ଝାରସୁଗୁଡାର ପଞ୍ଚପଡାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ଡ୍ରିମ ହୋମରେ ପଡ଼ିଲା ତାଲା
6/12/2018 at 11:59 AM

ଝାରସୁଗୁଡା ୬/୧୨: ଝାରସୁଗୁଡାର ପଞ୍ଚପଡାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ଡ୍ରିମ ହୋମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ତାଲା ପଡ଼ିଲା।ଢେଙ୍କାନାଳରେ ଗୁଡ ନ୍ୟୁଜ ଇଣ୍ଡିଆ ସେଲଟର ହୋମ ମୁଖିଆ ଫାଇଜ ଅହମ୍ମଦଙ୍କ କେଲଙ୍କାରୀ ଧରା ପଡିବା ପରେ ରାଜ୍ୟର ୨୫ଟି ସ୍ଥାନରେ ଥିବା ସେଲଟର ହୋମରେ ଚଢ଼ାଉ କରାଯାଇଛି । ଦୁଇଦିନ ତଳେ ଝାରସୁଗୁଡା ସ୍ଥିତ ଗୁଡ ନ୍ୟୁଜ ଇଣ୍ଡିଆ ଡ୍ରିମ ହୋମରେ ସିଡବ୍ଲୁସି ପକ୍ଷରୁ ଚଢ଼ାଉ କରି ପିଲାମାନଙ୍କ ମତାମତ ନିଆଯାଇ କିଛି କାଗଜପତ୍ର ଜବତ କରିବା ପରେ ଗତ ସଂଧ୍ୟାରେ ଜିଲ୍ଲାପାଳ ଏହି ସେଣ୍ଟରକୁ ତାଲା ପକାଇବାକୁ ନିର୍ଦେଶ ଦେଇଥିଲେ। ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାରଙ୍କ ନେତୃ୍ତ୍ବରେ ସିଡବ୍ଲୁସି ଅଧିକାରୀ ମାନେ ପୋଲିସ ଉପସ୍ଥିତିରେ ତାଲା ପକାଇଥିଲେ।ଏହି ସେଲଟର ହୋମରେ ରହୁଥିବା ୧୫୬ ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ପରିବାରକୁ ଗତକାଲିଠାରୁ ହସ୍ତାନ୍ତର କରିଥିଲେ ପ୍ରଶାସନ ।