Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳିବା ପୂର୍ବରୁ ଟିମ ଇଣ୍ଡିଆ ପ୍ରଶଂସକଙ୍କ ପାଇଁ ଖୁସି ଖବର

27/06/2019 at 12:15 PM

ମଞ୍ଚେଷ୍ଟର ୨୭/୬ : ମଞ୍ଚେଷ୍ଟରରେ ହେବାକୁ ଥିବା ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିଖବର ରହିଛି । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ଆଇସିସି ୱାନଡେ ଟିମ ରେଂକିଙ୍ଗରେ ଇଂଲଣ୍ଡକୁ ପଛରେ ପକାଇ ୧ ନମ୍ବର ଟିମ ହୋଇଯାଇଛି । ଏବେ ଭାରତୀୟ ଟିମ ୧୨୩ ରେଟିଙ୍ଗ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚି ସାରିଛି । ବିଶ୍ୱକପରେ ଲଗାତାର ଦୁଇଥର ହାରି ଇଂଲଣ୍ଡ ଟିମର ରେଂକିଙ୍ଗ ୧୨୪ ରୁ ୧୨୨ ହୋଇଯାଇଛି । ଇଂଲଣ୍ଡ ଟିମ ଦ୍ୱିତୀୟ ସ୍ଥାନରେ ରହିଛି ।

ଆଇସିସି ରେଂକିଙ୍ଗରେ ବର୍ତ୍ତମାନ ୧ ନମ୍ବର ସ୍ଥାନରେ ରହିଛି ଭାରତ । ଚଳିତ ବିଶ୍ୱକପରେ ଶଁଦର ପ୍ରଦର୍ଶନ କରି ନିୟୁଜିଲାଣ୍ଡ ମଧ୍ୟ ବେଶୀ ପଛରେ ନାହିଁ । କେନ ୱିଲିୟମସନଙ୍କ ନେତୃତ୍ୱରେ ଟିମ ୧୧୬ ରେଟିଙ୍ଗ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଚଳିତ ବିଶ୍ୱକପରେ ପ୍ରଥମେ ସେମି ଫାଇନାଲରେ ପହଁଚିଥିବା ଅଷ୍ଟ୍ରେଲିଆ ଟିମ ୧୧୨ ରେଟିଙ୍ଗ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ବିଶ୍ୱକପରୁ ବାହାରିଯାଇଥିବା ଦକ୍ଷିଣ ଆଫ୍ରିକା ଟିମ ୧୦୯ ୧୦୯ ରେଟିଙ୍ଗ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ।

ବିଶ୍ୱକପ ଆରମ୍ଭ ହେବ ପୂର୍ବରୁ ଏକ ଦିବସୀୟ ଟିମର ୧ ନମ୍ବର ଟିମ ଇଂଲଣ୍ଡକୁ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିରୋଧରେ ଖେଳି ହାରିବା ପରେ ନିଜ ସ୍ଥାନ ହରାଇବାକୁ ପଡିଥିଲା । ଇଂଲଣ୍ଡର ସ୍ଥିତି ଏହି ବିଶ୍ୱକପରେ ଏତେ ଖରାପ ହୋଇସାରିଛି ଯେ ଟିମ ସେମି ଫାଇନାଲରେ ନିଜ ପାଇଁ ଜାଗା ତିଆରି କରିବାକୁ ସଂଘର୍ଷ କରୁଛି ।

ଇଂଲଣ୍ଡ ଆଗାମୀ ମ୍ୟାଚ ଭାରତ ବିପକ୍ଷରେ ଖେଳିବ । ଯଦି ଭାରତ ବିପକ୍ଷରେ ଇଂଲଣ୍ଡ ହାରିଯାଏ ତାହେଲେ ସେମି ଫାଇନାଲରେ ସାମିଲ ହୋଇପାରିବ ନାହିଁ । ଜୁନ ୩୦ ତାରିଖରେ ହେବାକୁ ଥିବା ଏହି ମ୍ୟାଚ ଉପରେ ଭାରତ ଏବଂ ଇଂଲଣ୍ଡ ଛଡା ଅନ୍ୟ ଟିମମାନଙ୍କର ମଧ୍ୟ ନଜର ରହିଛି । ଏବେ ଦେଖିବାକୁ ବାକି ରହିଲା ବିଶ୍ୱକପର ପ୍ରିୟ ଇଂଲଣ୍ଡ ଟିମ ସେମି ଫାଇନାଲରେ ସାମିଲ ହୋଇପାରୁଛି ନା ନାହିଁ । ଯଦି ଇଂଲଣ୍ଡ ସେମି ଫାଇନାଲରେ ପହଞ୍ଚିନପାରେ ତାହେଲେ ଘରୋଇ ଦର୍ଶକ ନିରାଶ ହୋଇଫେରିବେ ।

   Related Posts