲେ ରାଜ୍ୟରେ ଚାଲିଥିବା ସେଲଟର ହୋମ୍ ଉପରେ ନଜର ରଖାଯିବ। ଏବେ ଢେଙ୍କାନାଳ ଘଟଣା ପୁଣି ରାଜ୍ୟବାସୀଙ୍କୁ ଲଜ୍ଜିତ କରିଛି।