କର୍ମଚାରୀଙ୍କ ପାଇଁ ଖୁସି ଖବର : ସପ୍ତାହରେ ୪ ଦିନ କାମ ଓ ଅନ୍ୟ ୩ ଦିନ ଛୁଟି, ନୂଆ ଶ୍ରମ ଆଇନରେ ହେବ ବଡ ପରିବର୍ତ୍ତନ !

Published By : Prameya-News7 Bureau | February 09, 2021 IST

ନୂଆଦିଲ୍ଲୀ,୦୯/୦୨: କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଛନ୍ତି । ଏଥିରେ ଗୋଟିଏ ସପ୍ତାହରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି ।

ସୂତ୍ରାନୁସାରେ, ଜଣେ ବ୍ୟକ୍ତି ସପ୍ତାହରେ ୪ ଦିନ କାମ କରିବ । ପ୍ରତ୍ୟେକ ଦିନ ସର୍ବାଧିକ ୧୨ ଘଣ୍ଟା କାମ କରିବାକୁ ହେବ । ଅନ୍ୟ ୩ ଦିନ ଛୁଟି ମିଳିବ । ଏନେଇ ଯୋଜନା ପ୍ରସ୍ତୁତ ହେଉଛି । ଏଥିପାଇଁ ଦୈନିକ କାମର ସମୟ ସୀମା ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ହେବ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, କେନ୍ଦ୍ର ଶ୍ରମ ସଚିବ ଅପୂର୍ବ ଚନ୍ଦ୍ରା ସୋମବାର କହିଛନ୍ତି ଯେ, କର୍ମଚାରୀଙ୍କ ପାଇଁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ନିୟମ ହେବ ।

ଏହାସହ କର୍ମଚାରୀମାନେ ନିଜର ଦୈନିକ କାର୍ଯ୍ୟ ଅବଧିରେ ପରିବର୍ତ୍ତନ କରିହେବ। ଅର୍ଥାତ ଗୋଟିଏ ଦିନ ଜଣେ କର୍ମଚାରୀ ୧୦ରୁ ୧୨ ଘଣ୍ଟା କାମ କରି ଅନ୍ୟ ଦିନରେ ୬ ଘଣ୍ଟା କାମ କରିପାରିବେ । ଏହାସହ ସପ୍ତାହରେ ୬ ଦିନ ବଦଳରେ ୪-୫ ଦିନ କାମ୍ କରି ନିଜର ଟାର୍ଗେଟ୍ ପୂରଣ କରିପାରିବେ ।

ବର୍ତ୍ତମାନର ନିୟମାନୁସାରେ, କାମ କରିବାର ସମୟ ଦୈନିକ ୮ ଘଣ୍ଟା ଥିବା ବେଳେ ୬ ଦିନ କାର୍ଯ୍ୟ ଦିବସ ରହିଛି । ଏହାସହ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳୁଛି । କେହି ହେଲେ ବ୍ୟକ୍ତି ଅତି କମରେ ଅଧଘଣ୍ଟାର ବିରତ୍ତି ନନେଇ ୫ ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ । ତେବେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଅତିଶୀଘ୍ର ଚାରୋଟି ଲେବର୍ କୋଡ୍ ନିୟମକୁ ଅନ୍ତିମ ରୂପ ଦେଇପାରେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.