ଜନଧନ ଆକାଉଣ୍ଟଧାରୀଙ୍କ ଲାଗି ଖୁସି ଖବର, ଜାଣିଲେ ଆପଣ ବି ଖୁସି ନ ହୋଇ ରହିପାରିବେନି

Published By : Prameya-News7 Bureau | August 29, 2019 IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ ସବୁଠୁ ବଡ ପଦକ୍ଷେପ ଥିଲା ବ୍ୟାଙ୍କ ପର୍ଯ୍ୟନ୍ତ ପହ଼ଞ୍ଚି ପାରୁନଥିବା ଦେଶର କୋଟି କୋଟି ଜନତାଙ୍କୁ ‘ଜନଧନ’ ଖାତା ଜରିଆରେ ବ୍ୟାଙ୍କ ସହ ଯୋଡିବା। ବିନା କୌଣସି ଦେୟରେ କେବଳ ନିଜର ପରିଚୟପତ୍ରର ପ୍ରମାଣ ଦେଇ ଲକ୍ଷ ଲକ୍ଷ ଲୋକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କମାନଙ୍କରେ ସେମାନଙ୍କର ଜମା ଖାତା ଖୋଲିଥିଲେ। ଏବେ ଦ୍ୱିତୀୟପାଳି ସରକାରରେ ପ୍ରଧାନମନ୍ତ୍ରୀ ସେହି ଜମାକାରୀଙ୍କ ଲାଗି ଦେଇଛନ୍ତି ଖୁସି ଖବର।

{"id":150689,"width":579,"height":326}

ସଂସଦର ଗତ ବଜେଟ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜନଧନ ଆକାଉଣ୍ଟ ଥିବା ଖାତାଧାରୀଙ୍କ ଓଭରଡ୍ରାଫ୍ଟ ରାଶି ସୀମା ବୃଦ୍ଧି ଘୋଷଣା କରିଥିଲେ। ଏଥିରେ ମହିଳା ଜମାକାରୀଙ୍କ ଲାଗି ଅଧିକ ସୁବିଧା ମିଳିବ ବୋଲି କହିଥିଲେ। ହେଲେ ଏବେ ଏହି ସୁବିଧା ସେହି ସବୁ ଜମାକାରୀଙ୍କୁ ମିଳିବାକୁ ଯାଉଛି। ଯେଉଁ ମହିଳାମାନେ ଭେରିଫାଏଡ ସେଲ୍ଫ ହେଲ୍ପ ଗ୍ରୁପର ସଦସ୍ୟା ହୋଇଥିବେ ସେମାନଙ୍କୁ ଏଥିରେ ବିଶେଷ ସୁବିଧା ମିଳିବ। ଫଳରେ ସେମାନେ ଚାହିଁଲେ ବ୍ୟାଙ୍କରୁ ଟଙ୍କା ଆଣି ଏବେ ଛୋଟମୋଟ ବ୍ୟବସାୟରେ ବି ବିନିଯୋଗ କରିପାରିବେ। ଏଥିରେ ସେମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିପାରିବ।

{"id":150690}

ତେବେ ଜନଧନ ଖାତାଧାରୀ ଅନ୍ୟ ଜମାକାରୀଙ୍କୁ ବି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏହି ସୁବିଧା ପ୍ରଦାନ କରୁଛନ୍ତି। ସେମାନଙ୍କୁ ସର୍ବାଧିକ ୫ ହଜାର ଟଙ୍କା ମିଳିପାରିବ ବୋଲି କୁହାଯାଇଛି। ହେଲେ ଏବେ ଏହି ସୁବିଧା କେବଳ ସେହି ଖାତାଧାରୀଙ୍କୁ ମିଳିପାରିବ ଯେଉଁମାନଙ୍କର ବ୍ୟାଙ୍କ ସହ ଲେନ ଦେନର ରେକର୍ଡ ଭଲ ଥିବ। ଅତ୍ୟାଧିକ ଆବଶ୍ୟକତା ବେଳେ ଖାତାରେ ସର୍ବନିମ୍ନ ରାଶି ନଥାଇ ମଧ୍ୟ ଖାତାଧାରୀ ଚାହିଁଲେ ୫ ହଜାର ଟଙ୍କା ଓଭରଡ୍ରାଫ୍ଟ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.