କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଇଁ ଖୁସି ଖବର, ଦଳରେ ସାମିଲ ହେଲେ ତ୍ରିଶତକ ମାରିଥିବା ବ୍ୟାଟସମ୍ୟାନ

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩।୦୮: କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଇଁ ଖୁସିର ଖବର। ଟିମ୍ ଦୁବାଇ ଯାତ୍ରା କରିବା ପୂର୍ବରୁ ଦଳର ତାରକା କ୍ରିକେଟର କରୁଣ ନାୟର ଦଳରେ ଯୋଗ ଦେଇଛନ୍ତି। କରୁଣ ନାୟର ଗତ ଦିନରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ମାତ୍ର ଏବେ ଖବର ଆସିଛି ସେ କରୋନାକୁ ମାତ୍ ଦେଇଛନ୍ତି। ସଂକ୍ରମିତ ହେବା ପରେ ସେ ଦୁଇ ସପ୍ତାହ କ୍ଵାରେଣ୍ଟାଇନ୍‌ରେ ରହିଥିଲେ।

ଫ୍ରାଞ୍ଚାଇଜି ଏହାକୁ ନେଇ କୌଣସି  ଟିପ୍ପଣୀ କରି ନାହିଁ। ହେଲେ ବିସିସିଆଇ ସୂତ୍ର ଅନୁଯାୟୀ ନାୟର ଅଗଷ୍ଟ ୮ରେ କୋଭିଡ୍-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏବେ କରୁଣଙ୍କୁ ଆହୁରି ତିନୋଟି ଟେଷ୍ଟ ଦେବାକୁ ପଡିବ।

{"id":313976,"sizeSlug":"large"}

ସୂତ୍ର ଅନୁଯାୟୀ କରୁଣ ନାୟର ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ  ବ୍ୟକ୍ତିଗତ ଭାବେ ଅଭ୍ୟାସ ଆରମ୍ଭ କଲେଣି। କରୁଣ ୨୦୧୮ରୁ ପଞ୍ଜାବ ଦଳର ନିୟମିତ ସଦସ୍ୟ ଅଛନ୍ତି। ୨୮ ବର୍ଷୀୟ କରୁଣ ନାୟର କର୍ଣ୍ଣାଟକର ନିଜ ସାଥୀ ମୟଙ୍କ ଅଗ୍ରଓ୍ଵାଲ ଓ କେଏଲ ରାହୁଲଙ୍କ ସହିତ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳିବେ। କେଏଲ ରାହୁଲ ପ୍ରଥମ ଥର ଦଳର ଅଧିନାୟକ ଦାୟିତ୍ଵ ତୁଲାଇବେ।

{"id":313977,"sizeSlug":"large"}

ଗତକାଲି ରାଜସ୍ଥାନ ରୟାଲ୍ସ ଘୋଷଣା କରିଛି ଦଳର ଫିଲ୍ଡିଂ ପ୍ରଶିକ୍ଷକ ଦିଶାନ୍ତ ୟାଗ୍ନିକ କରୋନା ଭାଇରସ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖନୀୟ ଚଳିତ ବର୍ଷ ଆଇପିଏଲ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଦୁବାଇ, ଶାରଜାହା ଓ ଆବୁଧାବି ଷ୍ଟାଡିୟମରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.