Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ସରକାରୀ ଓ ଘରୋଇ କମ୍ପାନୀରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ପଢ଼ନ୍ତୁ ପୂରା ଖବର

31/10/2019 at 12:33 PM

ନୂଆଦିଲ୍ଲୀ୩୧/୧୦: ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର। ଗ୍ରାଚ୍ୟୁଟି ପେମେଣ୍ଟ ନିମୟରେ କେନ୍ଦ୍ର ସରକାର ପରିବର୍ତ୍ତନ ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବ ନିୟମ ଅନୁସାରେ କର୍ମଚାରୀଙ୍କ ପାଞ୍ଚ ବର୍ଷ କାର୍ଯ୍ୟକାଳ ପରେ ସେମାନଙ୍କୁ ଗ୍ରାଚ୍ୟୁଟି ସୁବିଧା ଦିଆଯାଉଥିଲା।   ଚାକିରି କାର୍ଯ୍ୟକାଳର ପାଞ୍ଚବର୍ଷ ପୂର୍ବରୁ କର୍ମଚାରୀମାନେ ଗ୍ରାଚ୍ୟୁଟି ସୁବିଧାରୁ ବଞ୍ଚିତ ହେଉଥିଲେ। ଏବେ ଏହି ନିୟମ ଖୁବ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। ପାଞ୍ଚ ବର୍ଷ କାର୍ଯ୍ୟକାଳ ବଦଳରେ ଏହାକୁ ଏକ ବର୍ଷ କରାଯିବ ବୋଲି ସୂଚନ ମିଳିଛି। ସାମାଜିକ ସୁରକ୍ଷା (ସୋସିଆଲ ସିକ୍ୟୁରିଟି) ଉପରେ ଏହି ବିଲ କରାଯିବ।

ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ଏହି ପ୍ରସ୍ତାବ ଆଗତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଶ୍ରମ ଓ ରୋଜଗାର ମନ୍ତ୍ରାଳୟ କୋଡ୍‌ ଅନ୍‌ ସୋସିଆଲ ସିକ୍ୟୁରିଟି ୨୧୦୯ ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଜଣେ କର୍ମଚାରୀ ଗୋଟିଏ ବର୍ଷ କାମ କରିବା ପରେ ତାଙ୍କ ଗ୍ରାଚ୍ୟୁଟି ଟଙ୍କା କେମିତି ପାଇବେ ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛି।

ଏଥିରେ ପ୍ରାଇଭେଟ୍  କର୍ମଚାରୀମାନେ ସବୁଠୁ ଅଧିକ ଉପକୃତ ହେବେ। ସରକାରୀ ଓ ବେସରକାରୀ ସଂସ୍ଥାରେ ପାଞ୍ଚ ବର୍ଷ କାର୍ଯ୍ୟକାଳ ହେଲା ପରେ କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ସୁବିଧା ଉପଲବ୍ଧ ହୋଇଥାଏ। ଏହି ସମୟସୀମାକୁ କମାଇ ଏକ ବର୍ଷ କରିବା ପାଇଁ କେନ୍ଦ୍ର ପ୍ରସ୍ତୁତି ଆରମ୍ଭ କରିଛି।

   Related Posts