Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁଡ୍ ନ୍ୟୁଜ୍ ଇଣ୍ଡିଆର ବ୍ୟାଡ୍ କାମ : କେବଳ ଯୌନତୃଷ୍ଣା ମେଣ୍ଟାଉ ନଥିଲେ, ଡୁବନ ଦ୍ବାରା ଧର୍ମ ପରିବର୍ତ୍ତନ ମଧ୍ୟ କରାଉଥିଲେ

ଢେଙ୍କାନାଳ ୩|୧୨: ଗୁଡ୍ ନ୍ୟୁଜ୍ ଇଣ୍ଡିଆର ବ୍ୟାଡ୍ କାମ । ନ୍ୟୁଜ୍ ସେଭେନ୍ ହାତରେ ଲାଗିଛି ଢେଙ୍କାନାଳ ବେଲଟିକିରି ଡ୍ରିମ୍ ସେଣ୍ଟର୍ ମୁଖ୍ୟ ଫୈଜ୍ ରେହମାନଙ୍କ ଫାଜିଲାମି । ଅସହାୟ, ଅନାଥଙ୍କୁ ଆଶ୍ରୟ ନାଁରେ ଫୈଜଙ୍କ ସାଂଘାତିକ କାରନାମା ସାମ୍ନାକୁ ଆସିଛି । ନିରୀହ ଏବଂ ଗରିବ ଝିଅଙ୍କୁ ନେଇ ଫୈଜ୍, କେବଳ ନିଜର ଯୌନ ତୃଷ୍ଣା ମେଣ୍ଟାଉ ନଥିଲେ, ବରଂ ପାଣିରେ ବୁଡ଼ାଇ ଉଭୟ ପୁଅ-ଝିଅଙ୍କ ଧର୍ମ ପରିବର୍ତ୍ତନ କରାଉଥିଲେ ।

ନ୍ୟୁଜ୍ ସେଭେନ୍ ହାତରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆର କେଳେଙ୍କରୀ । ସାମ୍ନାକୁ ଆସିଛି ଫୈଜ୍ ରେହମାନଙ୍କ ଫାଜିଲାମି । ଦେଖନ୍ତୁ ଏସବୁ ଫଟୋକୁ । ଏ ହେଉଛନ୍ତି ଗୁଡ୍ ନ୍ୟୁଜ୍ ଇଣ୍ଡିଆ ବେଲଟିକି ଡ୍ରିମ୍ ସେଣ୍ଟର ମୁଖ୍ୟ ଫୈଜ୍ ରେହମାନ୍ । ବାବୁଙ୍କ କାରନାମାକୁ ଦେଖନ୍ତୁ । ତିରିଲା ଝିଅଙ୍କୁ କୁଣ୍ଢେଇ କି ଧରିଛନ୍ତି । ଛାତିକୁ ଛାତି ଲଗାଇ କାହାକୁ ଚାପି ଧରିଛନ୍ତି ତ ଆଉ କାହାକୁ ଗାଲ ବଢ଼ାଇ ଦେଇଛନ୍ତି, ଚୁମା ନେଉଛନ୍ତି । ପୁଅଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ହେଲେ ଝିଅଙ୍କୁ ଯେମିତି ଛାତିରେ ଚାପି ଧରିଛନ୍ତି ପୁଅଙ୍କୁ ସେମିତି ନୁହେଁ । ହସ ହସ ବଦନରେ ବାବୁଙ୍କ ଉଦ୍ଦେଶ୍ୟ ଯେ, ପୂରା ମନ୍ଦ , ତାହା ଆଦୌ ଅବୁଝା ରହୁନି । ସେଲ୍ଟର୍ ହୋମର ଝିଅମାନଙ୍କୁ ଧରି ହସଖୁସିରେ ଯୌନ ତୃଷ୍ଣା ମେଣ୍ଟାଉଛନ୍ତି ଫୈଜ୍ ରେହମାନ୍ ।

ଫୈଜଙ୍କ ଫାଜିଲାମିର ଇଏ ଗୋଟେ ପାଖ ହୋଇଥିବା ବେଳେ ଏ ହେଉଛି ଅନ୍ୟ ପାଖ । ଏଠି ଚାଲିଛି ଡୁବନ୍ । ମାନେ ଧର୍ମାନ୍ତରଣର ଡୁବନ୍ । ଜଣକ ପରେ ଜଣେ ପିଲା ପାଣି ଭିତରେ ପଶୁଛନ୍ତି । ଆଫ କୁଣ୍ଡ ଭିତରେ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଛିଡ଼ା ହୋଇଥିବା ଫୈଜ୍ ରେହମାନ୍, ସେମାନଙ୍କୁ ସେମାନଙ୍କ ନାଁ ପଚାରୁଛନ୍ତି । ଆଉ ସେମାନଙ୍କ ନାଁରେ ଇଂରାଜୀରେ ଓଥ୍ ଡାକି ସେମାନଙ୍କୁ ବୁଡ଼ାଇ ଦେଉଛନ୍ତି । ଏ ହେଉଛି ଧର୍ମାନ୍ତରଣର ଡୁବନ୍ । ଏ କେଉଁଠିକାର ଭିଜୁଆଲ୍ ତାହ୍ ଜଣା ପଡ଼ି ନଥିଲେ ମଧ୍ୟ, ଏତିକି ନିଶ୍ଚିତ ଯେ, ଏହା ଓଡ଼ିଶାର । ଆଦିବାସୀ ଅଧ୍ୟୁଷିତ ଇଲାକାରେ ସ୍ବେଚ୍ଛାସେବୀ ସଂଗଠନ ଚଳାଇ ଫୈଜ୍ ରେହମାନ୍ ଏମିତି କାରନାମା ଚଳାଇଛନ୍ତି ।

ସେବା ନାଁରେ କୁକର୍ମ… ପୁଣି ଧର୍ମାନ୍ତରଣ । କାହା ଇଙ୍ଗିତରେ ଫୈଜ୍ ଏମିତି ତାରନାମା ଚଳାଇଥିଲେ ? ଏହି ଧର୍ମାନ୍ତରଣ ଡୁବନ୍ ପଛରେ ଅନ୍ତର୍ଜାତୀୟ ହାତ ନାହିଁ କି ? 

6094 Views

   You May Also Like