ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ବଡ ଅଫର୍, ଏଣିକି ଡାଟା ପ୍ଲାନ ସରିଲେ ତୁରନ୍ତ ମିଳିଯିବ ‘ଏମରଜିନ୍ସି ଡାଟା ଲୋନ୍’

Published By : Prameya-News7 Bureau | July 03, 2021 IST

ନୂଆଦିଲ୍ଲୀ ୦୩/୦୭ : ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଆଣିଛି ବଡ ଉପହାର । ଡାଟା ପ୍ୟାକ ​‌ଶେଷ ହୋଇଯିବା ପରେ ଏଣିକି ଆଉ ଚିନ୍ତା କରିବାର ନାହିଁ । ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କ ପାଇଁ ଆଣିଛି  ‘ଏମରଜିନ୍ସି ଡାଟା ଲୋନ୍’ ପ୍ଲାନ୍ ।  ରିଲାଏନ୍ସ ଜିଓର ପ୍ରତିଷ୍ଠାତା ମୁଖ୍ୟ ମୁକେଶ ଅମ୍ବାନୀ  ଗ୍ରାହକଙ୍କ ପାଇଁ ଘୋଷଣା କରିଛନ୍ତି ଏହି ଏମରଜିନ୍ସି ଡାଟା ଲୋନ୍ । ଜିଓ ନିଜର ଗ୍ରାହକଙ୍କ ପାଇଁ ଖାସ୍ ସେବା ଆଣିଛି । ଏଥିପାଇଁ ଗ୍ରାହକମାନଙ୍କର ଡାଟା ପ୍ଲାନ ଶେଷ ହେବା ମାତ୍ରେ ଡାଟା ଲୋନ୍ ମିଳିଯିବ । ଏନେଇ ଖାସ କଥା ହେଉଛି ଗ୍ରାହକମାନେ ଡାଟା ଲୋନ ପରେ ମଧ୍ୟ ପରିଶୋଧ କରିପାରିବେ । ତେବେ ଏମରଜିନ୍ସି ଡାଟା ଲୋନ୍ ସୁଵିଧା ସେହି ଗ୍ରାହକଙ୍କ ମିଳିବ ଯେଉଁ ଗ୍ରାହକ ସବୁଦିନ ନିଜର ଉପଲବ୍ଧ ହାଇସ୍ପିଡ୍ ଡାଟା ସରିବା ପରେ ଚିନ୍ତାରେ ପଡହାନ୍ତି । ଆଉ  ଦ୍ବିତୀୟ ଥର ରିଚାର୍ଜ କରିବା ପାଇଁ ଅସୁବିଧାରେ ପଡନ୍ତି ।

ଏମର୍ଜନ୍ସି ଡାଟା ଲୋନର ସୁବିଧା କଣ

ଜରୁରୀକାଳୀନ ଡାଟା ଲୋନ ସୁବିଧା ଜିଓ ଗ୍ରାହାକଙ୍କୁ  ‘ରିଚାର୍ଜ ନାଓ,ପେ ଲେଟର’ ସୁବିଧା ଦେଇଥାଏ ।

ଜିଓ ନିଜର ପ୍ରିପେଡ୍ ଗ୍ରାହକଙ୍କୁ ୫ଟି ଜରୁରୀକାଳୀନ ଡାଟା ପ୍ୟାକ୍‌କୁ ଧାର ନେବାକୁ ଅନୁମତି ପ୍ରଦାନ କରିବ । ଯେଉଁଥିରେ ଗ୍ରାହକଙ୍କୁ ୧ ଜିବି ଡାଟା ମିଳିବ । ଏହା ସହ ତାଙ୍କୁ ୧ଜିବି ଡାଟା ପ୍ୟାକ୍ ପାଇଁ ପରେ ୧୧ ଟଙ୍କା ଦେବାକୁ ପଡିବ ।

ଜିଓର  ଜରୁରୀକାଳୀନ ଡାଟା ଲୋନ ସର୍ଭିସ୍ ର ଫାଇଦା ଉଠାଇବା ପାଇଁ ଫଲୋ କରନ୍ତୁ ଏହି ନିୟମ

ପ୍ରଥମେ ମାଇଁ ଜିଓ ଆପକୁ ଖୋଲନ୍ତୁ । ଏହା ପରେ ପେଜର ବାମ ପଟରେ ଥିବା ମେନ୍ୟୁକୁ ଯାଆନ୍ତୁ ।

ମୋବାଇଲ ସେବାରେ ଥିବା ଏମରଜିନ୍ସି ଡାଟା ଲୋନ୍‌କୁ ବାଛନ୍ତୁ ।

ଏମରଜିନ୍ସି ଡାଟା ଲୋନ୍ ଉପରେ ଲେଖା ହୋଇଥିବା ପ୍ରୋସିଡ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ

ଗେଟ୍ ଏମର୍ଜନ୍ସି ଡାଟା ଅପସନକୁ ବାଛନ୍ତୁ ।

ଏମର୍ଜନ୍ସି ଡାଟା ଲୋନର ଉପକାରିତାର ଫାଇଦା ଉଠାଇବା ପରେ ସେଠାରେ ଥିବା ଆକ୍ଟିଭ୍ ନାଓ ଉପରେ କ୍ଲିକ୍ କରନ୍ତୁ ।

ପରେ ଏମରଜିନ୍ସି ଡାଟା ଲୋନ ଆକ୍ଟିଭ ହୋଇଯିବ ।

ଅନ୍ୟପଟେ ରିଲାଏନ୍ସ୍ ଜିଓ ୩୪୯୯ ଟଙ୍କାର ପ୍ଲାନରେ ସବୁଠାରୁ ଶସ୍ତା ଡାଟା ମିଳେ । ଏହି ପ୍ଲାନରେ ୩୬୫ ଦିନର ଭାଲିଡିଟି ସହ  ଦିନକୁ ୩ ଜିବି ଡାଟା ମିଳିଥାଏ । ଏମିତିରେ ଗ୍ରାହାକଙ୍କୁ ମୋଟ ୧୦୯୫ ଜିବିର ଡାଟା ମିଳି ଯାଏ ।  ଯଦି ଆମେ ୧ ଜିବି ଡାଟାର ମୂଲ୍ୟ କୁହାଯାଏ ତେବେ ୩.୧୯ ଟଙ୍କା ହେବ । ଏହି ପ୍ଲାନରେ  ଅନଲିମିଟେଡ୍ କଲିଙ୍ଗ ଓ ୧୦୦ ଏସଏମଏସ ଦିଆଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.