ସେଲଟର୍ ହୋମ୍ କେଳେଙ୍କାରୀ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେନକା ଗାନ୍ଧୀ

Published By : Prameya-News7 Bureau | December 08, 2018 IST

ଢେଙ୍କାନାଳ ୮|୧୨: ସେଲଟର୍ ହୋମ୍ କେଳେଙ୍କାରୀ ଘଟଣାରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି | ସେପଟେ ଢେଙ୍କାନାଳ ସେଲଟର୍ ହୋମ୍ କେଳେଙ୍କାରୀରେ ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସିବାରେ ଲାଗିଛି। ଦୁଇଦିନ ମାରାଥନ ଜେରା ପରେ ପୁଣି ଫୈଜ ରେହମ୍ମାନଙ୍କ ରିମାଣ୍ଡ ୨ ଦିନ ବଢ଼ିଛି। ଆଉ ଏହା ଭିତରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଠାରୁ ଆରମ୍ଭ କରି ବେଆଇନ ଧର୍ମାନ୍ତରୀକରଣ ଆଦି ପ୍ରସଙ୍ଗରେ ଗୁଡ଼େଇ ତୁଡ଼େଇ ପଚାରିଛି ପୋଲିସ। ସେପଟେ ଫୈଜଙ୍କ ବିଭିନ୍ନ ଡେରା ଉପରେ ଆଜି ବି ଚଢ଼ାଉ ଜାରି ରହିଛି।   

ସାମ୍ନାକୁ ଆସିଛି ସେଲଟର ହୋମର ସତ । ଫଣ୍ଡିଂର ଫଣ୍ଡା ଓଗାଳିଛନ୍ତି ଫୈଜ ।  ଜେରା ବେଳେ ଗୁଡ୍ ନ୍ୟୁଜ୍ଚେୟାରମ୍ୟାନ୍ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ।  ବିନା ପଞ୍ଜୀକରଣରେ ଓଡ଼ିଶାରେ ଚାଲିଛି ଗୁଡ଼୍ ନ୍ୟୁଜ ସଂସ୍ଥା । କେବଳ ୧୯୯୪ରେ ପଶ୍ଚିମବଙ୍ଗ ସୋସାଇଟି ଆକ୍ଟରେ ପଂଜୀକୃତ ହୋଇଛି। ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲାର ସାଲେଗାଡିଆରେ ରହିଛି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ । ସଂସ୍ଥାପାଇଁ ବିଦେଶରୁ ସିଧାସଳଖ ମୋଟା ଅଙ୍କର ଟଙ୍କା ଆସୁଥିବା ସ୍ବୀକାର କରିଛନ୍ତି ଫୈଜ । ବିଭିନ୍ନ ସୂତ୍ରରୁ ବର୍ଷକୁ ପ୍ରାୟ ୧୪-୧୫ କୋଟି ଟଙ୍କା ଆସେ ।  ଭୁବନେଶ୍ବର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ରହିଛି ସଂସ୍ଥାର ଆକାଉଣ୍ଟ ।  ଅଧିକ ଖୋଳତାଡ ପାଇଁଢେଙ୍କାନାଳ ପୋଲିସ ଫୈଜଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେଇଛି ।  ଅନ୍ୟତମ ଗିରଫ ଅଭିଯୁକ୍ତ ସୀମାଞ୍ଚଳ ନାୟକଙ୍କୁ କଷ୍ଟୋଡିରେ ଜେରା କରାଯିବ । ଏଥିପାଇଁ ଅନୁମତି ଦେଇଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟ । 

{"id":62173}

ଧର୍ମାନ୍ତରୀକରଣ ପ୍ରସଙ୍ଗରେ ମଧ୍ୟ ଫୈଜଙ୍କଠୁ ତଥ୍ୟ ଓଗାଳିଛି ପୋଲିସ । ଧର୍ମାନ୍ତରୀକରଣ କଥାକୁ ସ୍ବୀକାର କରିଛନ୍ତି ଫୈଜ। କିନ୍ତୁ ଗଣମାଧ୍ୟମରେ ଯେଉଁ ହୋଲି ଡିପ୍ ର ଭିଜୁଆଲ୍ ପ୍ରସାରିତ ହେଉଛି ତାହା ଓଡିଶାର ନୁହେଁ, ପଶ୍ଚିମବଙ୍ଗ ସାଲେଗାଡିଆର ବୋଲି କହିଛନ୍ତି ଫୈଜ । ଅର୍ଥା ତ୍ସେହିଠାରେ ହିଁ କରାଯାଉଥିଲା ଧର୍ମ ପରିବର୍ତ୍ତନ । ଫୈଜଙ୍କ ସୂଚନା ଆଧାରରେ ଏହାର ଯାଞ୍ଚ୍ ପାଇଁ ଏକ ପୋଲିସ ଟିମ୍‌ ପଶ୍ଚିମବଙ୍ଗ ଯିବ ବୋଲି ଢେଙ୍କାନାଳଏସ୍‌ପିକହିଛନ୍ତି ।ଏହା ସହ ମାଜିଷ୍ଟେ୍ରଟଙ୍କ ନିକଟରେ ସେଲଟର ହୋମ୍ ଅନ୍ତେବାସୀଙ୍କ ବୟାନ ରେକର୍ଡ କରାଯାଇଥିବା ଏସ୍ପି କହିଛନ୍ତି। ବେଲଟିକିରି ସେଲଟର ହୋମ୍ ରୁ ଉଦ୍ଧାର ହୋଇଥିବା ଅନ୍ତେବାସୀଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ଦୁଇ ଦିନ ମଧ୍ୟରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଦିଆଯିବ । ଜିଲ୍ଲାରେ ଆଉ ଯେପରିଏଭଳି ଘଟଣାର ପୁନାରାବୃତ୍ତି ନ ଘଟେ ସେଥି ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲାପାଳକହିଛନ୍ତି ।

ସେପଟେ ସୁନ୍ଦରଗଡ଼ ଲାଠିକଟା କୁଲାମୁଣ୍ଡାରେ ଚାଲିଥିବା ଗୁଡ୍ ନ୍ୟୁଜ ଇଣ୍ଡିଆ ସେଲଟର ହୋମ୍ ରେ ଛାନ୍ ଭିନ୍ କରିଛି ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟି । ଏଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜିଲ୍ଲାପାଳଙ୍କ ନିର୍ଦେଶରେ ଅନ୍ତେବାସୀ ଓ ଆଖପାଖ ଲୋକଙ୍କୁ ପଚରାଉଚରା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.