ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ବିନା ରିଜର୍ଭେସନରେ ମଧ୍ୟ କରି ପାରିବେ ଯାତ୍ରା

Published By : Prameya-News7 Bureau | April 03, 2021 IST

ନୂଆଦିଲ୍ଲୀ ୦୩।୦୪: କରୋନା କାଳରେ ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର। ଦେଶରେ କରୋନା ସଂକ୍ରମଣ ବଢୁଥିବା ପ୍ରକୋପ ମଧ୍ୟରେ ରେଲଓ୍ଵେ ଯାତ୍ରୀଙ୍କ ସୁବିଧା ପାଇଁ ବଡ ସଂଖ୍ୟାରେ ଅଣ ସଂରକ୍ଷିତ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଦିଲ୍ଲୀ-ଏନସିଆର ସହ ସହାରନପୁର, ଅମୃତସର, ଫିରୋଜପୁର  ସମେତ ଦେଶର ଅନେକ ସ୍ଥାନର ଯାତ୍ରୀଙ୍କ ପାଇଁ ଗମନାଗମନ ସହଜ ହେବ। ଏପ୍ରିଲ ୫ରୁ ଅଧିକାଂଶ ଅଣସଂରକ୍ଷିତ ଟ୍ରେନ ଯାତ୍ରୀଙ୍କ ପାଇଁ ବେଶ ସହାୟକ ହେବ। ଏହି କ୍ରମରେ ଉତ୍ତର ରେଲଓ୍ଵେ ମୋଟ୍ ୭୧ ଅଣ ସଂରକ୍ଷିତ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନର ତାଲିକା ଜାରି କରିଛି।

wp:html /wp:html

ରେଳ ମନ୍ତ୍ରଣାଳୟ ଶନିବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ରେଲଓ୍ଵେ ଭାରତୀୟ ରେଳ ଯାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ଏପ୍ରିଲ ୫ରୁ ୭୧ ଅନରିଜର୍ଭ ଟ୍ରେନ ସେବା ଆରମ୍ଭ କରିବାକୁ ଯାଉଛି। ଏହା ଯାତ୍ରୀଙ୍କ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରାକୁ ଆହୁରି ସୁରକ୍ଷିତ କରିବ ବୋଲି ରେଲଓ୍ଵେ ଟ୍ଵିଟ୍ କରି ଜଣାଇଛି। ଏଥିସହ ଏକ ଲିଙ୍କ୍ ମଧ୍ୟ ଦିଆଯାଇଛି, ଯେଉଁଥିରେ ଟ୍ରେନର ପୂରା ତାଲିକା ଦିଆଯାଇଛି।

ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ବିନା ରିଜର୍ଭେସନରେ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦିଆଯାଇନାହିଁ। ଟିକେଟ୍ ସୁନିଶ୍ଚିତ ହେବା ପରେ ଯାଇ ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି। କରୋନା ମହାମାରୀ ପରେ ଦେଶରେ ଯେଉଁ ଦିନଠୁ ରେଳ ସେବା ପୁନର୍ବାର ଆରମ୍ଭ ହୋଇଛି ସେହି ଦିନଠୁ ଏହି ବ୍ୟବସ୍ଥା ଜାରି ରହିଛି। ହେଲେ ଏପ୍ରିଲ ୫ରୁ ଦେଶର କିଛି ଭାଗରେ ଯାତ୍ରୀ ବିନା ରିଜର୍ଭେସନରେ ଟ୍ରେନ ଯାତ୍ରା କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.