Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜିଓ ଫ୍ରି କଲ ବନ୍ଦ କରିବାଭଳି ଖରାପ ଖବର ସହ ଏକ ଭଲ ଖବର ମଧ୍ୟ ରହିଛି ଗ୍ରାହକଙ୍କ ପାଇଁ, ଜାଣନ୍ତୁ କଣ

10/10/2019 at 3:40 PM

ଜିଓ ଗ୍ରାହକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଏବେ ଜିଓ ଗ୍ରାହକ ଅନ୍ୟ  ଅପେରେଟରଙ୍କୁ କଲ୍‌ କଲେ କଲ୍‌ ପିଚ୍ଛା ମିନିଟକୁ ୬ ପଇସା ଦେୟ ଦେବାକୁ ହେବ । ପୂର୍ବରୁ ଏହା ମାଗଣା ଥିଲା ।  ଜିଓ ଅନ୍‌ଲିମିଟେଡ ପ୍ୟାକ୍‌ ରିଚାର୍ଜ କରାଇଲେ ମଧ୍ୟ ଅନ୍ୟ ଟେଲିକମ ଅପେରେଟର ସହ ଫ୍ରିରେ କଥା ହୋଇପାରିବେ ନାହିଁ।

ଅନଲିମିଟେଡ୍‌ ପ୍ୟାକ ରିଚାର୍ଜ କଲେ ମଧ୍ୟ ଜିଓ ନମ୍ବରରୁ ଏୟାରଟେଲ ଭୋଡାଫନ, ଏମ୍‌ଟିଏନ୍‌ଏଲ, ବିଏସଏନ୍‌ଏଲ ଭଳି ଟେଲିକମ ଅପରେଟର ନମ୍ବରରେ ଫୋନ କଲ କରିବାକୁ ଚାହିଁଲେ ଅଲଗା ଟପ୍‌ ଅପ୍‌ ରିଚାର୍ଜ କରାଇବାକୁ ହେବ।  ତେବେ ଏହି ଖରାପ ଖବର ମଧ୍ୟରେ ଜିଓ ଗ୍ରାହକଙ୍କ ଲାଗି ଏକ ଭଲ ଖବର ମଧ୍ୟ ରଖିଛି ।

କମ୍ପାନୀ ଘୋଷଣା କରି କହିଛି ଯେ, ଆଜିଠୁ ଜିଓର ସବୁ କଲରେ ଏହି ନିୟମ ଲାଗୁ ହେବ। Interconnect Usage Charge (IUC)କୁ ନେଇ ଏପରି କରାଯାଇଥିବା ଜିଓ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ନୂଆ ନିୟମ TRAI ପକ୍ଷରୁ ଜାରି କରାଯାଇଛି। କେବଳ ଜିଓରୁ ଜିଓ ଓ ଲ୍ୟାଣ୍ଡଲାଇନ୍‌କୁ କଲ୍‌ ଫ୍ରି ବା ମାଗଣା ରହିବ ।

ତେବେ ଜିଓ କମ୍ପାନୀ ଫ୍ରି ଡାଟା ଦେବା ସହ ଟପ୍‌ ଅପ୍‌ ଭାଉଚରରେ  ଏକ୍‌ଷ୍ଟ୍ରା ଡାଟା ପ୍ରଦାନ କରି ଗ୍ରାହକଙ୍କ କ୍ଷତିପୂରଣ କରିବ। ଆଜି ଯାଏଁ ଜିଓ ଫ୍ରି ନ୍ୟାସନାଲ କଲ ସର୍ଭିସ ଦେଉଥିଲା।ୟୁଜର୍ସଙ୍କୁ କେବଳ ଡାଟା ପାଇଁ ଟଙ୍କା ଦେବାକୁ ପଡୁଥିଲା।ନୂଆ ନିୟମ ଲାଗୁ ହେବା ପରେ ୟୁଜର୍ସଙ୍କୁ ଅନ୍ୟ ନେଟୱାର୍କ ପାଇଁ ଭଏସ କଲର ପଇସା ଦେବାକୁ ପଡିବ।ହେଲେ କିଛି ପରିମାଣର ଫ୍ରି ଡାଟା ମିଲିବ । ଏବହାକୁ େକ ଭଲ ଖବର ବୋଲି କୁହାଯାଇପାରେ ।   

ଟ୍ରାଏ ତରଫରୁ ଟ୍ରାନ୍‌ସମିସନ ଚାର୍ଜ ଶୂନ୍ୟ ନହେବା ଯାଏଁ ୟୁଜରଙ୍କୁ ଏହି କଲିଂ ଚାର୍ଜ ଦେବାକୁ ପଡିବ।ଆୟୁସି ଅନୁସାରେ ଗତ ୩ବର୍ଷ ହେବ କମ୍ପାନୀ ଏୟାରଟେଲ, ଭୋଡାଫୋନ, ଆଇଡିଆ ଭଳି ଟେଲିକମ୍‌ ଅପରେଟରକୁ ପାଖାପାଖି ୧୩,୫୦୦ କୋଟି ଟଙ୍କା ଦେଇଛି।  

ଜିଓ ଅନୁସାରେ ଯେତେଯାଏଁ ଅନ୍ୟ ଟେଲିକମ କମ୍ପାନୀ ନିଜ ୟୁଜର ଦ୍ବାରା ଅନ୍ୟ ଅପରେଟର ନେଟୱାର୍କରେ କରାଯାଉଥିବା ମୋବାଇଲ ଫୋନ କଲ ପାଇଁ ପେମେଣ୍ଟ ନେବେ ସେତେଯାଏଁ ଜିଓର ଏହି ନୂଆ ନିୟମ ଲାଗୁ ରହିବ।   

୨୦୧୭ ମସିହାରେ ଟ୍ରାଇ IUC ୧୪ ପଇସାରୁ ହ୍ରାସ କରି ୬ ପଇସା ପ୍ରତି ମିନିଟ୍‌ କରିଥିଲେ ।୨୦୨୦ ମସିହା ଜାନୁଆରୀ ମାସରେ ଏହାକୁ ହଟାଇ ଦିଆଯିବ ବୋଲି କୁହାଯାଇଥିଲା । ଜିଓ ନେଟୱାର୍କରେ କଲ ଫ୍ରି ଥିବାରୁ ଅନ୍ୟ କମ୍ପାନୀରେ କରାଯାଇଥିବା କଲ ଗୁଡିକ ପାଇଁ ୧୩,୫୦୦ ଟଙ୍କା ଦେବାକୁ ପଡିଥିଲା। ଏହି କାରଣ ଯୋଗୁଁ ଏହି ନିୟମ ଆରମ୍ଭ ହୋଇଛି।

   Related Posts