Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଆସନ୍ତା କାଲି ଭାଲେଣ୍ଟାଇନ ଡେ: ପ୍ରେମୀ ଯୁଗଳଙ୍କ ପାଇଁ ଖୁସୀ ଖବର, ବିରୋଧ କଲାବାଲା ସଂଗଠନ ଏଥର କରିବେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ

13/02/2019 at 8:10 PM

ଭୁବନେଶ୍ବର୧୩|୨: ଆସନ୍ତା କାଲି ଭାଲେନଟାଇ ଡେ । ପ୍ରେମୀଯୁଗଳଙ୍କଠାରେ ଏହାକୁ ନେଇ ନାହିଁ ନ ଥିବା ଉତ୍ସାହ । ତେବେ ଚଳିତ ଥର ସେମାନଙ୍କ ପାଇଁ ଖୁସିର ଖବର । ଯେଉଁ ସଙ୍ଗଠନଗୁଡିକ ବିରୋଧ କରନ୍ତି ସେମାନେ ଏଥର ଶାନ୍ତିପୂର୍ଣ ବିରୋଧ କରିବେ । ସେପଟେ ପୋଲିସ ମଧ୍ୟ ସଜାଗ ହୋଇ ରହିଛି ।

ରାତି ପାହିଲେ ଭାଲେନଟାଇନ ଡେ । ପ୍ରେମୀଯୁଗଳ ଏହାକୁ ନେଇ ଖୁବ ଉତ୍ସାହିତ । ପ୍ରେମର ଏହି ଦିନଟିକୁ ସ୍ମରଣୀୟ କରିବା କେତେ କଣ ଯୋଜନା । ନିଜ ସାଥିଙ୍କ ସହ କିଏ କେଉଁଠି ବିତାଇବେ । ପାର୍କ, ମଲ, ରେଷ୍ଟୁରାଣ୍ଟଗୁଡିକ ମଧ୍ୟ ପ୍ରେମୀଯୁଗଳଙ୍କୁ ଆକର୍ଷିତ କରିବା ପାଇଁ ସଜେଇ ହୋଇ ରହିଛି । କିଏ ନିଜ ସାଥିଙ୍କ ସହ ଲଞ୍ଚ ଫ୍ଲାନ କରିଛି । କିଏ ପୁଣି କ୍ୟାଣ୍ଡେଲ ଲାଇଟ ଡିନର । ଆଉ କିଏ ପୁଣି ପୁରା ଦିନଟି ନିଜ ସାଥି ସହ ପାର୍କରେ ବିତାଇବା ପ୍ଲାନ କରିଛି । ଏହାକୁ ନେଇ କମିଶରେଟ ପୋଲିସ ମଧ୍ୟ ପ୍ରସ୍ତୁତ ହୋଇଛି ରହିଛି । ସୁରକ୍ଷାକୁ ନଜରରେ ରଖି ରାଜଧାନୀରେ ୧୫ ପ୍ଲାଟୁନ ମୁତୟନ ହେବେ । ପାର୍କ, ମଲ, ବିଭିନ୍ନ ଛକରେ ପୋଲିସ ମୁତ୍ରନ ହୋଇ ହେବେ । କୌଣସି ଅପ୍ରିତିକର ଘଟଣା ପାଇଁ ପୋଲିସ ପୁରା ସଜାଗ ।  ଯିଏ ହିଂସାକାଣ୍ଡ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

ସେପଟେ ପ୍ରତିବର୍ଷ ଭାଲେନଟାଇନ ଡେ କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇ ଆସୁଛି । ବିଶେଷ କରି ବଜରଙ୍ଗ ଦଳ, କଳିଙ୍ଗ ସେନା ଏହାକୁ ବିରୋଧ କରିବେ ବୋଲି କହିଛନ୍ତି । ଚଳିତଥର ପ୍ରଥମଥର ପାଇଁ ବଜରଙ୍ଗ ଦଳ ଭାଲେନଟାଇ ଡେ କୁ ଶନ୍ତିପୂର୍ଣ ଭାବେ ବିରୋଧ କରିବ ପ୍ଲାକାଡ ବ୍ୟାନର ଧରି । ଏହା ଏକ ପାଶ୍ଚାତ ସଂସ୍କୃତି ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି । ଏପରିକି ସୋସିଆଲ ମଡିଆରେ ମଧ୍ୟ ଏହାକୁ ନେଇ କ୍ୟାମ୍ପେନ ଆରମ୍ଭ ହୋଇଛି ।

ପ୍ରେମୀ ଯୁଗଳଙ୍କ ପାଇଁଖୁସି ଖବର । ଚଳିତ ଥର କୌଣସି ସଙ୍ଗଠନ ବିରୋଧ କରିବେ ନାହିଁ ସେମାନଙ୍କୁ । ସେପଟେ ପୋଲିସ ମଧ୍ୟ ସଜାଗ ହୋଇ ରହିଛି ।

   Related Posts