ଭଲ ଖବର : “ ଭାରତୀୟଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ, ତେଣୁ କରୋନା କରିପାରିବନି ବିଶେଷ କ୍ଷତି ”- ପୂର୍ବତନ ନିର୍ଦ୍ଦେଶକ ICAMR

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬।୦୩:  ସାରାଦେଶରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାର ଲାଗିଛି । ତେବେ ଏହି ସମୟରେ ଡକ୍ଟର ନିରନ୍ଦର ମେହେରା କହିଛନ୍ତି ଯେ, ଭାରତରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ ଭଲ ରହିଛି । ଯେଉଁଥିପାଇଁ ଅନ୍ୟ ଦେଶ ପରି ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନାହିଁ ।

ICAMRର ପୂର୍ବତନ ନିର୍ଦ୍ଦେଶକ ତଥା ଡକ୍ଟର ନରିନ୍ଦର ମେହେରା କହିଛନ୍ତି ଯେ, ଯେକୌଣସି ଭାଇରଲ୍‌ ସଂକ୍ରମଣ ପରେ ଲିମ୍ପୋସାଇଟ ବଢି ଯାଇଥାଏ । କିନ୍ତୁ କୋଭିଡ-୧୯ ସଂକ୍ରମଣରେ ଶରୀରର ଲିମ୍ଫୋସାଇଟ୍ ହ୍ରାସ ପାଇଥାଏ । ଏହାପରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥାଏ । ଲିମ୍ଫୋସାଇଟ୍ ହେଉଛି ଧଳା ରକ୍ତ କଣିକା ଯାହା ଶରୀରର ମୂଖ୍ୟ ପ୍ରକାରର ପ୍ରତିରକ୍ଷା କୋଷ ମଧ୍ୟରୁ ଅନ୍ୟତମ |

 କରୋନା ପ୍ରତିରୋଧକ କ୍ଷେତ୍ରରେ ଭାରତ ଶୀର୍ଷରେ ରହିଛି। AIIMS ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ଅଧିକ ବିବିଧତା ହେତୁ ପ୍ରତିରୋଧକ ଜିନ୍ ରହିଛି । ଅର୍ଥାତ୍ ସେହି ଜିନ୍ ଗୁଡିକ ଇମ୍ୟୁନିଟିକୁ ମାର୍ଗଦର୍ଶନ କରନ୍ତି । ଯାହାକି ୟୁରୋପୀୟ ଦେଶ ଅପେକ୍ଷା ଅଧିକ ଶକ୍ତିଶାଳୀ |

ଦେଶରେ କରୋନା ଜନିତ ମୃତ୍ୟୁ ହେବାର ତିନୋଟି କାରଣ ରହିଛି ବୋଲି ସେ କହିଛନ୍ତି। ସେଗୁଡିକ ହେଉଛି - ଶାରୀରିକ ଦୂରତା, ପ୍ରତିରକ୍ଷା ପ୍ରଣାଳୀ ଏବଂ ପରିବେଶ | କଦଳୀ, ଅଦା ଏବଂ ମସଲାଯୁକ୍ତ ଖାଦ୍ୟ ମଧ୍ୟ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ | ଏଥି ସହିତ ଡକ୍ଟର ନରିନ୍ଦର ମେହେରା କହିଛନ୍ତି ଯେ ଫ୍ରାନ୍ସ, ଆମେରିକା, ହଙ୍ଗେରୀ ଦେଶରୁ କରୋନାଙ୍କ ନମୁନା ନେଇ ସେ ଅଧ୍ୟୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର ବୃଦ୍ଧି ପାଇବ ନାହିଁ ବୋଲି ଡକ୍ଟର ନରିନ୍ଦର ମେହେରା ଦାବି କରିଛନ୍ତି। ଏହାର କାରଣ ହେଉଛି ବ୍ରଡ-ବେସ୍ ଇମ୍ୟୁନିଟି ପାଓ୍ବାର | ଇଟାଲୀ, ସ୍ପେନ୍ ଏବଂ ଆମେରିକା ଭଳି ଭାରତରେ ମୃତ୍ୟୁ ହାର ବୃଦ୍ଧି ପାଇବ ନାହିଁ। କରୋନା ଜୀବାଣୁ ଯୋଗୁଁ ଇଟାଲୀ ଏବଂ ସ୍ପେନ୍ ସର୍ବାଧିକ ମୃତ୍ୟୁ ରେକର୍ଡ କରିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସରେ ସଂକ୍ରମିତିଙ୍କ ସଂଖ୍ୟା ବଢିବାର ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ଭାରତରେ ୬୦୦ ରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏଥି ସହିତ ଦେଶରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ସଙ୍କଟକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଯାହା ୧୪ ଏପ୍ରିଲ ପର୍ଯ୍ୟନ୍ତ ରହିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.