Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଶ୍ରମିକଙ୍କ ପାଇଁ ଖୁସି ଖବର, ଗାନ୍ଧି ଜୟନ୍ତୀରୁ ବ୍ୟାଙ୍କ୍ ଖାତାକୁ ଯିବ ମଜୁରୀ

16/09/2020 at 2:40 PM

ଭୁବନେଶ୍ୱର,୧୬/୦୯: ରାଜ୍ୟର ଶ୍ରମିକମାନଙ୍କ ପାଇଁ ବଡ଼ ଖବର । ଆସନ୍ତା ଗାନ୍ଧି ଜୟନ୍ତୀରୁ ସେମାନେ ଆଉ ଠକାମିର ଶିକାର ହେବେନି । ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀରୁ କେହି କମ୍‌ ମଜୁରୀ ପାଇବେନି । ତାଙ୍କ ମଜୁରୀରେ ଠିକାଦାର କି କୌଣସି ଅସାଧୁ କର୍ମଚାରୀ ଭାଗ ବସାଇବେନି । ସେମାନଙ୍କ ହକ୍‌ ମଜୁରୀ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ପ୍ରକଳ୍ପ ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଇ-ମଷ୍ଟରରୋଲ୍‌ ବ୍ୟବସ୍ଥା ରହିବ । ଆଜି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ପ୍ରଥମ ଦଫାରେ ୫ଟି ବିଭାଗରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ନୂଆବର୍ଷରୁ ସମସ୍ତ ସରକାରୀ ବିଭାଗ କାମରେ ଏ ବ୍ୟବସ୍ଥା ଲାଗୁ ହେବ। ସବୁ ବିଭାଗ ଇ-ମଷ୍ଟରରୋଲ ବ୍ୟବହାର କରିବା ସହ ଶ୍ରମିକଙ୍କୁ ବ୍ୟାଙ୍କ ଜରିଆରେ (ଇ-ପେମେଣ୍ଟ) ମଜୁରୀ ପ୍ରଦାନ କରିବେ। ଏହାଦ୍ୱାରା ଶ୍ରମିକମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟାରେ ତାଙ୍କ ମଜୁରୀ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ‘୫ ଟି’ରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିଲା ବେଳେ ବିଭାଗଗୁଡ଼ିକ ଏଥିରେ ଭଲ କାମକୁ ପ୍ରୋତ୍ସାହିତ କରିବା ସହ ଏହାକୁ ଉଲ୍ଲଂଘନ କିମ୍ବା ତ୍ରୁଟି ବିଚ୍ୟୁତି କଲେ ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ରାଜ୍ୟର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ବୋଲି ନବୀନ ଦର୍ଶାଇଛନ୍ତି।

ନୂଆ ବ୍ୟବସ୍ଥାରେ ବିଭାଗୀୟ ପ୍ରକଳ୍ପ କାମ ପାଇଁ ଇଲେକଟ୍ରୋନିକ ଫର୍ମାଟରେ ମଷ୍ଟରରୋଲ (ଇ-ମଷ୍ଟରରୋଲ୍‌) କାର୍ଯ୍ୟକାରୀ ହେବ।ଏଥିରେ ସଂପୃକ୍ତ ଠିକାଦାର କିମ୍ବା ସରକାରୀ ବାବୁ ଚାହିଁଲେ ମଧ୍ୟ ଏପାଖ ସେପାଖ କରିପାରିବେନି । ସମ୍ପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟାରେ ମଷ୍ଟରରୋଲ ଆଧାରରେ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ମଜୁରୀ ବାବଦ ଟଙ୍କା ଜମା କରାଯିବ । ସେତିକି ନୁହେଁ, ଧାର୍ଯ୍ୟ ସମୟରେ ଶ୍ରମିକଙ୍କ ଇଏସ୍‌ଆଇ ଓ ଇପିଏଫ୍‌ ଯେପରି ଜମା ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ଏଥିରେ ଅବହେଳାକୁ ବରଦାସ୍ତ କରାଯିବନି ।

ଆସନ୍ତା ଗାନ୍ଧି ଜୟନ୍ତୀରୁ ପୂର୍ତ୍ତ, ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗରେ ଏହା କାର୍ଯ୍ୟକାରୀ ହେବ । ୧୦ କୋଟି ଟଙ୍କାରୁ ଉଧ୍ୱର୍ ପ୍ରକଳ୍ପଗୁଡ଼ିକରେ ନିୟୋଜିତ ଶ୍ରମିକଙ୍କୁ ବ୍ୟାଙ୍କ ଜରିଆରେ ମିଳିବ ମଜୁରୀ । ଆସନ୍ତା ନୂଆବର୍ଷରୁ ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ଏ ବ୍ୟବସ୍ଥାକୁ ଟ୍ରାକିଂ କରିବା ଏବଂ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଏହାଦ୍ୱାରା ବିଭାଗୀୟ ପ୍ରକଳ୍ପ ନିର୍ମାଣ କାମ ଅଧିକ ସ୍ୱଚ୍ଛ ହେବା ସହ ବିଭାଗ ଉତ୍ତରଦାୟୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ଅଛନ୍ତି ।

ଏ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟସ୍ତରୀୟ ତାଲିମ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଶ୍ରମିକମାନଙ୍କୁ ନୂଆ ବ୍ୟବସ୍ଥାରେ ସାମିଲ ହେବାକୁ କ’ଣ କରିବାକୁ ହେବ ସେ ସଂପର୍କରେ ସଚେତନ କରାଯିବ । ବ୍ୟାଙ୍କଗୁଡ଼ିକ ଏ ଦିଗରେ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ‘୫ ଟି’ରେ ଏ ଇ-ମଷ୍ଟରରୋଲ ଓ ଇ-ପେମେଣ୍ଟର ନୋଡାଲ ବିଭାଗ ଦାୟିତ୍ୱରେ ପୂର୍ତ୍ତ ବିଭାଗ ରହିବ ।

ଶ୍ରମିକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ବ୍ୟବସ୍ଥାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ଅଧିକାରୀମାନଙ୍କ ସହଯୋଗ ଲୋଡ଼ିଛନ୍ତି ।

   Related Posts