ଖୁସି ଖବର ! ଏବେ ସବୁ ପେଟ୍ରୋଲ ପମ୍ପରେ ମିଳିବ ଲିଟର ପିଛା ୫୧ ଟଙ୍କା ଦରରେ ଡିଜେଲ

Published By : Prameya-News7 Bureau | August 11, 2019 IST

ନୂଆଦିଲ୍ଲୀ : ଦେଶରେ ବଢୁଥିବା ଡିଜେଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀମାନେ ଏବେ ରୋଷେଇରେ ବ୍ୟବହାର ହେଉଥିବା ଖାଇବା ତେଲରୁ ବାୟୋଡିଜେଲ ପ୍ରସ୍ତୁତ କରିବେ। ଏହି ଡିଜେଲର ମୂଲ୍ୟ ଦେଶର ବଜାରରେ ଲିଟର ପିଛା ୫୧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏଥିପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ଥରେ ରୋଷେଇରେ ବ୍ୟବାହର ହୋଇ ସାରିଥିବା ବଳକା ତେଲକୁ ସଂଗ୍ରହ କରାଯାଇ ବାୟୋ ଡିଜେଲ ପ୍ରସ୍ତୁତିରେ ବ୍ୟବହାର କରାଯିବ।

{"id":143252}

ଇଣ୍ଡିଆନ ଅଏଲକର୍ପୋରେସନ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବେ ବ୍ୟବହାର ହୋଇସାରିଥିବା ଖାଇବା ତେଲରୁ ପ୍ରସ୍ତୁତ ବାୟୋଡିଜେଲ କ୍ରୟ ଓ ବିପଣନ କରିବେ। ଏଥିଲାଗି ଅଗଷ୍ଟ ୧୦ ତାରିଖରୁ ସାରା ଦେଶରେ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ୧୦ ଅଗଷ୍ଟ ବାୟୋ ଫ୍ୟୁଲ ଡେରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରନ୍ଧନ ତେଲ ଦ୍ୱିତୀୟବାର ବ୍ୟବହାର କରିବା ଦ୍ୱାରା ହେଉଥିବା ରୋଗବେମାରୀ ନେଇ ହାଟ ବଜାରରେ ଖାଦ୍ୟପଦାର୍ଥ ବ୍ୟବସାୟ କରୁଥିବ ବ୍ୟବସାୟୀଙ୍କୁ ସଚେତନ କରାଯିବା ସହ ସେମାନଙ୍କ ଠାରୁ ଥରେ ବ୍ୟବହୃତ ହୋଇସାରିଥିବା ରନ୍ଧନ ତେଲ ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯାଇଛି।

{"id":143253}

ଯେଉଁ ହୋଟେଲ ଓ ଦୋକାନୀମାନେ ତୈଳ କମ୍ପାନୀମାନଙ୍କୁ ବ୍ୟବହୃତ ରନ୍ଧନ ତେଲ ବିକ୍ରୟ କରିବେ ସେମାନଙ୍କ ଲାଗି ଖୁବ୍ ଶୀଘ୍ର ମୋବାଇଲ ଆପ୍ ଉନ୍ମୋଚନ କରାଯିବ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ଏହି ସବୁ ଦୋକାନମାନଙ୍କରେ ‘ଏମାନେ ଦ୍ୱିତୀୟବାର ରନ୍ଧନ ତୈଳ ରୋଷେଇରେ ବ୍ୟବହାର କରୁନଥିବା‘ ଉଲ୍ଲେଖ ଥିବା ଷ୍ଟିକର ଲଗାଯିବା ସହ ସେମାନଙ୍କଠାରୁ ନିୟମିତ ପୋଡା ରନ୍ଧନ ତୈଳ ସଂଗ୍ରହ କରାଯିବ। ପରେ ଏଥିରୁ ବାୟୋଡିଜେଲ ପ୍ରସ୍ତୁତି ନିମନ୍ତେ କାରଖାନା ସ୍ଥାପନା ନିମନ୍ତେ ଦେଶରେ ଟେଣ୍ଡର ଆହ୍ୱାନ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି।

{"id":143254}

ବାୟୋ ଡିଜେଲ ପାଇଁ ସରକାରଙ୍କର ଏହା ଏକ ଅନ୍ୟନ୍ୟ ଉଦ୍ୟମ ବୋଲି କୁହାଯାଉଛି। କାରଣ ରନ୍ଧନ ତେଲ ଥରେ ବ୍ୟବହୃତ ହେବା ପରେ ଦ୍ୱିତୀୟବାର ପୁଣି ରୋଷେଇ ପାଇଁ ବ୍ୟବହାର କଲେ ଏତିରୁ ପ୍ରସ୍ତୁତ ଖାଦ୍ୟ ଜହରରେ ପରିଣତ ହୋଇଥାଏ। ଏଭଳି ଖାଦ୍ୟ ଖାଇ ଲୋକେ ଉଚ୍ଚ ରକ୍ତଚାପ, ଏଥେରୋସ୍କେଲୋସିସ୍, ଅଲଜାଇମର ଓ ଜକୃତ ସମ୍ପର୍କିତ ରୋଗରେ ପଡିଥାନ୍ତି। ଏଣୁ ଏଭଳି ତେଲ ବଜାରରୁ ସଂଗୃହୀତ ହୋଇଗଲେ ଲୋକେ ଏଭଳି ଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତ ରହିପାରିବେ ସାଙ୍ଗକୁ ଦେଶର ଇନ୍ଧନ ଆବଶ୍ୟକତା ମଧ୍ୟ ପୁରଣ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.