କେନ୍ଦ୍ର କର୍ମଚାରୀଙ୍କୁ ଶୀଘ୍ର ମିଳିପାରେ ଖୁସି ଖବର, ଡିଏକୁ ନେଇ ବଡ଼ ନିଷ୍ପତ୍ତି ନେବେ ମୋଦି ସରକାର !
28/01/2021 at 12:03 PM

ନୂଆଦିଲ୍ଲୀ, ୨୮/୧: କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଆଗକୁ ମହଙ୍ଗା ଭତ୍ତା ବା ଡିଏ ବଢ଼ାଇବା ନେଇ ସରକାର ନିର୍ଣ୍ଣୟ ନେଇପାରନ୍ତି । ଯଦି ସରକାର ଏହି ନିଷ୍ପତ୍ତି ନେଉଛନ୍ତି ତେବେ ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଖୁସି ଖବର ମିଳିଯିବ ।
ପୂର୍ବ ତିନିଥର ଡିଏ ନବଢ଼ାଯିବା କାରଣରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ବୃଦ୍ଧି ହୋଇନାହିଁ । ଡିଏରେ ସରକାର ପାଖାପାଖି ୨ ପ୍ରତିଶତ ବୃଦ୍ଧି କରିଥାନ୍ତି । କିନ୍ତୁ ଏହା ବୃଦ୍ଧି ନ ହେବା କାରଣରୁ କର୍ମଚାରୀଙ୍କ ପାଖାପାଖି ୬ ପ୍ରତିଶତ କ୍ଷତି ହୋଇଛି । ଯଦି ସରକାର ମହଙ୍ଗା ଭତ୍ତାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଅନ୍ତି ତେବେ କର୍ମଚାରୀଙ୍କୁ ଅଧିକ ଦରମା ମିଳିବ ।
ଏଥିରେ ୫୦ ଲକ୍ଷ କର୍ମଚାରୀଙ୍କ ସହ ୬୦ ଲକ୍ଷ ପେନ୍ ସନ୍ ଭୋଗୀ ଉପକୃତ ହେବେ । ପୂର୍ବ ବର୍ଷ କରୋନା କାରଣରୁ ଡିଏ ବୃଦ୍ଧିକୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ କରୋନା ପ୍ରକୋପ କମିଥିବାରୁ ଏବଂ ଭ୍ୟାକ୍ସିନ୍ ବାହାରି ସାରିଥିବାରୁ ଅର୍ଥବ୍ୟବସ୍ଥାରେ ଧିରେ ଧିରେ ସୁଧାର ପରିଲିକ୍ଷିତ ହେଉଛି । ତେଣୁ ମହଙ୍ଗା ଭତ୍ତା ବଢ଼ିବା ନେଇ ଆଶା କରାଯାଉଛି ।
କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଦରମା ବର୍ଷକୁ ଦୁଇ ଥର ବୃଦ୍ଧି କରିଥାନ୍ତି । ପ୍ରତିବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧କୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ହୋଇଥାଏ । ତେବେ ଜାନୁଆରୀ ୨୦୨୦ରେ ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯିବା ନେଇ ଶେଷ ପ୍ରସ୍ତାବ ଅଣାଯାଇଥିଲା । କେନ୍ଦ୍ର ମନ୍ତ୍ରୀମଣ୍ଡଳ ମାର୍ଚ୍ଚ ୨୦୨୦ରୁ ଏହି ବୃଦ୍ଧି ଲାଗୁ କରାଯିବା ନେଇ ନିଷ୍ପତ୍ତି ନେଇଥିଲେ । କିନ୍ତୁ କରୋନା କାରଣରୁ ଏହି ପ୍ରସ୍ତାବକୁ ସ୍ଥଗିତ ରଖାଯାଇଥିଲା ।