ମୋ ବସ ଯାତ୍ରୀଙ୍କ ଲାଗି ଖୁସି ଖବର - ଏସି ବସ୍‌ରେ ଆସନ୍ତା ୨ ମାସ ପାଇଁ ରିହାତି ଦରରେ ଭଡା

Published By : Prameya-News7 Bureau | November 29, 2019 IST

ଭୁବନେଶ୍ୱର ୨୯।୧୧ -   ମୋ ବସ ଯାତ୍ରୀଙ୍କ ଲାଗି ଖୁସି ଖବର । ଆସନ୍ତା ୨ ମାସ ପାଇଁ ଏସି ବସ ଭଡ଼ା ରିହାତି କରିଛି କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) । ମୂଳ ଭଡ଼ାରୁ ପ୍ରାୟ  ୩୮  ପ୍ରତିଶତ କମାଯାଇଛି । ନୂତନ ରିହାତି ଭଡା ଡିସେମ୍ବର ୧ ରୁ ଜାନୁଆରୀ ୩୧ ଯାଏଁ ବଳବତ୍ତର ରହିବ ।

ରିହାତି ଲାଗୁ ହେଲେ ପ୍ରତି ୨ କିଲୋମିଟର ଦର ୮ ଟଙ୍କାରୁ ୫ ଟଙ୍କାକୁ ଖସି ଆସିବ । ସେହିପରି ଏସି ବସର ସର୍ବାଧିକ ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି । ଖୁଚୁରା ପଇସା ଲାଗି ଯାତ୍ରୀ ଓ ଗାଇଡ଼ ମାନେ ବିଭିନ୍ନ ସମୟରେ ସମସ୍ୟାରେ ପଡୁଥିବା ନଜରକୁ ଆସିଥିଲା । ତେଣୁ ଭଡାକୁ ସୁବ୍ୟବସ୍ଥିତ କରିବା ଲାଗି ୫ ମଲ୍ଟିପୁଲ ବ୍ୟବସ୍ଥା ଲାଗୁ କରାଯିବ । କ୍ରୁଟର ମହାପ୍ରବନ୍ଧକ  ଦୀପ୍ତି ମହାପାତ୍ର ଏହି  ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.