ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ଏବେ ପୃଥକ ପୃଥକ ସେବା ଲାଗି ଆସିବନି ଅଲଗା ଅଲଗା ବିଲ୍

Published By : Prameya-News7 Bureau | October 18, 2019 IST

ନୂଆଦିଲ୍ଲୀ୧୮|୧୦: ଜିଓ ନିଜ ବ୍ରଡବ୍ରାଣ୍ଡ ସର୍ଭିସ ଲଞ୍ଚ କରିଛି। ଦେଶର କିଛି ସ୍ଥାନରେ ଏହି ସୁବିଧା ଏବେ ଉପଲବ୍ଧ ବି  ହେଲାଣି। ଧୀରେ ଧୀରେ ଦେଶସାରା ଲାଗୁ ହେବ ବୋଲି ଜିଓ ଅଧିକାରୀ କହିଛନ୍ତି। ରିଲାଏନ୍ସ ଜିଓ  ଇଣ୍ଟିଗ୍ରେଟେଡ୍‌ ବିଲିଙ୍ଗ୍ ସିଷ୍ଟମରେ କାମ କରିବା ଆରମ୍ଭ କରିଦେଇଛି। ଅଲଗା ଅଲଗା ସର୍ଭିସ ପାଇଁ ଅଲଗା ଅଲଗା ବିଲ କରିବା ବଦଳରେ ଏବେ ଜିଓ ଗୋଟିଲ ବିଲ୍‌ କରି ଦେଇଛି।

ଏହି ସିଷ୍ଟମ ଆସିବା ପରେ ୟୁଜର୍ସଙ୍କୁ ଆଉ ଅଲଗା ଅଲଗା ବିଲ ଆଉ ଦେବାକୁ ପଡିବ ନାହିଁ। ଗୋଟିଏ ବିଲ୍‌ରେ ୟୁଜର୍ସ ପେମେଣ୍ଟ କରି ପାରିବେ। ଏନେଇ ଜିଓର ଅଧିକାରୀ କୌଣସି ସୂଚନା ଦେଇ ନାହାନ୍ତି। ତେବେ  ଜିଓର ମାର୍କେଟିଂ ଓ ସେଲ୍ସ କର୍ମଚାରୀଙ୍କୁ ଏଥିପାଇଁ  ଟ୍ରେନିଂ  ଦିଆଯାଉଥିବା ଜଣାପଡିଛି।   ଏହ ପରେ ଏହି ସୁବିଧା ଜେନେରେଟ୍‌ ହେବ।

ଜିଓ ଫାଇବର ପ୍ଲାନର ମୂଲ୍ୟ ୬୯୯ରୁ ଆରମ୍ଭ କରି ୮,୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ପ୍ଲାନରେ ୟୁଜର୍ସଙ୍କୁ 100Mbpsରୁ 1Gbps ଇଣ୍ଟରନେଟ ସ୍ପିଡ୍‌  ପାଇପାରିବେ। ଏହା ବ୍ୟତୀତ ଅନ୍ୟ ସର୍ଭିସ ଯେପରି ଗେମିଂ, ହୋମ ନେଟୱାର୍କ ଶେୟାରିଂ, ଭିଡିଓ କଲିଂ ଓ କନଫେରେନସିଂ ସୁବିଧା ମଧ୍ୟ ମିଳିବ।  ଜିଓ ଫାଇଭର ସର୍ଭିସ ପାଇଁ ଆପଣ ଜିଓ ଓ୍ବେବସାଇଟ୍‌ରେ ସର୍ଚ୍ଚ କରି ପାରିନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.