ନିର୍ଦ୍ଦୋଷରେ ଖଲାସ ହେଲେ ଗୁଡ଼ ନ୍ୟୁଜ ଇଣ୍ଡିଆ ଅଧ୍ୟକ୍ଷ ଫୈଜ୍ ରେହମାନ, ଶିଶୁ ଯୌନ ନିର୍ଯାତନା ମାମଲାରେ ୨୦୧୮ରୁ ଥିଲେ ଜେଲ୍‌ରେ

Published By : Prameya-News7 Bureau | July 30, 2021 IST

ଢେଙ୍କାନାଳ ୩୦।୭: ଢେଙ୍କାନାଳ ଡ୍ରିମ୍ ସେଣ୍ଟର ଶିଶୁ ଯୌନ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି । ରାଜ୍ୟରେ ଚର୍ଚ୍ଚା ଘେରକୁ ଆସିଥିବା ବହୁ ଚର୍ଚ୍ଚିତ ସାମାଜିକ ସଂଗଠନ ଗୁଡ଼ ନ୍ୟୁଜ ଇଣ୍ଡିଆ ଚାଇଲ୍ଡ ଓପନ ସେଲଟର ଅଧ୍ୟକ୍ଷ ସୈଫ ରେହମାନ ଓ ତାଙ୍କ ସହଯୋଗୀ ଉଦିତ ଲିମାଙ୍କୁ ନିର୍ଦ୍ଦୋଷରେ ଖଲାସ ।

ରାଜ୍ୟରେ ବହୁ ଚର୍ଚ୍ଚିତ ଗୁଡ଼ ନ୍ୟୁଜ ଇଣ୍ଡିଆ ନାମକ ବିଦେଶୀ ସ୍ବେଚ୍ଛାସେବୀ ସଂଗଠନର ଢେଙ୍କାନାଳ ସ୍ଥିତ ଡ୍ରିମ୍ ସେଣ୍ଟରରେ ଶିଶୁ ଯୌନ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି । ଢେଙ୍କାନାଳ  ଫାଷ୍ଟ ଟ୍ରାକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏହି ମାମଲାର ବିଚାର କରି ଘଟଣାର ଅଢେଇ ବର୍ଷ ପରେ ରାୟ ଶୁଣାଣି କରିଛନ୍ତି । ରାୟ ମୁତାବକ ଅଭିଯୁକ୍ତ ସଂସ୍ଥାର ଅଧ୍ୟକ୍ଷ  ଫୈଜ ରେହମାନ ଓରଫ ଡାଡି ଓ ସହଯୋଗୀ ନିର୍ଦ୍ଦେଶକ ଉଦିତ ଲିମାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗୁଡ଼ ନ୍ୟୁଜ ଇଣ୍ଡିଆ ନାମକ ଏକ ମିଶନାରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମ ନିକଟରେ ଢେଙ୍କାନାଳ ଡ୍ରିମ୍ ସେଣ୍ଟର ନାମରେ ଏକ ଚାଇଲ୍ଡ ଓପନ ସେଲଟରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗରିବ ଓ ଅସହାୟ  ୯୬ଜଣ ଶିଶୁଙ୍କୁ ଶିକ୍ଷା ଦାନ ଆଳରେ  ରଖାଯାଇଥିଲା । ମାତ୍ର ଏହି ଡ୍ରିମ୍ ସେଣ୍ଟରରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ସଦର ଥାନାରେ ମାମଲା ରୁଜୁ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.