Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆସନ୍ତା ୮ରେ ନନ୍ଦନକାନନରେ ଚାଲିବ ଶିଶୁ ରେଳଗାଡି

6/10/2021 at 10:20 PM

ଭୁବନେଶ୍ଵର ୦୬।୧୦: ପର୍ଯାଟକଙ୍କ ପାଇଁ ଖୁସି ଖବର । ଆସନ୍ତା ୮ ତାରିଖରେ ନନ୍ଦନକାନନରେ ଚାଲିବ ପୁଣି ଥରେ ଶିଶୁ ରେଳ ଗାଡି। ଏହା ସହିତ ଦୀର୍ଘ ବର୍ଷ ଧରି ବନ୍ଦ ପଡିଥିବା(ରୋପ ଓ୍ଵେ) କାର୍ଯ୍ୟର ଶୁଭାରମ୍ଭ କରିବେ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ୍ । ଅତ୍ୟାଧୁନିକ ଟଏ ଟ୍ରେନ ପ୍ରଚଳନ ପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇ ଥିବା ବେଳେ ରୋପଓ୍ଵେ  କାର୍ଯ୍ୟ ପାଇଁ ସ୍ଥାନ ନିରୂପଣ ସହିତ  ପରିବେଶ ମଞ୍ଜୁରୀ କାର୍ଯ୍ୟ ସମାପ୍ତ ହୋଇଛି ।

ନନ୍ଦନକାନନରେ ପୁଣି ଗଡିବ ୪ ଟିକିଆ ବଗି ବିଶିଷ୍ଟ ଅତ୍ୟାଧୁନିକ ବୁଲେଟ ଟ୍ରେନ। ୪୦ ମିନିଟରେ  ପ୍ରାୟ ୨.୮୦୦ କିଲୋ ମିଟର ଜଙ୍ଗଲୀ ରାସ୍ତାରେ, ଏହି ଅତ୍ୟାଧୁନିକ  ବୁଲେଟ ଟ୍ରେନ ଚଳାଚଳ କରିବ । ଏଥିରେ ଏକା ଥରକେ ୭୨ଜଣ ପର୍ଯ୍ୟଟକ ବସି  ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ଦେଖିବା ସହିତ ଜଙ୍ଗଲୀ ଜନ୍ତୁ ଖୋଲାଖୋଲି ବିଚରଣ କରୁଥିବାର ଦୃର୍ଶ୍ୟ ଦେଖି ପାରିବେ । ଏହା ସତିତ ସରୀସୃପ ପାର୍କ, ଜଳ ହସ୍ତୀ ଖୁଆଡ, କାଞ୍ଜିଆ ହ୍ରଦର ପ୍ରାକୃତିକ ଦୃଶ୍ୟ ଦେଖି ପର୍ଯ୍ୟଟକ ମଜା ଉଠାଇ ପାରିବେ। 

ନନ୍ଦନକାନନ ଶିଳୁ ରେଳ ଗାଡି କୁ ,ପ୍ରଥମେ ପୂର୍ବତନ ମୂଖ୍ୟମନ୍ତ୍ରୀ ବିଶ୍ବନାଥ ଦାସ ୧୯୭୧ ମସିହା ରେ ପ୍ରଥମେ ଆରମ୍ଭ ହୋଇ ଥିବା ବେଳେ ଏହା ମାତ୍ର ୧୦ ବର୍ଷ ଚଳାଚଳ କରି ବନ୍ଦ ହୋଇ ପଡିଥିଲା । ପୁଣି ଏହାକୁ ଡିଜେଲ ଇଞ୍ଜିନ ଲଗାଇ ଆଧୁନୀକରଣ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗତ ୧୯୯୩ ମସିହାର ଏହାକୁ ପୁନଃପ୍ରଚନ କରିଥିଲେ । ଗତ ୨୦୧୪ରେ ଏହି ଶିଶୁ ଗାଡିରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେବାରୁ ଏହା ଅଚଳ ହୋଇ ପଡିଥିଲା । ଏହାକୁ ପୁନଃପ୍ରଚଳନ ପାଇଁ ଗତ ୨୦୧୮ ମସିହାରୁ ଟେଣ୍ଡର ହୋଇ ଥିବା ବେଳେ କୋଭିଡ୍ କଟକଣାରୁ ଏହା ବିଳମ୍ବ ହୋଇଥିଲା ।

୩ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ, ରେଳ ବିଭାଗର ରାଇଟସ୍ ନାମକ  ସଂସ୍ଥା, ଏଠାରେ ଥିବା ପୁରୁଣା ଟ୍ରାକଲାଇନ ଗୁଡିକ ପରିବର୍ତ୍ତନ କରିବା ସହିତ ଏହାକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରିଛି । ପୂର୍ବରୁ ଏହା ଡିଜେଲ ଇଞ୍ଜିନ ଚାଳିତ ହୋଇ ଥିବା ବେଳେ ଏବେ ଏହା ବ୍ୟାଟେରୀ ଚାଳିତ ହୋଇଛି । ପର୍ଯ୍ୟଟକ ମାନେ ଉନ୍ନତ ମାନର କାଚ ଆବଦ୍ଧ ବଗିରେ ବସି ଜଙ୍ଗଲ ଯାତ୍ରା କରି ମଜା ଉଠାଇ ପାରିବେ ।

ନନ୍ଦନକାନରେ ଥିବା ରୋପ ଓ୍ଵେ ଗତ ୨୦୧୧ରୁ ବନ୍ଦ ହୋଇ ପଡିଛି । ଏହାକୁ ପୁନଃପ୍ରଚଳନ ପାଇଁ ଗତ ୨୦୧୮ ରୁ ଟେଣ୍ଡର ହୋଇ ଥିଲେ ମଧ୍ୟ ପରିବେଶ ମଞ୍ଜୁରୀ ପାଇଁ କାମ ଅଟକି ରହିଥିଲା । ଏବେ ପରିବେଶ ମଞ୍ଜୁରି ମିଳିବା ସହିତ ସ୍ଥାନ ନିରୂପଣ ମୂର୍ତ୍ତିକା ପରୀକ୍ଷା କାମ ଶେଷ ହୋଇଛି । ଆସନ୍ତା ୮ ତାରିଖରେ ବିଭାଗୀୟ ମନ୍ତ୍ରୀଙ୍କ ଦ୍ଵାରା ଏହାର ଭିତ୍ତି ପ୍ରସ୍ତର କରାଯିବା ନେଇ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

   Related Posts