କୃଷକଙ୍କ ପାଇଁ ଖୁସି ଖବର ,କିସାନ କ୍ରେଡ଼ିଟ କାର୍ଡ଼ରେ ମିଳିବ ଏହି ସବୁ ଫାଇଦା
27/03/2019 at 6:55 PM

କୃଷକଙ୍କୁ ଆଉ ଆଗଭଳି କିଛି ଅସୁବିଧା ଭୋଗ କରିବାକୁ ପଡ଼ିବ ନାହିଁ । କିସାନ କ୍ରେଡ଼ିଟ କାର୍ଡ଼ ମାଧ୍ୟମରେ ମିଳିବ ଏହି ବଡ଼ ଫାଇଦା । ଜଣେଚାଷୀ ଆଗଭଳି ଚାଷ କରିବାକୁ ଋଣ ପାଇଁ ବ୍ୟାଙ୍କ ପାଖରେ ଗୋଡ଼ଭାଙ୍ଗି ଠିଆ ହେବନାହିଁ ।
ଏଣିକି କିସାନ କ୍ରେଡ଼ିଟ କାର୍ଡ଼ ମାଧ୍ୟମରେ କୃଷକମାନେ ଗୋପାଳନ ଓ ମତ୍ସ୍ୟଚାଷ ପାଇଁ ବ୍ୟାଙ୍କରୁ ପାଇପାରିବେ ସହଜରେ ଋଣ । ଆଉ ବ୍ୟାଙ୍କ କୁ ଗୋଡ଼ାଇବାକୁ କିମ୍ବା ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ ।
କିସାନ କ୍ରେଡ଼ିଟ କାର୍ଡ଼ ମାଧ୍ୟମରେ ଏଣିକି ପଶୁପାଳନ ଓ ମାଛ ଚାଷ ପାଇଁ ୨ ଲକ୍ଷ ଟଂକାର ଋଣ ବ୍ୟାଙ୍କ ଦେଇପାରିବ । କେନ୍ଦ୍ର କୃଷିମନ୍ତ୍ରୀ ଗଜେନ୍ଦ୍ର ସି ଶେଖାଓ୍ଵାତ କହିଛନ୍ତି ଦେଶରେ ୧୪କୋଟି କୃଷକ ପରିବାର ଅଛନ୍ତି । ଏଥିରୁ ୫୦ ପ୍ରତିଶତଙ୍କ ପାଖରେ କିସାନ କ୍ରେଡ଼ିଟ କାର୍ଡ଼ ଅଛି । କିସାନ କ୍ରେଡ଼ିଟ କାର୍ଡ଼ରେ କେବଳ ଚାଷବାଷ ନୁହେଁ ପଶୁପାଳନ ମତ୍ସ୍ୟପାଳନକୁ ଯୋଡ଼ାଯିବା କାରଣରୁ ଗରୀବ କୃଷକ ପରିବାର ଅଧିକ ଫାଇଦା ଉଠାଇପାରିବେ ।
ଏଣି ବ୍ୟାଙ୍କରୁ ଋଣ ଆଣିବାକୁ ଅଧିକ ପ୍ରୋସେସିଂ କରିବାକୁ ପଡ଼ିବ ନାହିଁ । କିସାନ କ୍ରେଡ଼ିଟ କାର୍ଡ଼ଧାରୀଙ୍କୁ ଏଣିକି ବ୍ୟାଙ୍କରୁ ସହଜଭାବରେ ମିଳିପାରିବା ଋଣ । ବିଶେଷକରି ପଶୁପାଳନ ଓ ମତ୍ସ୍ୟପାଳନ କରୁଥିବା ଚାଷୀଙ୍କୁ ୨ ଲକ୍ଷ ଟଂକାର ଋଣ ଯୋଗାଇଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରକୃଷି ମନ୍ତ୍ରୀ ।